୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

କେବଳ ଦଳୀୟ କର୍ମୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ରିଲିଫ ବଣ୍ଟାଯାଇଛି

ଭୁବନେଶ୍ୱର : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି ।

ଅନ୍ୟପଟେ ସହାୟତା ନାଁରେ ରାଜ୍ୟସରକାର ଛଳନା କରିଚାଲିଛନ୍ତି । କେବଳ ଦଳୀୟ କର୍ମୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ରିଲିଫ ବଣ୍ଟାଯାଇଛି । ବାତ୍ୟା ପରେ କ୍ଷତିଗ୍ରସ୍ତ ଚାଷ ଜମିକୁ କୌଣସି କୃଷି ବିଭାଗର ଅଧିକାରୀ ଯାଇନାହାଁନ୍ତି କି କ୍ଷୟକ୍ଷତି ଆକଳନ କରିନାହାଁନ୍ତି । ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ ଜମିରେ ଲଗାଇଥିବା ଚାଷୀ ଏବେ ଚିନ୍ତାରେ ପଡିଛି ।

ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଳେଇଘାଇ, ମଧ୍ୟ ଶାସନ, ସଦର ବ୍ଲକର ଦଣ୍ଡୁଆସିପଡା, ଆୟତପୁର ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ରାଜ୍ୟସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦାବାକୁ ପ୍ରତିନିଧୀ ଦଳ ଦାବି କରିଛି ।

ଚାଷୀମାନେ ସେମାନଙ୍କ ସମସ୍ୟା ପ୍ରତିନିଧୀ ଦଳ ଆଗରେ ବଖାଣିଛନ୍ତି । ଜଗତସିଂହପୁର ଜିଲ୍ଲାରେ ସମସ୍ତ ଫସଲ ହାନି ହୋଇଛି ।

ଛତୁ ଚାଷ, ଅମୃତଭଣ୍ଡା, ପୋଟଳ ଆଦି ପରିବା ସଂପୂର୍ଣ୍ଣ ନଷ୍ଟ ହୋଇଛି । ଉପକୂଳ ଓଡିଶାର ସବୁଜ ପରିବା ଉତ୍ପାଦନ ପାଇଁ ଦଳେଇଘାଇ ପ୍ରମୁଖ ସ୍ଥାନ ଥିବାବେଳେ ବାତ୍ୟାପରେ ସମସ୍ତ ଫସଲ ମାଟିରେ ମିଶିଛି ।

ଜଗତସିଂହପୁର ଜିଲ୍ଲାରେ ହଜାର ହଜାର ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ବିଭିନ୍ନ ଅଞ୍ଚଳରେ ଏଯାବତ ଗୋଖାଦ୍ୟ ପହଞ୍ଚି ପାରିନାହିଁ । କିଛି ସ୍ଥାନରେ ଗୋରୁ ଗାଇଙ୍କ ପାଇଁ ପ୍ରଶାସନ ମାତ୍ର ୨୫୦ ଗ୍ରାମ ଗୋଖାଦ୍ୟ ଯୋଗାଉଛି ।

ଯାହାକି ଯଥେଷ୍ଟ ନୁହେଁ ବୋଲି ଗୋପାଳନ ଚାଷୀମାନେ ଅଭିଯୋଗ କରିଛନ୍ତି । ସେହିପରି ଘର ଛପର ଏବଂ ଆଜବେଷ୍ଟସ ଉଡିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ନଦେଇ ୫୦୦ ଟଙ୍କା ଦେଇ ପ୍ରଶାସନ ଭୂଆଁ ବୁଲାଉଛି ବୋଲି ବାତ୍ୟା କ୍ଷତିଗ୍ରସ୍ତ ଲୋକମାନେ ପ୍ରତିନିଧୀ ଦଳଙ୍କ ଆଗରେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରୀୟ ସହାୟତାକୁ ରାଜ୍ୟସରକାର ବାଟମରଣା ନକରି ସିଧା ବାତ୍ୟା ବିପନ୍ନଙ୍କ ଆକାଉଂଟକୁ ପଠାଇବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରବି ନାରାୟଣ ମହାପାତ୍ର, ପ୍ରଦୀପ ମହନ୍ତ, ଅଶୋକ ମହାନ୍ତି, ଶକୁନ୍ତଳା ମହାପାତ୍ର, ଅମରେଶ୍ୱର ମିଶ୍ର, ସଂଜୀବ ରଣା, ଅଶୋକ ସେଠୀ ଏବଂ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ଥିଲେ ।

Categories
NATIONAL

RELATED BY

  • ବାଙ୍ଗାଲୋର ମାରାଥାଳିରେ ରହୁଥିବା ଓଡ଼ିଆ ଫନି ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ

    ବାଙ୍ଗାଲୋର ମାରାଥାଳି ରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶା ରେ ହେଇଥିବ ଫନି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଟଙ୍କା ଦେବାସହ ଟ୍ରକ ଏବଂ ବିମାନ ମାଧ୍ୟମରେ ରିଲିଫ୍ ପଠାଇଛନ୍ତି ।...
  • ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଥିବାବେଳେ ୪୫ ଜଣଙ୍କର ଜୀବନ ଗଲା କେମିତି ?

    ଭୁବନେଶ୍ୱର: ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଞ୍ଚାଇ ପାରିନାହାଁନ୍ତି । ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଅଧିକ ଲୋକଙ୍କୁ...
  • ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ...
  • ରାଜ୍ୟସଭାର ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ

    ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ଆଜି ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, କୋଣାର୍କ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବା ସହିତ ପ୍ରଭାବିତ...
WhatsApp chat