କେବଳ କାଗଜ କଲମ ଓ ସମୀକ୍ଷା ବୈଠକରେ ଚାଲିଛି ରିଲିଫ ବଣ୍ଟା

ରେସନ କାର୍ଡ ପାଇନଥିବା ଗରିବ ପରିବାରମାନେ କାହିଁକି ପାଇବେନି ରିଲିଫ ଚାଉଳ ?

ଭୁବନେଶ୍ୱର: ‘ଫନି’ ଦ୍ୱାରା ଓଡିଶାରେ ପ୍ରମୁଖ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ସମସ୍ତ କଚ୍ଚା ଘର ଓ ଘର ଭିତରେ ଥିବା ଆସବାସ ସମସ୍ତ ପ୍ରଭାବିତ ଅଞ୍ଚଳରେ ଧ୍ୱସଂହୋଇଛି । ଘରେ ସଞ୍ଚିତ ଥିବା ସମସ୍ତ ଖାଦ୍ୟ ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଛି ।

ସେଥିପାଇଁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ ତୁରନ୍ତ ସହାୟତା ଯୋଗାଇବାର ଅବଶ୍ୟକତା ଅଛି ।

ଏହି ପରିପ୍ରେକ୍ଷୀରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ତୁରନ୍ତ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ସ୍ୱତନ୍ତ୍ର ରିଲିଫ କମିଶରଙ୍କୁ ଭେଟି ଦାବି ଜଣାଇଛି ।

ରାଜ୍ୟସରକାରଙ୍କ ଭୂଲ ନୀତି ଯୋଗୁଁ ଓଡିଶାର ଅନେକ ଗରିବ ଓ ଯୋଗ୍ୟ ହିତାଧିକାରୀ ଆଜି ତାରିଖରେ ଖାଦ୍ୟ ସୁରକ୍ଷା ଆଇନ ହିସାବରେ ରେସନ ଖାଉଟି କାର୍ଡ ଖଣ୍ଡିଏ ପାଇପାରି ନାହାଁନ୍ତି ।

ସରକାରଙ୍କର ଘୋଷଣା ମୁତାବକ କେବଳ ରେସନ ଖାଉଟି କାର୍ଡଧାରୀଙ୍କୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା ଦେବା ଏବଂ ରେସନ କାର୍ଡ ନଥିବା ପରିବାରଙ୍କୁ ନଦେବା ଏବେ ଏହି ଦୁର୍ଗତ ଗରିବ ଲୋକଙ୍କର କଷ୍ଟ ଓ ସମସ୍ୟାକୁ ଆହୁରି ବଢାଉଛି ।

ବାତ୍ୟାର ପ୍ରକୋପ ଅନୁଭୂତ ହୋଇଥିବା ସମସ୍ତ ଅଞ୍ଚଳରେ ‘ଫନି’ ଯୋଗୁ ପ୍ରାୟତଃ ସମସ୍ତ ଚାଳଘର ଓ ଆଜବେଷ୍ଟସ ଘର ଆଦି ଧ୍ୱସଂ ହୋଇଯାଇଛି । ସେମାନଙ୍କୁ ଜୀବନ ଜୀବିକା ପାଇଁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।

ରାଜ୍ୟ ସରକାର ଦୁଇ ଦିନ ତଳେ ଘୋଷଣା କରିଥିଲେ ଯେ, ସହରାଞ୍ଚଳର ଯେଉଁ ବସ୍ତି ବାସିନ୍ଦା ମାନଙ୍କ ପଡିକାର୍ଡ ନାହିଁ ସେମାନେ ମଧ୍ୟ ରିଲିଫ୍ ସହାୟତାରେ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ପାଇବେ । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶାର ଗ୍ରାମାଚଂଳର ଲୋକମାନଙ୍କ ପାଇଁ ଏହି ସୁବିଧା ନେଇ କୌଣସି ଘୋଷଣା ହେଲା ନାହିଁ । ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଚୟନରେ ଭୂଲ ତ୍ରୁଟି ପାଇଁ ଆଜି ଗ୍ରାମାଞ୍ଚଳରେ ରହୁଥିବା ଗରିବ ବାତ୍ୟା ପ୍ରପୀଡିତ ପରିବାରଙ୍କ କାହିଁକି ‘ବୋଝ ଉପରେ ନଳିତା ବିଡା’ ଭଳି ଆହୁରି କଷ୍ଟ ପାଇବେ, ଏହାର କାରଣ ବୁଝା ଯାଉନାହିଁ ।

ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ କ୍ଷତିଗ୍ରସ୍ତ ପରିବାର ଯେଉଁମାନଙ୍କ ପାଖରେ ରେସନ କାର୍ଡ ନାହିଁ, ତାଙ୍କୁ ରିଲିଫ୍ ସହାୟତା ଆକାରରେ ୫୦କେଜି ଚାଉଳ ଏବଂ ୨୫୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରି ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ରମାରଂଜନ ବଳିଆରସଂହ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଭଟଲି ବିଧାନସଭା ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ନିର୍ବାଚନ ପ୍ରକୋଷ୍ଠ ସହ ସଂଯୋଜକ ଜୟନ୍ତ ଜେନା ଏବଂ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ

    ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ...
  • ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ

    ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର...
  • ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା

    ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ...
  • ବରୀର ଟାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ

    ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ...
WhatsApp chat