ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ରାଷ୍ଟ୍ରୀୟ ସମ୍ମାନ

ପ୍ରଦାନ

ଭୁବନେଶ୍ଵର: ପୋଲିସ କମିଶନର ଶ୍ରୀ ସତ୍ୟଜିତ ମହାନ୍ତି ଓ ଡିସିପି ଶ୍ରୀ ଅନୁପ କୁମାର ସାହୁଙ୍କୁ ପୋଲିସ ପ୍ରଶାସନ ସେବା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ନିମନ୍ତେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ଦୀର୍ଘ ୪୦ ବର୍ଷବ୍ୟାପୀ ଦେଶର ବିଭିନ୍ନ ପ୍ରତିଭାଧରମାନଙ୍କୁ ରାଜ୍ୟପାଳ ପ୍ରଦାନ କରିଆସୁଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହା ଚୟନ କରାଯାଇ ପ୍ରଦାନ କାଯାଇଥାଏ । ଶ୍ରୀ ମହାନ୍ତି ଓ ସାହୁ ସେମାନଙ୍କର ପ୍ରଶାସନିକ ଦକ୍ଷତା ଓ ଲୋକାଭିମୁଖୀ ପୋଲିସ ସେବା ନିମନ୍ତେ ବିଶେଷ ଭାବରେ ଏହି  ରାଷ୍ଟ୍ରୀୟ ସମ୍ମାନ ଲାଭ କରିଛନ୍ତି । ଏହି ସମ୍ମାନ ସେମାନଙ୍କୁ ଅଧିକ ଦକ୍ଷତା ସହ ପୋଲିସ ସେବାକୁ ଲୋକାଭିମୁଖୀ କରାଇବାରେ ଅଧିକ ଅନୁପ୍ରେରିତ କରିବ ବୋଲି ଉଭୟ ମତବ୍ୟକ୍ତ କରି ଧନ୍ୟବାଦ ଜଣାଇଛନ୍ତି । ନିର୍ବାଚନ ଜନିତ  ବ୍ୟସ୍ତ ଥିବା ହେତୁ ଦୁଇ ସମ୍ମାନିତ ପ୍ରତିଭା ସ୍ଵତନ୍ତ୍ର ଉତ୍ସବରେ ଅନୁପସ୍ଥିତ ଥିଲେ । ସମ୍ପ୍ରତି ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହା ସଚିବ ଶ୍ରୀ ସୁରେନ୍ଦ୍ର ଦାସଙ୍କଠାରୁ ଉଭୟ ଏହି ରାଷ୍ଟ୍ରୀୟ ସମ୍ମାନ ଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି ।

Categories
STATE

RELATED BY

  • ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟ ଚାଲିଛି

    ଭୁବନେଶ୍ୱର : ‘ଫନୀ’ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ, ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନ, ବିଭିନ୍ନ ବିଭାଗ ତଥା ସ୍ଵେଛାସେବୀମାନଙ୍କ ଅହର୍ନିଶ କାର୍ଯ୍ୟ ଅବ୍ୟାହତ ରହିଛି । ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ...
  • ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି

    ଭୁବନେଶ୍ୱର :‘ଫନୀ’ ବାତ୍ୟା ପରବର୍ତ୍ତୀ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଜନଜୀବନ ଯଥେଷ୍ଟ ଭାବରେ ବ୍ୟବସ୍ଥିତ ହୋଇପାରିଛି । ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକାଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍‌-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ...
  • ଦେଲେ ୧ଲକ୍ଷ ଟଙ୍କା

    ଭୁବନେଶ୍ଵର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀମତି ଛୁରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ...
  • Chief Minister

    16-05-2019:Chief Minister Naveen Patnaik reviewing Situation Report on Excrement Severe Cyclonic Storm  Fani at Kendrapara...
WhatsApp chat