ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା

ଯିଏ ତୃଣମୁଳ କଂଗ୍ରେସକୁ ବିରୋଧ କରିବ

ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିଲେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓ ବିଜେପିର ବଢୁଥିବା ଜନପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଟିଏମସିର ଗୁଣ୍ଡାମାନେ ଗତକାଲି ରୋଡ ଶୋରେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରକୁ ଟେକାପଥର ମାଡ କରିବା ସହ ପଶ୍ଚିମବଙ୍ଗର ପରିଚୟ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୃତି ଭାଙ୍ଗିବା, ଗାଡିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି ।

ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ରରେ ଏକ କଳାଦାଗ ଲଗାଇଛି ।

ଗତକାଲି ପଶ୍ଚିମବଙ୍ଗରେ ମମତାଙ୍କ କର୍ମୀମାନଙ୍କର ଗୁଣ୍ଡାରାଜର ମାତ୍ରା ଏତେ ଅଧିକ ଥିଲା ଯେ ଶ୍ରୀ ଶାହା ଯେଉଁ ଗାଡିରେ ବସିଥିଲେ ତା’ ଉପରକୁ ଟିଏମ୍ସି ଦଳର କର୍ମୀମାନେ ଠେଙ୍ଗାମାଡ କରିବା ସହ ଶାହା ଫେରିଯାଅ ବୋଲି ନାରା ଦେଇଥିଲେ ।

ଏହି ସମୟରେ ପଶ୍ଚିମବଙ୍ଗ ପୋଲିସ ସେଠାରେ ଉପସ୍ଥିତ ଥାଇ ବି ଚୁପ ଚାପ ବସି ତାମସା ଦେଖୁଥିଲେ । ପଶ୍ଚିମବଙ୍ଗରେ ଖୋଲା ଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଚାଲିଛି ।

ତୁରନ୍ତ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ କରାଇ ଗଣତନ୍ତ୍ର ବଂଚାଇବା ଦାବିରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ପାଖ ଦିନଦୟାଲ ପାର୍କରେ ମହଁରେ କଳା କପଡା ବାନ୍ଧି ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି ।

ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଲାଣି । ପୁରା ରାଜ୍ୟରେ ଏବେ ରାଜନୈତିକ ହିଂସା ବଢିବାରେ ଲାଗିଛି ।

ସ୍ଥାନିୟ ପୋଲିସର ସହାୟତାରେ ଶାସକ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ବିଜେପି କର୍ମୀମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି ।

ଗତ ଷଷ୍ଠ ପର୍ଯାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା ୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କ ହତ୍ୟା କରିଥିଲେ । ଝାରଗ୍ରାମରେ ବିଜେପିର ନିର୍ବାଚନ ସଭା ପାଇଁ ପଡିଆ ଯୋଗାଇ ଦେଇଥିବା ବିଜେପିର ଜଣେ କାର୍ଯ୍ୟକର୍ତାଙ୍କର ଶବକୁ ମାରି ଝୁଲାଇ ଦିଆଯାଇଛି ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା ।

ସେହିପରି ଶେଷ ପର୍ଯାୟ ନିର୍ବାଚନ ହେବାକୁ ଥିବା ଲୋକସଭା କ୍ଷେତ୍ରରେ ବି ବିଜେପିର ସମର୍ଥମମାନଙ୍କୁ ବାଛି ବାଛି ଆକ୍ରମଣ କରାଯାଉଛି । ପଶ୍ଚିମବଙ୍ଗରେ ହୋଇଥିବା ଗତ ପଂଚାୟତ ନିର୍ବାଚନରେ ବିଜେପିର ସମୁଦାୟ ୧୯ କର୍ମୀମାନଙ୍କୁ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ହତ୍ୟା କରିଥିଲେ ।

ଦେଶରେ ସମସ୍ତ ରାଜ୍ୟରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ଓଲଟା ହେଉଛି । ଦିନେ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟିଥିବା ପଶ୍ଚିମବଙ୍ଗରେ ଲୋକମାନେ ଆଜି ନିଜର ମତଦାନ କରିବାର ସ୍ୱାଧୀନତାକୁ ବି ହରାଇବା ସ୍ଥିତିରେ ଅଛନ୍ତି ।

କ୍ଷମତାରେ ଥିବା ତୃଣମୁଳ କଂଗ୍ରେସ ତାର କ୍ଷମତା ବଞ୍ଚାଇବା ପାଇଁ ରାଜନୈତିକ ହିଂସାକୁ ଏକମାତ୍ର ଆୟୁଧ କରିଛି । ଯିଏ ତୃଣମୁଳ କଂଗ୍ରେସକୁ ବିରୋଧ କରିବ ତାର ପରିବାରଲୋକମାନଙ୍କୁ ହତ୍ୟା କରିବା, ମିଛ ମୋକଦ୍ଦମାରେ ଫସାଇବା ଆଜି ପଶ୍ଚିମବଙ୍ଗରେ ସାଧାରଣ ଘଟଣା ହୋଇଛି । ପଶ୍ଚିମବଙ୍ଗକୁ ଏହି ରାଜନେତିକ ଅରାଜକତାରୁ ମୁକ୍ତ କରିବାକୁ ପଡିବ ବୋଲି ବିଜେପି ପକ୍ଷ୍ୟରୁ କୁହାଯାଇଛି ।

ଆଜିର ଏହି ପ୍ରତିବାଦ ଏବଂ ଧାରଣା ସଭାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରମାରଂଜନ ବଳିଆର ସିଂ ଓ ଶ. ପରିଡା, ରାଜ୍ୟ ସମ୍ପାଦକ ଜତିନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ ଓ ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଶ୍ୱରଂଜନ ବଡଜେନା, ସୁବାସ ଜେନା ସମେତ ବିଜେପି ଅନେକ ନେତା ଏବଂ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ

    ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ...
  • ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ

    ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର...
  • ବରୀର ଟାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ

    ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ...
  • ବେଆଇନ ଭାବେ ୩୪ ବୁଥ୍ ସାନି ମତଦାନ ଘୋଷଣା କାହା ସ୍ୱାର୍ଥରେ

    ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୧୯ ତାରିଖରେ ୩୪ଟି ବୁଥ୍ ରେ ସାନି ମତଦାନ ହେବ ବୋଲି ଘୋଷଣା କରିଛନ୍ତି । ହେଲେ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗ ଏହି ଘଟଣାରେ...
WhatsApp chat