ଅଭୟାରଣ୍ୟକୁ ଫେରିଲେ ହରିଣ

ମୃତାହତ ଖବର ନଜରକୁ ମଧ୍ୟ ଆସିନି

କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ହରିଣ ଥିଲେ । ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ସୌନ୍ଦର୍ଯ୍ୟ ଓ ବିଶେଷ ଆକର୍ଷଣ ରହିଥିଲା । ଫନୀ ପ୍ରଳୟଙ୍କରୀ ବାତ୍ୟା ପରେ ହରିଣମାନଙ୍କର କୌଣସି ଖୋଜଖବର ନଥିଲା । ଏଥି ପାଇଁ ବନବିଭାଗ ଆଶା ଆଶଙ୍କା ମଧ୍ୟରେ ଥିଲା । ଖୁସିର କଥା ବାତ୍ୟା ଛାଡ଼ିବାର ୪/୫ ଦିନ ପରେ ହରିଣଗୁଡ଼ିକ ଗୋଟିଏ ଗୋଟିଏ ହୋଇ ତାଙ୍କର ପୂର୍ବସ୍ଥାନକୁ ଫେରି ଆସୁଛନ୍ତି । ଅଭୟାରଣ୍ୟ ମଧ୍ୟରେ କୌଣସି ହରିଣଙ୍କର ମୃତାହତ ଖବର ନଜରକୁ ମଧ୍ୟ ଆସିନଥିଲା । ବନବିଭାଗ ଚିନ୍ତିତ ଥିଲା ହରିଣମାନେ ଗଲେ କୁଆଡ଼େ । ଏଥି ପାଇଁ ଟିମ୍‌ ଗଠନ କରି ନିକଟବର୍ତ୍ତୀ ଜଙ୍ଗଲରେ ଖୋଜା ଚାଲିଥିଲା । କିନ୍ତୁ ହରିଣଙ୍କର ସନ୍ଧାନ
ମିଳିନଥିଲା । ଇତି ମଧ୍ୟରେ ବନବିଭାଗ ତରଫରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ଅଭୟାରଣ୍ୟ ମଧ୍ୟରେ ହରିଣ ଠାବ କରାଯାଇଛି । ହରିଣମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ପୂର୍ବ ବାସସ୍ଥାନକୁ ଫେରି ଆସିଛନ୍ତି । ଯାହା ବନବିଭାଗ ଏବଂ ବନ୍ୟପ୍ରେମୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଏଥିରୁ ପ୍ରମାଣିତ ହୋଇଛି ଯେ, ପୂର୍ବରୁ କଥିତ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବାର ଅନ୍ତଃର୍ନିହିତ ଶକ୍ତି ରହିଛି ।

Categories
LIFE

RELATED BY

  • ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅନନ୍ୟ ଅଗ୍ରଦୂତ: ଉତ୍କଳଗୌରବ ମଧୁସୂଦନ

    ଓଡ଼ିଆ ଆତ୍ମପରିଚିତି, ଅସ୍ମିତା ଓ ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସମର୍ପିତ ଜୀବନ ପ୍ରତ୍ୟେକ ଓଡ଼ିଆଙ୍କର ପ୍ରେରଣାସ୍ରୋତ ହୋଇ ରହିବ ବୋଲି ଆଜି ୧୭୨ତମ ମଧୁଜୟନ୍ତୀରେ ସ୍ମୃତିଚାରଣ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗ...
  • ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ

    ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ...
  • ଚାକିରି

    ଚରିତ୍ର ଦୁର୍ବଳ ହେବା ଦ୍ୱାରା ଲୋକମାନଙ୍କୁ ଚାକିରି ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ମନରେ ସବୁବେଳେ ନକରାତ୍ମକ ବିଚାର ଚାଲିଥାଏ ଯେ, ଆଜି ମୁଁ ଯେଉଁ ଚାକିରି କରୁଛି ତାହା ଅସ୍ଥାୟୀ.. ଏହି ଚାକିରିରେ ମୋର...
  • ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳ ମହାସଚିବ  ହରିଶଙ୍କର ରାଉତଙ୍କ ନେତୃତ୍ୱରେ ନେତୃତ୍ୱରେ ଅନୁଷ୍ଠିତ ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବାରୁ ବିଜୁ ଜନତା ଦଳ ରାଜ୍ୟ...
WhatsApp chat