ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅନନ୍ୟ ଅଗ୍ରଦୂତ: ଉତ୍କଳଗୌରବ ମଧୁସୂଦନ

ପ୍ରଫେସର ଗଣେଶୀ ଲାଲ

ଓଡ଼ିଆ ଆତ୍ମପରିଚିତି, ଅସ୍ମିତା ଓ ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସମର୍ପିତ ଜୀବନ ପ୍ରତ୍ୟେକ ଓଡ଼ିଆଙ୍କର ପ୍ରେରଣାସ୍ରୋତ ହୋଇ ରହିବ ବୋଲି ଆଜି ୧୭୨ତମ ମଧୁଜୟନ୍ତୀରେ ସ୍ମୃତିଚାରଣ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ମଧୁସୂଦନ ଜୟନ୍ତୀ ସରଳ ଓ ନିରାଡ଼ମ୍ବର ପରିବେଶରେ ଆୟୋଜିତ ହୋଇ ତାଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ସକାଳେ ରାଜଭବନ ଛକଠାରେ ପ୍ରତିଷ୍ଠିତ ଉତ୍କଳଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ହୋଇ ଏହି କୃତୀସନ୍ତାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ଶ୍ରୀ ବରଦା ପ୍ରସନ୍ନ ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ ଓ ସହକାରୀ ସୂଚନା ଅଧିକାରୀ ଶ୍ରୀ ସୁଜିତ କୁମାର ସ୍ୱାଇଁ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଉତ୍କଳ ସମ୍ମିଳନୀ ଓ ପାରଳା ଗଜପତି ବିକାଶ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ମଧ୍ୟ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଉତ୍କଳଗୌରବ ମଧୁସୂଦନଙ୍କ ଫଟୋଚିତ୍ରରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଉପନିର୍ଦ୍ଦେଶକ ଶ୍ରୀ ବାରିକି ଓ ଶ୍ରୀ ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ଦାସ ପ୍ରମୁଖ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ବିଭାଗର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଉତ୍କଳଗୌରବ ମଧୁସୂଦନ ଦାସ(୧୮୪୮-୧୯୩୪) ଓଡ଼ିଶାର ପ୍ରଥମ ସ୍ନାତକ, ସ୍ନାତକୋତ୍ତର, ଆଡ଼୍‌ଭୋକେଟ୍‌, ବିହାର- ଓଡ଼ିଶା ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ମନ୍ତ୍ରୀ ହୋଇଥିବାବେଳେ ତାଙ୍କର ପରିଚୟ ଅନନ୍ୟ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ, ଓଡ଼ିଶାରେ ଗଣମାଧ୍ୟମର ସଶକ୍ତିକରଣ, ଓଡ଼ିଆ ଜାତୀୟତାର ପ୍ରସାର, ନାରୀଶିକ୍ଷାର ଅଭିବୃଦ୍ଧି, ଓଡ଼ିଶାର ହସ୍ତଶିଳ୍ପ ତଥା କୁଟୀର ଶିଳ୍ପ ବିକାଶ ଦିଗରେ ତାଙ୍କର ଅବିସ୍ମରଣୀୟ ଅବଦାନ ଓଡ଼ିଶାବାସୀଙ୍କ ସ୍ମୃତିକୋଷରେ ସାଇତା ହୋଇ ରହିଛି । ଓଡ଼ିଶାର ଗୌରବକୁ ବିଶ୍ୱପ୍ରସିଦ୍ଧି ପ୍ରଦାନ କରିବାରେ ତାଙ୍କର ଜୀବନବ୍ୟାପୀ ସାଧନା ଓ ଅଙ୍ଗୀକୃତ କାର୍ଯ୍ୟକଳାପ ତାଙ୍କୁ ଯଥାର୍ଥରେ କୁଳବୃଦ୍ଧ ଓ ଉତ୍କଳଗୌରବ ଭାବରେ ପ୍ରତିଷ୍ଠିତ କରିଛି । ଓଡ଼ିଶା ଇତିହାସରେ ମଧୁବାବୁଙ୍କ ବ୍ୟକ୍ତିତ୍ୱ ଚିରଉଜ୍ଜ୍ୱଳ ରହିବ । ସମକାଳ ଓ ଉତ୍ତରପିଢ଼ିକୁ ମଧୁବାବୁଙ୍କ ଜୀବନଗାଥା ଅନୁପ୍ରେରିତ କରୁଥିବ ।

Categories
LIFE

RELATED BY

  • ଅଭୟାରଣ୍ୟକୁ ଫେରିଲେ ହରିଣ

    କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ହରିଣ ଥିଲେ । ଯେଉଁଥିପାଇଁ...
  • ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ

    ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ...
  • ଚାକିରି

    ଚରିତ୍ର ଦୁର୍ବଳ ହେବା ଦ୍ୱାରା ଲୋକମାନଙ୍କୁ ଚାକିରି ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ମନରେ ସବୁବେଳେ ନକରାତ୍ମକ ବିଚାର ଚାଲିଥାଏ ଯେ, ଆଜି ମୁଁ ଯେଉଁ ଚାକିରି କରୁଛି ତାହା ଅସ୍ଥାୟୀ.. ଏହି ଚାକିରିରେ ମୋର...
  • ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳ ମହାସଚିବ  ହରିଶଙ୍କର ରାଉତଙ୍କ ନେତୃତ୍ୱରେ ନେତୃତ୍ୱରେ ଅନୁଷ୍ଠିତ ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବାରୁ ବିଜୁ ଜନତା ଦଳ ରାଜ୍ୟ...
WhatsApp chat