ନୂଆ ଓଡ଼ିଶାର ନିର୍ମାତା

ନୂତନ ଓଡ଼ିଶାର ନିର୍ମାତା ନବୀନ ତାଙ୍କ ଶାସନ କାଳରେ ଦୃଢ ପଦକ୍ଷେପ ନେଇ ଅପଭ୍ରଂଶ ଶଦ୍ଦ ‘ଓରିଶା’କୁ ‘ଓଡ଼ିଶା’ରେ ପରିଣତ କରାଇପାରିଲେ

 ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଓଡ଼ିଶା ନ୍ୟୁଜ୍’ କେବେ ଭୁଲିପାରିବ ନାହିଁ, କାରଣ ନବୀନଙ୍କ ଯୋଗୁଁ ଆମର ଦୀର୍ଘ ଦିନର ଲକ୍ଷ୍ୟ ପୂରଣ ହୋଇଛି । ଅପଭ୍ରଂଶ ଶଦ୍ଦ “ଓରିଶା”କୁ  “ଓଡ଼ିଶା” କରାଇଛନ୍ତି । ତାଙ୍କର ଉଦ୍ୟମ ଫଳରେ ୨୦୧୨ ମସିହା ରେ ଆମ ରାଜ୍ୟର ନାମ ଓରିଶାରୁ ଓଡ଼ିଶା ହେଲା ।

ଅନେକ ସାହିତ୍ୟିକ, ଭାଷାବିତ, ରାଜନେତା, ସମାଜ ସଂସ୍କାରକ ଓଡ଼ିଶା ମାଟିରେ ତାଙ୍କର ଜୀବନ ବିତାଇଥିଲେ ମଧ୍ୟ କୌଣସି ପ୍ରକାର ଆଖିଦୃଶିଆ ଉଦ୍ୟମ ଏଥିପାଇଁ କରିନଥିଲେ ।  ଓଡ଼ିଆ ଓଡ଼ିଆ ବୋଲି ଚିତ୍କାର କରୁଥିବା ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଶାସନ କାଳରେ ଓରିଶା ରୁ ଓଡ଼ିଶା ନାମ ପରିବର୍ତ୍ତନ କରିବା ପାଇଁ ଦୃଢ ପଦକ୍ଷେପ ନେଇନଥିଲେ । ଏପରିକି କଲିକତାରୁ କୋଲକତା, ମାଡ୍ରାସରୁ ଚେନ୍ନାଇ, ବାଙ୍ଗାଲୋର ରୁ ବେଙ୍ଗାଲୁରୁ, ବମ୍ବେରୁ ମୁମ୍ବାଇ ନାମ ପରିବର୍ତ୍ତନ ସମୟରେ ମଧ୍ୟ ସେମାନଙ୍କ ନଜରକୁ ଏହା ଆସିନଥିଲା ।

ଓଡ଼ିଶାରେ ଅଧିକ ସମୟ ରହିନଥିବା,ଅଳ୍ପ ଓଡ଼ିଆ କହି ଭଲରେ ଓଡ଼ିଆ ବୁଝିପାରୁଥିବା କିନ୍ତୁ ଅଭ୍ୟାସଗତ ଭାବେ ହିନ୍ଦି ଓ ଇଂରାଜୀ ଭାଷା କହୁଥିବା ନୂତନ ଓଡ଼ିଶାର ନିର୍ମାତା ନବୀନ ତାଙ୍କ ଶାସନ କାଳରେ ଦୃଢ ପଦକ୍ଷେପ ନେଇ ଅପଭ୍ରଂଶ ଶଦ୍ଦ ‘ଓରିଶା’କୁ ‘ଓଡ଼ିଶା’ରେ ପରିଣତ କରାଇପାରିଲେ । ଓଡ଼ିଆଙ୍କ ପାଇଁ ଲଢୁଥିବା ମହାନ ଜାତିପ୍ରାଣ ନବୀନ, ଓଡ଼ିଶାର ଅନ୍ୟଜଣେ ସ୍ୱାଭିମାନୀ ଯୁଗ ପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ତାଙ୍କ ପାଇଁ ‘ଓରିଶା’, ସାରା ଭାରତରେ ‘ଓଡ଼ିଶା’ ନାମରେ ପରିଚିତ ହୋଇଛି । ଶୁଦ୍ଧ ବନାନ ଲେଖା ହେବା ସହିତ  ସ୍ୱତନ୍ତ୍ର ପରିଚୟ ପାଇଛି । ଓଡ଼ିଆ ଭାଷାର ବିକାଶ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ଏଇଥି ପାଇଁ ନବୀନ ବାବୁ ଚିରଦିନ ମନେ ରହିବେ ।

ସୂଚନା ଯୋଗ୍ୟ ଯେ ଦୀର୍ଘ୧୬ ବର୍ଷ ପୂର୍ବେ ଆମେ ଅପଭ୍ରଂଶ ଶଦ୍ଦ “ଓରିଶା” କେମିତି “ଓଡ଼ିଶା” ହେବ ତାହାକୁ ନେଇ ଉଦ୍ୟମ କରିଥିଲୁ । ଉଦ୍ୟମ ସ୍ୱରୂପ ଆମ ଖବରକାଗଜର ନାମ ତଥା ମାଷ୍ଟ ହେଡ୍ ଶୁଦ୍ଧଭାବେ ଓଡ଼ିଶା ଲେଖିଆସୁଥିଲୁ ।

ଓଡ଼ିଶା ଲେଖୁ ଥିବାରୁ ଆମକୁ ସମାଲୋଚିତ ହେବାକୁ ପଡ଼ୁଥିଲା । ଏପରିକି କେତେଲୋକ ବଡ଼ ପଣ୍ଡିତ ବୋଲି ଆମକୁ ଥଟ୍ଟା କରୁଥିଲେ । ତେବେ ଏଥିରେ ବିଚଳିତ ନହୋଇ ଆମେ ନିଜ ଉଦ୍ୟମ ଅବ୍ୟାହତ ରଖିଥିଲୁ ।

ସାରା ପୃଥିବୀରେ ଓରିଶାକୁ ଓଡ଼ିଶା ଭାବେ  ଜାଣିବା ପାଇଁ “ଓଡ଼ିଶା ନ୍ୟୁଜ ଡଟ୍‍କମ୍‍”  ନାମରେ ୱେବସାଇଟ୍ ମଧ୍ୟ ପ୍ରଚଳନ କରିଥିଲୁ ।
ଇଣ୍ଟରନେଟ୍‍ରେ ଓରିଶାକୁ ଓଡ଼ିଶା ଲେଖିବା ଆମେ ପ୍ରଥମେ ଆରମ୍ଭ କରିଥିଲୁ । ଓରିଶା ବଦଳରେ ଓଡ଼ିଶା  ଲେଖିବା ପାଇଁ  ଅନେକ ଇଣ୍ଟରନେଟ ସେବାକୁ ମଧ୍ୟ ଆମେ ଅନୁରୋଧ କରିଛୁ  । ଆମେ ଭାବୁଛୁ  ନବୀନ ବାବୁ  ଆମକୁ ଭଲଭାବରେ ଜାଣିନଥାଇପାରନ୍ତି, କିନ୍ତୁ ଆମର ଚିନ୍ତା, ଚେତନା ଓ ସଚେତନତାକୁ ସ୍ୱୀକୃତି ଦେଇଛନ୍ତି  । ନବୀନ ବାବୁଙ୍କୁ ଆମର  ପ୍ରଣାମ । ଏଥିସହ ଓଡ଼ିଶା ବିଧାନ ସଭାରେ ଓରିଶା ନାମ ପରିବର୍ତ୍ତନ ପାଇଁ  ଆସିଥିବା ପ୍ରସ୍ତାବକୁ ସମର୍ଥନ କରିଥିବା ସେହି ସମୟର ପ୍ରତ୍ୟେକ  ବିଧାୟକ ଏବଂ ଏହି ପ୍ରସ୍ତାବକୁ ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇଥିବା ପ୍ରତ୍ୟେକ ସାଂସଦଙ୍କୁ ଆମର ଅନେକ ଅନେକ  ଧନ୍ୟବାଦ । ଶେଷରେ ଆମର ମହାମହିମ୍‍ ରାଷ୍ଟ୍ରପତି ମହୋଦୟଙ୍କୁ ମଧ୍ୟ ଆମେ କୃତଜ୍ଞତା   ଜଣାଉଛୁ । ଉଲ୍ଲେଖ ଯୋଗ୍ୟ ଯେ ନବୀନ ବାବୁ ଓଡ଼ିଶାକୁ ଭଲ ପାଉଥିବା ଜଣେ ଶାନ୍ତି ପ୍ର୍ରିୟ ମଣିଷ । ଓଡ଼ିଶାକୁ ବହୁତ ଭଲ ପାଉଥିବାରୁ ଯୁଗଯୁଗ ଧରି ଚଳି ଆସୁଥିବା ଅଶୁଦ୍ଧ ଇଂରାଜୀ ଶବ୍ଦ ‘ଓରିଶା’ରୁ ‘ଓଡ଼ିଶା’ କରାଇ ସମସ୍ତଙ୍କ ମୁଖରେ ନିର୍ଭୁଲ ଉଚ୍ଚାରଣ କରାଇବା ପାଇଁ ପଦକ୍ଷେପ ନେଲେ । 

୨୦୦୧ ମସିହାରେ   ନବୀନ ପଟ୍ଟନାୟକ ସମ୍ବଲପୁର ବୁର୍ଲାର ଅଶୋକ ନିବାସରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଥିଲେ, ସାମ୍ବାଦିକମାନେ ଓଡ଼ିଆରେ କରିଥିବା ସବୁ ପ୍ରଶ୍ନର ଉତ୍ତର ସୁନ୍ଦର ଭାବେ ହିନ୍ଦୀ ଏବଂ ଇଂରାଜୀରେ ଦେଇଥିଲେ । ଏଠୁ ପ୍ରମାଣିତ ହୋଇଛି ଯେ ନବୀନ ବାବୁ ଓଡ଼ିଆ ଭଲରେ ବୁଝିପାରନ୍ତି । ସମାଲୋଚକମାନେ ସାବଧାନ ରହିବା ଆବଶ୍ୟକ ।

ସାମ୍ବାଦିକ ସମ୍ମିଳନୀ ସକାଳ ୮.୩୦ ସମୟରେ ଅନୁଷ୍ଠିତ ହୋଇଥିଲା,ତାଙ୍କର ବ୍ୟକ୍ତିଗତ ସଚିବ ସନ୍ତୋଷ ଶତପଥି,ଆଇଏଏସ୍ ଥିଲେ । ଏବର ନିର୍ମାଣ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ, ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଥିଲେ ଏବଂ ମୁଁ ଓଡ଼ିଶା ନିଉଜର ସଂପାଦକ ଭାବେ ଉପସ୍ଥିତିଥିଲି । ସେହି ସମୟର ମୁଖ୍ୟ ଶାସନ ସଚିବ ଓ ଅନେକ ମନ୍ତ୍ରୀ ମଧ୍ୟ ଉପସ୍ଥିତଥିଲେ ।

ସୂଚନା ଯୋଗ୍ୟ ଯେ ନବୀନ ବାବୁ ମଣିଷକୁ ଦେଖିଦେଲେ ଭଲରେ ତାର ପରିଭାଷା ବୁଝିପାରୁଥିବା ବିରଳ ମାନବ । ଓଡ଼ିଆ ଭଲରେ ବୁଝି ଓଡ଼ିଆଙ୍କ ବିକାଶରେ ଲାଗିପଡ଼ିଥିବା ହିଁ ତାଙ୍କର ମାନବିକତାର ପ୍ରକୃତ ପରିଚୟ  । ଓଡ଼ିଆ ବିଷୟରେ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିମାନେ କଣ ସବୁ କରିଛନ୍ତି ଏବଂ କରୁଛନ୍ତି ଆପଣମାନେ ଭଲରେ ଜାଣିଛନ୍ତି ।

Categories
NATIONAL

RELATED BY

  • ବାଙ୍ଗାଲୋର ମାରାଥାଳିରେ ରହୁଥିବା ଓଡ଼ିଆ ଫନି ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ

    ବାଙ୍ଗାଲୋର ମାରାଥାଳି ରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶା ରେ ହେଇଥିବ ଫନି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଟଙ୍କା ଦେବାସହ ଟ୍ରକ ଏବଂ ବିମାନ ମାଧ୍ୟମରେ ରିଲିଫ୍ ପଠାଇଛନ୍ତି ।...
  • ୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

    ଭୁବନେଶ୍ୱର : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି । ଅନ୍ୟପଟେ...
  • ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଥିବାବେଳେ ୪୫ ଜଣଙ୍କର ଜୀବନ ଗଲା କେମିତି ?

    ଭୁବନେଶ୍ୱର: ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଞ୍ଚାଇ ପାରିନାହାଁନ୍ତି । ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଅଧିକ ଲୋକଙ୍କୁ...
  • ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ...
WhatsApp chat