ନିର୍ଦ୍ଦେଶାବଳୀ ଜାରି କରିବେ ନୀତି ଆୟୋଗ

ପ୍ରସ୍ତୁତ ହେଲା ରିହାତି ଚୁକ୍ତି

ପିପିପି ଢ଼ାଂଚାରେ ଅଣ-ସଂକ୍ରାମକ ରୋଗର ଚିକିତ୍ସା ବ୍ୟବସ୍ଥା; ନିର୍ଦ୍ଦେଶାବଳୀ ଜାରି କରିବେ ନୀତି ଆୟୋଗ;
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ପ୍ରସ୍ତୁତ ହେଲା ରିହାତି ଚୁକ୍ତି

ବିଗତ ବର୍ଷଗୁଡ଼ିକରେ ଦେଶର ସର୍ବମୋଟ ରୋଗ ବୋଝ ଉପରେ ଅଣ-ସଂକ୍ରାମକ ରୋଗର ସ୍ଥିତି ବୃଦ୍ଧି ପାଇଛି । ଅତୀତରେ ଦେଶର ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ କେବଳ ସଂକ୍ରାମକ ରୋଗ ଏବଂ ପ୍ରସବ ଓ ଶିଶୁ ସ୍ୱାସ୍ଥ୍ୟର ଚିକିତ୍ସା ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଉଥିଲା । ଯାହାର ଫଳସ୍ୱରୂପ ଅଣ-ସଂକ୍ରାମକ ରୋଗର ଚିକିତ୍ସା କ୍ଷେତ୍ରରେ ସାମର୍ଥ୍ୟ ଯଥେଷ୍ଟ ଭାବେ ବିକଶିତ ହୋଇପାରିନଥିଲା । ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପର ପ୍ରତିନିଧିମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରି ନୀତି ଆୟୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏମସିଏ ପ୍ରସ୍ତୁତ କରାଯାଇଛି । ଏହାର ଉଦ୍ଦେଶ୍ୟ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ, ବିଶେଷ କରି ଟାୟର ୨ ଏବଂ ୩ ସହରରେ ଅଣ ସଂକ୍ରାମକ ରୋଗ (ହୃଦରୋଗ ଚିକିତ୍ସା ବିଜ୍ଞାନ, କର୍କଟ ଚିକିତ୍ସା ବିଜ୍ଞାନ ଏବଂ ଫୁସଫୁସ ସମ୍ବନ୍ଧୀୟ)ର ଚିକିତ୍ସା ସେବା ଏବଂ ନିରାକରଣ ବ୍ୟବସ୍ଥାରେ ସହାୟତା କରିବା ।
ନୀତି ଆୟୋଗ ସଦସ୍ୟ ଡ. ଭି.କେ ପଲ, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଶ୍ରୀମତି ପ୍ରୀତି ସୁଦାନଙ୍କ ଦ୍ୱାରା ନୀତିନିୟମ ଏବଂ ଏମସିଏ ଘୋଷଣା କରାଯିବ ।

Categories
HEALTH

RELATED BY

  • ଓଡିଶାରେ ୨୦୧୦ ମସିହାରେ ପ୍ରଥମେ ଡେଙ୍ଗୁ ଦେଖା ଦେଇଥିଲା

    ଭୁବନେଶ୍ୱର:ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ...
  • ବିଜେଡି ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବ

     ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ...
  • Naveen  Patnaik

    Chief Minister Shri Naveen  Patnaik at the 52nd Annual Conference of Urological Society of India at Bhubaneswar on 23-1-2019....
  • ପିଜୁଳିର

    ପିଜୁଳି ସହିତ ସମସ୍ତେ ପରିଚିତ । ଏହା ଫଳ ରୂପେ ବ୍ୟବହାର କରାଯାଏ । ପିଜୁଳି ଗଛ ସର୍ବତ୍ର ଦେଖାଯାଏ ଓ ସମସ୍ତଙ୍କ ଦ୍ୱାରା ଆଦୃତ ଫଳ ଅଟେ । ଏହା ଦୁଇଟି ପ୍ରଜାତିର ଦେଖାଯାଏ, ଲାଲ୍‍ ଓ ଧଳା...
WhatsApp chat