ପିଆଜର

 ଉପକାରୀତା

 

ମୁନୀଋଷିମାନେ ଅନେକ ଔଷଧୀୟ ଗୁଣଥିବା ଦ୍ରବ୍ୟକୁ ଆମର ଦୈନନ୍ଦିନ ଖାଦ୍ୟ ସହିତ ଯୋଡ଼ି ଦେଇଛନ୍ତି ଯାହାକୁ ଖାଇ ଆମ ଅଜାଣତରେ ଅନେକ ରୋଗରୁୁ ଆମ୍ଭେମାନେ ରକ୍ଷା ପାଇଥାଉ । ତା’ମଧ୍ୟରୁ ପିଆଜ ହେଉଛି ଅନ୍ୟତମ । ପିଆଜ ଦୁଇ ପ୍ରକାରର ଦେଖାଯାଏ, ଯଥା- ଦେଶୀ ପିଆଜ ଓ ଓଲି ପିଆଜ । ଓଲି ପିଆଜ ଦୁଇଟି ରଙ୍ଗର ଦେଖାଯାଏ ଧଳା ଓ ଲାଲ । ଓଲି ପିଆଜ ଅପେକ୍ଷା ଦେଶୀ ପିଆଜରେ ଔଷଧୀୟ ଗୁଣ ଅଧିକ ଥାଏ ।

ଉଚ୍ଚ ରକ୍ତଚାପ: ପ୍ରତିଦିନ ସକାଳେ ଖାଲିପେଟରେ ୧-୨ ଚାମଚ ପିଆଜ ରସରେ ମହୁ ମିଶାଇ ସେବନ କଲେ ଉଚ୍ଚ ରକ୍ତଚାପ ରୋଗରେ ଲାଭ ମିଳିଥାଏ । ରକ୍ତାର୍ଶ: ପିଆଜ ରସ ୧୨୫ ଗ୍ରାମରେ ୨୦ ଗ୍ରାମ ମିଶ୍ରୀ ମିଶାଇ ଦିନରେ ଥରେ ପିଇଲେ ରକ୍ତାର୍ଶରେ ଲାଭ ମିଳିଥାଏ । ପରିସ୍ରା ପୋଡ଼ା: ପିଆଜ ରସ ୫-୧୦ ଗ୍ରାମ ପିଇଲେ ପରିସ୍ରା ପୋଡ଼ା ବନ୍ଦ ହୋଇଥାଏ । ଚନ୍ଦାପଣ: ରାତିରେ ଦେଶୀ ପିଆଜ ରସକୁ ମୁଣ୍ଡରେ ଲଗାଇ ସକାଳେ ମୁଣ୍ଡ ଧୋଇଲେ ୧-୨ ମାସରେ ପୁଣି ନୂଆ ଚୁଟି ଉଠିଥାଏ । ଦେଶୀ ପିଆଜ ନମିଳିଲେ ଓଲି ପିଆଜ ବ୍ୟବହାର କରାଯାଇପାରେ । ରାତିରେ ଶୁଖିଲା କାଶ ହେଉଥିଲେ: ରାତିରେ ଶୋଇବା ଏକ ଘଣ୍ଟା ପୂର୍ବରୁ ପିଆଜ ରସ ୧-୨ ଚାମଚ ମହୁ ସହିତ ଖାଇବ ଓ ଗୋଟିଏ ପିଆଜକୁ ଦୁଇଖଣ୍ଡ କରି କାଟି ୧୫-୨୦ ଥର ଶୁଙ୍ଘିବ । ପିଲା ବିଛଣାରେ ପରିସ୍ରା କରୁଥିଲେ: ପିଲାଙ୍କୁ ରାତ୍ରି ଭୋଜନରେ କଞ୍ଚା ପିଆଜ ଖାଇବାକୁ ଦେଲେ କିଛିଦିନରେ ପିଲାଙ୍କର ବିଛଣାରେ ପରିସ୍ରା ବନ୍ଦ ହୋଇଯାଏ । ପେଟ ଫମ୍ପା ଓ ପେଟ ବ୍ୟଥା: ପିଆଜକୁ ଭାଜି ହେଙ୍ଗୁ ଓ ଲୁଣ ମିଶାଇ ଖାଇଲେ ପେଟଫମ୍ପା ଦୂର ହୋଇଥାଏ । ପିଆଜ ରସରେ ୧-୨ ଚାମଚ ଲେମ୍ବୁ ରସ ଓ ଅଳ୍ପ ଲୁଣ ମିଶାଇ ପିଇଲେ ପେଟବ୍ୟଥା ଦୂର ହୁଏ । ପଥୁରୀ: ପିଆଜ ରସ ୧୦-୨୦ ଗ୍ରାମ ମାତ୍ରାରେ ଦିନରେ ୩ ଥର ୩ ମାସ ପର୍ଯ୍ୟନ୍ତ ପିଇଲେ ପଥୁରୀ ମିଳାଇଯାଇ ପରିସ୍ରାରେ ବାହାରିଆସେ । ଅମ୍ଳପତ୍ତ (ଗ୍ୟାସ୍): ପିଆଜ ରସ ୧ ଚାମଚ ଘୋଳ ଦହି ଓ ମିଶ୍ରୀ ସହିତ ସେବନ କଲେ ଅମ୍ଳପିତ୍ତ ଶାନ୍ତହୁଏ । ପରିସ୍ରା ପୋଡ଼ା ହେଉଥିଲେ: କଞ୍ଚା ପିଆଜ ୧-୨ଟିକୁ ଚୋବାଇ ଖାଇ ପାଣି ପିଇଲେ ପରିସ୍ରା ପୋଡ଼ା ବନ୍ଦ ହୋଇଥାଏ । ରକ୍ତସ୍ରାବ: ଧଳା ପିଆଜ ରସ ଦିନରେ ୨-୩ ଥର ସେବନ କଲେ ରକ୍ତସ୍ରାବ ବନ୍ଦ ହୁଏ । ଧଳା ପିଆଜ ରସକୁ ଘୋଳ ଦହି ସହିତ ସେବନ କଲେ ମଧ୍ୟ ଲାଭ ମିଳିଥାଏ । ଆଖିରୋଗ: ପିଆଜ ରସରେ ଅଳ୍ପ ଲୁଣ ମିଶାଇ ଆଖିରେ ୨୦୨ ବୁନ୍ଦ ପକାଇଲେ ରକ୍ତ ଜମି ଦେଖାଯାଉନଥିଲେ ଠିକ୍ ହୋଇଯାଏ । ଧଳା ପିଆଜ ରସ ୧ ଚାମଚ, ଅଦା ରସ ୧ ଚାମଚ, ଲେମ୍ବୁ ରସ ୧ ଚାମଚ ଓ ମହୁ ୩ ଚାମଚକୁ ମିଶାଇ ଆଠପରସ୍ତ କପଡ଼ାରେ ଛାଣି ୧-୨ ଟୋପା ଲେଖାଏଁ ଆଖିରେ ପକାଇଲେ ଆଖିରେ ଥିବା ମଇଳା ବାହାରି ଆସେ ଓ ଆଖିର ସମସ୍ତ ରୋଗ ଦୂର ହୁଏ । ଏହାକୁ ଆଖିରେ ପକାଇଲେ ଅଧମିନିଟରୁ ଏକ ମିନିଟ୍ ପର୍ଯ୍ୟନ୍ତ ଭୀଷଣ ପୋଡ଼ିବ କିଛି ଡରିବା ଉଚିତ୍ ନୁହେଁ । ପରେ ଆଖିରୁ ଗରମ ପାଣି ବାହାରି ଆସି ଆଖିକୁ ଥଣ୍ଡା ଦିଏ । ଏହି ଔଷଧକୁ ଫ୍ରିଜରେ ରଖି ଏକମାସ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ପିଆଜ ରସରେ ମହୁ ମିଶାଇ ଆଖିରେ ଅଂଜନ ଭଳି ଲଗାଇଲେ ଦୃଷ୍ଟିଶକ୍ତି ବଢ଼ିଥାଏ । ପୌରୁଷତ୍ୱ ପ୍ରାପ୍ତି: ଧଳା ପିଆଜ ରସ, ମହୁ, ଅଦାରସ ବିଷମ ମାତ୍ରାରେ ନେଇ ଏକ ମାସ ପର୍ଯ୍ୟନ୍ତ ସେବନ କଲେ ଯୌନ ଦୁର୍ବଳତା ଦୂର ହୋଇ ବିଶେଷ ଲାଭ ଦେଇଥାଏ । ମୂର୍ଚ୍ଛା ରୋଗ: ପିଆଜକୁ କାଟି ସୁଙ୍ଘାଇଲେ ମୂର୍ଚ୍ଛାରୋଗ ଠିକ୍ ହୋଇଥାଏ ଓ ହିଷ୍ଟ୍ରିୟାରେ ମଧ୍ୟ ଲାଭ ମିଳେ । ଗଳା ରୋଗ: ପିଆଜକୁ ପାଣିରେ ସିଝାଇ ସେହି କାଢ଼ାରୁ ୪୦-୬୦ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ପିଇଲେ ଶ୍ୱାସରୋଗରେ ଲାଭ ମିଳିଥାଏ । ଗ୍ରୀଷ୍ମ ବାଧକ : ଖରାଦିନେ ନିୟମିତ ଭାବେ ପିଆଜ ଖାଇବା ଲୋକକୁ ଗ୍ରୀଷ୍ମବାଧକ ହୁଏ ନାହିଁ । ଅନିଦ୍ରା ରୋଗ: ପିଆଜ ମଂଜିକୁ ସିଝାଇ ଚା’କରି ପିଇଲେ ଅନିଦ୍ରା ରୋଗ ଦୂର ହୋଇଥାଏ । ଧଳା ଛଉ: ପିଆଜ ମଂଜିକୁ ବାଟି ଲେପଦେଲେ ଧଳାଛଉ ଠିକ୍ ହୋଇଥାଏ । ଜଳେଦୋର/ଶୋଥ: କଞ୍ଚା ପିଆଜ ନିୟମିତ ଭାବେ ଖାଦ୍ୟ ସହିତ ଖାଇଲେ ଜଳୋଦର ଓ ଶୋଧ ରୋଗରେ ଲାଭ ଦେଇଥାଏ । ବନ୍ଦ ଗଣ୍ଠି: ୧-୨ ଖଣ୍ଡ ପିଆଜକୁ ଛୋଟ ପିଲାର ପରିସ୍ରାରେ ବାଟି ଲେପ ଦେଲେ ବନ୍ଦ ଗଣ୍ଠି ଖୋଲି ଯାଇଥାଏ । ଯାଦୁ: ପିଆଜକୁ ସିରିକାରେ ବାଟି ଲେପ ଦେଲେ ଯାଦୁ ଭଲ ହୋଇଯାଏ ଓ କଳାଦାଗ ଲିଭିଯାଏ । କୀଟ ଦଂଶନ: ପିଆଜ ରସ ଲଗାଇଲେ କୀଟ ଦଂଶନ ଜନୀତ ଜ୍ୱାଳା କମିଯାଇଥାଏ । ଜ୍ୱର: ମଧ୍ୟମ ଧରଣର ଗୋଟିଏ ପିଆଜକୁ ଚୋପାଛଡ଼ାଇ କଳାଲୁଣ ଲଗାଇ ଦିନରେ ୨ଥର ଖାଇଲେ ଜ୍ୱର ଭଲ ହୁଏ ।

Categories
HEALTH

RELATED BY

  • ଓଡିଶାରେ ୨୦୧୦ ମସିହାରେ ପ୍ରଥମେ ଡେଙ୍ଗୁ ଦେଖା ଦେଇଥିଲା

    ଭୁବନେଶ୍ୱର:ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ...
  • ବିଜେଡି ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବ

     ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ...
  • Naveen  Patnaik

    Chief Minister Shri Naveen  Patnaik at the 52nd Annual Conference of Urological Society of India at Bhubaneswar on 23-1-2019....
  • ପିଜୁଳିର

    ପିଜୁଳି ସହିତ ସମସ୍ତେ ପରିଚିତ । ଏହା ଫଳ ରୂପେ ବ୍ୟବହାର କରାଯାଏ । ପିଜୁଳି ଗଛ ସର୍ବତ୍ର ଦେଖାଯାଏ ଓ ସମସ୍ତଙ୍କ ଦ୍ୱାରା ଆଦୃତ ଫଳ ଅଟେ । ଏହା ଦୁଇଟି ପ୍ରଜାତିର ଦେଖାଯାଏ, ଲାଲ୍‍ ଓ ଧଳା...
WhatsApp chat