ଗିନିଜ ବିଶ୍ୱ ରେକର୍ଡସ୍ ରେ ସ୍ଥାନ ପାଇଲା

ପ୍ରୟାଗରାଜ କୁମ୍ଭ ମେଳା ୨୦୧୯

ତିନୋଟି କ୍ଷେତ୍ରରେ ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି ।

ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ ରଙ୍ଗେଇବା କାର୍ଯ୍ୟକ୍ରମ ଏବଂ ସବୁଠୁ ବଡ଼ ପରିମଳ ଏବଂ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ।

ଏହି ଉଦ୍ଦେଶ୍ୟରେ ଗିନିଜ ବିଶ୍ୱ ରେକର୍ଡସ୍ ଏକ ୩ ଜଣିଆ ଦଳ ପ୍ରୟାଗରାଜ ପରିଦର୍ଶନରେ ଆସିଥିଲେ ।

ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଦଳର ସଦସ୍ୟମାନଙ୍କ ସମ୍ମୁଖରେ କରାଯାଇଥିଲା ।

ଦଳ ପାଇଁ ଫେବୃଆରୀ ୨୮ରେ ଥରକେ ପାଖାପାଖି ୫୦୩ଟି ସଟଲ ବସ୍ ରାଜପଥରେ ଯାତ୍ରୀ ସେବା ଆରମ୍ଭ କରିଥିଲା ।

ରଙ୍ଗ କରିବା କାମରେ ବହୁସଂଖ୍ୟକ ଲୋକ ମାର୍ଚ୍ଚ ୧ ତାରିଖରେ ସାମିଲ ହୋଇଥିଲେ । ପ୍ରୟାଗରାଜ କୁମ୍ଭ ପରିସରକୁ ସଫେଇ କରିବାରେ ୧୦ ହଜାର କର୍ମଚାରୀ ନିୟୋଜିତ ରହି ସେମାନଙ୍କ କର୍ତବ୍ୟ ସମ୍ପାଦନ କରିଥିଲେ ।

ମହାଶିବରାତ୍ରୀରେ କେବଳ ଗୋଟିଏ ମାତ୍ର ସ୍ନାନ ପର୍ବ ବାକି ରହିଛି । କୁମ୍ଭର ୫ଟି ସ୍ନାନ ଉତ୍ସବ ସଫଳତା ପୂର୍ବକ ସମ୍ପାଦିତ ହୋଇଛି । ୨୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି

Categories
RELIGION

RELATED BY

  • ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଦଳର ଇସ୍ତାହାର ଉନ୍ମୋଚନ କଲେ

    ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ଚଳିତ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ କରିଛନ୍ତି । ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା ଉଲ୍ଲେଖ ଅଛି । “କାଳିଆ” ମିଶନ ଗଠନ ହେବ ବୋଲି ମଧ୍ୟ...
  • Golden Temple to Chief Minister

    Members of Gurudwara Guru Nanak Datan Sahib presenting the Replica of Golden Temple to Chief Minister Shri Naveen Patnaik at Secretariat on 19-1-2019....
  • Kumbh Mela 

    Minister, Sports and Youth Welfare, Government  of Uttar Pradesh  Shri Chetan Chauhan meets Chief Minister Naveen Patnaik For inviting him to attend Kumbh Mela-2019  at Secretariat  on 04.01.2019 ...
  • ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ

    ଭୁବନେଶ୍ୱର : ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି । ସେମାନଙ୍କ ସାଙ୍ଗରେ ମହାରାଷ୍ଟ୍ରର ତିନିଜଣ ଯୁବତୀ ମଧ୍ୟ...
WhatsApp chat