ଚାକିରି

ସମସ୍ୟା

ଚରିତ୍ର ଦୁର୍ବଳ ହେବା ଦ୍ୱାରା ଲୋକମାନଙ୍କୁ ଚାକିରି ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ମନରେ ସବୁବେଳେ ନକରାତ୍ମକ ବିଚାର ଚାଲିଥାଏ ଯେ, ଆଜି ମୁଁ ଯେଉଁ ଚାକିରି କରୁଛି ତାହା ଅସ୍ଥାୟୀ.. ଏହି ଚାକିରିରେ ମୋର ମନ ଲାଗୁ ନାହିଁ… ମୋର ଦ୍ୱାରା ଏହି କାର୍ଯ୍ୟ ହେବ ନାହିଁ କି ହେଉ ନାହିଁ… ମୁଁ ଏହିଭଳି କାମ କରିବା ପାଇଁ ଚାହୁଁନାହିଁ । ଏହି କର୍ମ ଦ୍ୱାରା ମୁଁ ବୋର୍‍ ହେଉଛି.. ମୋ କାର୍ଯ୍ୟରେ ଉପୁରି ଅର୍ଥ ନାହିଁ.. ଇତ୍ୟାଦି ଇତ୍ୟାଦି । ମନର ଚାକର ହୋଇ ବାରମ୍ବାର ଚାକିରିର ପରିବର୍ତ୍ତନ କରନ୍ତି । ଏହି ଲୋକମାନେ ନିଜ ଜୀବନକୁ ଉଚ୍ଚ ଦୃଷ୍ଟିକୋଣରୁ ଦେଖିପାରନ୍ତି ନାହିଁ । ଯେଉଁ ଚାକିରି ମୁଁ କରୁଛି, ସେଥିରେ ମୋର ଏମିତି ବିକାଶ ହେଉଛି ଯାହା ଉଚ୍ଚ ଅଭିବ୍ୟକ୍ତି କରିବାରେ ସାହାଯ୍ୟ କରିବ । ଏଥିପାଇଁ ଏହି ଚାକିରି ମୁଁ ଖୁସିରେ କରିବା ଉଚିତ୍‍, ଯେତେ ପର୍ଯ୍ୟନ୍ତ ମୋ ଜୀବନର ବିକାଶର ସ୍ଥିତି ନଆସିଛି । ଏହିଭଳି ବିଚାର ସେମାନଙ୍କର ମନରେ ଆସେ ନାହିଁ । କେବଳ ଲାଞ୍ଚ ନେବାର ପ୍ରବୃତ୍ତି ବା କାମଚୋରିର ସୁଯୋଗ ଦେଖି ଚାକିରି ବଦଳାନ୍ତୁ ନାହିଁ । ନିଜ ମନକୁ ନିଜ ଚରିତ୍ରକୁ ସୁଦୃଢ଼ କରନ୍ତୁ । ଏହିପରି କରିବା ଦ୍ୱାରା ଆପଣ ଏସବୁ ଦୁଷ୍ପରିଣାମରୁ ରକ୍ଷା ପାଇ ପାରିବେ । ଦୁର୍ବଳ ମନ ଯୋଗୁଁ ମନୁଷ୍ୟ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇ ନିଜକୁ ମଧ୍ୟ ଭୁଲି ଯାଇଥାଏ । ପୃଥ୍ୱୀପୃଷ୍ଠକୁ ଆସିବାର ଲକ୍ଷ୍ୟ କ’ଣ ତାହା ତା’ର ମନେ ନଥାଏ । ତା’ର ସଂପୂର୍ଣ୍ଣ ଜୀବନ ଚାକିରୀ କରିବା, ପିଲା ଜନ୍ମ କରିବା, ସେମାନଙ୍କୁ ପାଠ ପଢ଼େଇବା ଏବଂ ଅବୈଧ ସଂପର୍କରେ ବାନ୍ଧି ହେବାରେ ଅତିବାହିତ ହୋଇଯାଏ । ଏମାନେ ବଂଚିଥିବା ସମୟରେ ଈଶ୍ୱରଙ୍କ ଠାରୁ ଦୂରରେ ଥାଆନ୍ତି ଏବଂ ଈଶ୍ୱରଙ୍କୁ ନଜାଣି ମୃତ୍ୟୁବରଣ କରନ୍ତି । ଏହି ଧରାପୃଷ୍ଠରେ ଅନେକ ମନୁଷ୍ୟ କର୍ମର ବୋଝ ଲଦି ଈଶ୍ୱରଙ୍କ ଠାରୁ ଦୂରରେ ରହିଥାନ୍ତି, ଆନନ୍ଦିତ ଜୀବନକୁ ଛାଡ଼ି ଅଯଥା ଦାୟିତ୍ୱ ବହନ କରି ମାନସିକ ଅଶାନ୍ତି ସହତି ନିଜର ଶରୀର, ଦେଶ ଓ ଘରକୁ ସମ୍ଭାଳନ୍ତି । ଏମିତି ଲୋକମାନେ ଜୀବନସାରା ହାଏ ହାଏ କରି ଥାଆନ୍ତି ଏବଂ ଜୀବନ ବିଷୟରେ କିଛି ନଜାଣି ଦୁନିଆରୁ ବିଦାୟ ନିଅନ୍ତି । ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟକୁ ଜାଣିବା ପାଇଁ ଏବଂ ପାଇବା ପାଇଁ ନିଜ ଚରିତ୍ରର ଚେରକୁ ସୁଦୃଢ଼ କରିବାକୁ ଧର୍ମ ପୁସ୍ତକ ସହିତ ବିଜ୍ଞ ଏବଂ ମହାପୁରୁଷମାନଙ୍କ ଜୀବନୀ ପଢି ଉପାୟ ଖୋଜନ୍ତୁ । ତେବେ ଯାଇ ଚାକିରିର ଏବଂ ଅନେକ ବିଭିିନ୍ନ ସମସ୍ୟା ସମାଧାନ ହୋଇପାରିବ ।

Categories
LIFE

RELATED BY

  • ଅଭୟାରଣ୍ୟକୁ ଫେରିଲେ ହରିଣ

    କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ହରିଣ ଥିଲେ । ଯେଉଁଥିପାଇଁ...
  • ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅନନ୍ୟ ଅଗ୍ରଦୂତ: ଉତ୍କଳଗୌରବ ମଧୁସୂଦନ

    ଓଡ଼ିଆ ଆତ୍ମପରିଚିତି, ଅସ୍ମିତା ଓ ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସମର୍ପିତ ଜୀବନ ପ୍ରତ୍ୟେକ ଓଡ଼ିଆଙ୍କର ପ୍ରେରଣାସ୍ରୋତ ହୋଇ ରହିବ ବୋଲି ଆଜି ୧୭୨ତମ ମଧୁଜୟନ୍ତୀରେ ସ୍ମୃତିଚାରଣ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗ...
  • ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ

    ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ...
  • ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳ ମହାସଚିବ  ହରିଶଙ୍କର ରାଉତଙ୍କ ନେତୃତ୍ୱରେ ନେତୃତ୍ୱରେ ଅନୁଷ୍ଠିତ ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବାରୁ ବିଜୁ ଜନତା ଦଳ ରାଜ୍ୟ...
WhatsApp chat