ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଥିବାବେଳେ ୪୫ ଜଣଙ୍କର ଜୀବନ ଗଲା କେମିତି ?

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଞ୍ଚାଇ ପାରିନାହାଁନ୍ତି ।

ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଅଧିକ ଲୋକଙ୍କୁ ଜୀବନ ହାନି ହୋଇଛି ।

ବିଭିନ୍ନ ସ୍ଥାନରେ ପିଇବା ପାଣି, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମହମବତୀ, ପଲିଥିନ ବାତ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ପହଞ୍ଚି ନାହିଁ ।

ପ୍ରଶାସନ ଏବେ ବି ସହାୟତା ଓ ରିଲିଫ ଯୋଗାଇଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ।

ଗୃହ ପାଳିତ ପଶୁମାନଙ୍କ ପାଇଁ ମଧ୍ୟ ଗୋଖାଦ୍ୟ ଯୋଗାଇ ଦିଆଯାଇନାହିଁ । 

ଆଜି ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ବାଲିପାଟଣା ବ୍ଳକର ସିସୋଲ, ବଧ୍ୟୋଖଣ୍ଡି, ସାତକାବାଦ, ବିଶ୍ୱନାଥପୁର ଭୋଇସାହି, ପଂପାଲୋ ଭୋଇସାହି ଆଦି ଅଞ୍ଚଳ ବୁଲି ଦେଖିବା ସହ ବାତ୍ୟା ବିନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରିଥିଲେ ।

ବାତ୍ୟା ଫନିର ପ୍ରଭାବରେ ଏହି ସମସ୍ତ ଅଞ୍ଚଳରେ ଶତାଧିକ ଘର ଭାଙ୍ଗି ଯାଇଛି ।

ଶହ ଶହ ଗଛ ଉପୁଡିବା ସହ ବିଦ୍ୟୁତ ଖୁଣ୍ଟ ତଳେ ପଡିଛି । ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ କିମ୍ବା ପାନୀୟ ଜଳ ପହଞ୍ଚି ନାହିଁ ।

ରାଜ୍ୟସରକାରଙ୍କ ଘୋଷଣା ଅନୁଯାୟୀ ଚାଉଳ ଏବଂ ସହାୟତା ରାଶି ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ନାହିଁ ।

ପଲିଥିନ ନଦେଇ ତା ବାବଦକୁ ୫୦୦ ଟଙ୍କା ଦିଆଯାଉଛି । ସ୍କୁଲ ଘର, ଗାଁ କୋଠଘର ସମେତ ଶତାଧିକ ଘରର ଚାଳ ଛପର ଉଡାଇନେଇଛି ।

ବିଦ୍ୟୁତ ନଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଶାସନ ପକ୍ଷରୁ ଗୃହପାଳିତ ପଶୁମାନଙ୍କୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇନାହିଁ ବୋଲି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ପ୍ରତିନିଧୀ ଦଳ ଆଗରେ ଜଣାଇଛନ୍ତି ।

ବାତ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ସହାୟତା ରାଶି, ୫୦୦ ଟଙ୍କା ବଦଳରେ ପଲିଥିନ ଯୋଗାଇବା ଏବଂ ଗୃହପାଳିତ ପଶୁମାନଙ୍କୁ ଗୋଖାଦ୍ୟ ଯୋଗାଇବା ପାଇଁ ପ୍ରନିନିଧୀ ଦଳ ଦାବି କରିଛି ।  ଏହି ପ୍ରତିନିଧି ଦଳରେ ଶାରଦା ପ୍ରସାଦ ଶତପଥୀ, ବିନୋଦ ଦାସ, ନରେନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ ।

Categories
NATIONAL

RELATED BY

  • ବାଙ୍ଗାଲୋର ମାରାଥାଳିରେ ରହୁଥିବା ଓଡ଼ିଆ ଫନି ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ

    ବାଙ୍ଗାଲୋର ମାରାଥାଳି ରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶା ରେ ହେଇଥିବ ଫନି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଟଙ୍କା ଦେବାସହ ଟ୍ରକ ଏବଂ ବିମାନ ମାଧ୍ୟମରେ ରିଲିଫ୍ ପଠାଇଛନ୍ତି ।...
  • ୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

    ଭୁବନେଶ୍ୱର : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି । ଅନ୍ୟପଟେ...
  • ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ...
  • ରାଜ୍ୟସଭାର ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ

    ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ଆଜି ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, କୋଣାର୍କ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବା ସହିତ ପ୍ରଭାବିତ...
WhatsApp chat