ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ

କରିଛନ୍ତି, ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ,


ଭୁବନେଶ୍ୱର : ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି । ସେମାନଙ୍କ ସାଙ୍ଗରେ ମହାରାଷ୍ଟ୍ରର ତିନିଜଣ ଯୁବତୀ ମଧ୍ୟ ଭୀକ୍ଷୁଣୀଭାବେ ଦୀକ୍ଷା ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟ ସମ୍ପାଦନ ପାଇଁ ଥାଇଲାଣ୍ଡର ଥାଇ-ଇଣ୍ଡୋ·ଇନା ବନ୍ଧୁତ୍ୱ ସମିତି ପକ୍ଷରୁ ଏକ ୧୦୦ଜଣିଆ ସରକାରୀ ଉଚ୍ଚପଦାଧିକାରୀ ଓ ଭିକ୍ଷୁ ସଂଘଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାଗ୍ରହଣ କାର୍ଯ୍ୟକ୍ରମରେ ମହାବୋଧି ସୋସାଇଟିର ସାଧାରଣ ସମ୍ପାଦକ ସିଓଲିଥେରୋ ଓ ରାଜ୍ୟର ସଂସ୍କୃତିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅମର ପ୍ରସାଦ ଶତପଥୀ, ଓଡ଼ିଶା ଶାଖାର ସଭାପତି ଡ଼ଃ ବିମଳେନ୍ଦୁ ମହାନ୍ତି. କେନ୍ଦ୍ରୀୟ କମିଟି ଉପସଭାପତି ଅବସର ବେଉରିଆ, ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର, ବରିଷ୍ଠ ସଦସ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ନରେନ୍ଦ୍ର କୁମାର ମିଶ୍ର ଓ ଶ୍ରୀମତୀ ନମ୍ରତା ଚଢା ପ୍ରମୁଖ ଏହି ବିରଳ କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ । ଓଡ଼ିଶାରେ ବୌଦ୍ଧଭିକ୍ଷୁମାନଙ୍କ ସ୍ୱୀକୃତି କାର୍ଯ୍ୟକ୍ରମ ପ୍ରଥମ କାର୍ଯ୍ୟକ୍ରମ । ପ୍ରଥମ ଥର ପାଇଁ ଇଣ୍ଡୋ ଥାଇ ବନ୍ଧୁତ୍ୱ ସମିତି ଓଡ଼ିଶା ମହାବୋଧି ସୋସାଇଟିକୁ ଏଭଳି ସୁଯୋଗ ଦେଇଥିବାରୁ ଡ଼ଃ ମହାନ୍ତି ଆନୁଷ୍ଠାନିକ କୃତଜ୍ଞତା ଜଣାଇବା ସହ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିବା କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବୌଦ୍ଧଭୀକ୍ଷୁ ସ୍ୱୀକୃତି କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୨ ଘଟିକାରେ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଧଉଳି ଶାନ୍ତିସ୍ତୁପ ବାହାରିଥିଲା । ଭଗବାନ ବୁଦ୍ଧଙ୍କ ପଞ୍ଚଶୀଳରେ ବିଶ୍ୱାସ କରୁଥିବା ବହୁ ବ୍ୟକ୍ତିି ଏହି ଶାନ୍ତି ଶୋଭଯାତ୍ରାରେ ଭାଗ ନେଇଥିଲେ । ଥାଇଲାଣ୍ଡ ଓ ଭାରତବର୍ଷରେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ବୌଦ୍ଧଭୀକ୍ଷୁ ଓ ବୌଦ୍ଧଧର୍ମୀମାନେ ଗତ ୨ ଓ ୩ ତାରିଖରେ କିସ୍ ବିଶ୍ୱବିଦ୍ୟାଳୟ, କୋଣାର୍କ, ପୁରୀ, ଲଳିତଗିରି, ରତ୍ନଗିରି ପ୍ରଭୃତି ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିମାନ ବୁଲି ଦେଖି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଆଜିର ଶାନ୍ତି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ବୌଦ୍ଧଧର୍ମର ଅନୁଗାମୀମାନେ ମଣିଆବନ୍ଧ, ନୂଆପାଟଣା ଓ ରଗଡ଼ିରୁ ଆସିଥିଲେ ।

Categories
RELIGION

RELATED BY

  • ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଦଳର ଇସ୍ତାହାର ଉନ୍ମୋଚନ କଲେ

    ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ଚଳିତ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ କରିଛନ୍ତି । ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା ଉଲ୍ଲେଖ ଅଛି । “କାଳିଆ” ମିଶନ ଗଠନ ହେବ ବୋଲି ମଧ୍ୟ...
  • ଗିନିଜ ବିଶ୍ୱ ରେକର୍ଡସ୍ ରେ ସ୍ଥାନ ପାଇଲା

    ତିନୋଟି କ୍ଷେତ୍ରରେ ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ...
  • Golden Temple to Chief Minister

    Members of Gurudwara Guru Nanak Datan Sahib presenting the Replica of Golden Temple to Chief Minister Shri Naveen Patnaik at Secretariat on 19-1-2019....
  • Kumbh Mela 

    Minister, Sports and Youth Welfare, Government  of Uttar Pradesh  Shri Chetan Chauhan meets Chief Minister Naveen Patnaik For inviting him to attend Kumbh Mela-2019  at Secretariat  on 04.01.2019 ...
WhatsApp chat