ଫନୀ ମୁକାବିଲା କରିବାରେ ସରକାର ବିଫଳ

ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଛନ୍ତି

ଭୁବନେଶ୍ୱର : ବାତ୍ୟା “ଫନୀ” କୁ ଦୀର୍ଘ୍ୟ ୭ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରଶାସନର ସ୍ଥାଣୁତା, ଅପାରଗତା ଯୋଗୁଁ ଏବେ ସୁଦ୍ଧା କ୍ଷତିଗ୍ରସ୍ତ ବାସହୀନ ଓ ଭୋକିଲା ପରିବାର ମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ରାଜ୍ୟର ୧୪ଟି ଜିଲ୍ଲାର ୮୮ ବ୍ଲକ ବାତ୍ୟା ଫନୀରେ ପ୍ରଭାବିତ ହୋଇଛି ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ପୁରୀକୁ ଅଧିକ କ୍ଷତିଗସ୍ତ ହୋଇଛି । କେନ୍ଦ୍ରୀୟ ମେଟ୍ରୋଲୋଜି ବିଭାଗ ୭ ଦିନ ପୂର୍ବରୁ ଚେତାବନୀ ଦେଇଥିଲା । କିନ୍ତୁ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ନିର୍ବାଚନ ଶେଷ ହେବା ପରେ ଆଉ କୌଣସି କର୍ତବ୍ୟନଥିବା ମନେକରି ଶୋଇକରି ବିଶ୍ରାମ ନେଇ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କଲେ ନାହିଁ । ଲୋକଙ୍କୁ ସ୍ଥାନାନ୍ତର କରିବା କହି ବାହାବାହା ନେଇ ବାତ୍ୟା ବିପନ୍ନ ମାନଙ୍କୁ ସାହାଯ୍ୟ କରିବାରେ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ଆଜି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କୁ ଭେଟି ଏହି ପ୍ରସଙ୍ଗରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରଳୟଙ୍କାରୀ ବାତ୍ୟାକୁ “ଫନୀ” ହେବାର ୭ ଦିନ ପରେ ମଧ୍ୟ ପ୍ରଶାସନର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଲୋକଙ୍କୁ ପିଇବାକୁ ପାଣି ମିଳୁନାହିଁ, ବିଦ୍ୟୁତ ସଂଯୋଗ ନାହିଁ, ଖାଦ୍ୟ ନାହିଁ, ଏବଂ ରହିବାକୁ କୌଣସି ପଲିଥିନ ମିଳିନାହିଁ । କେନ୍ଦ୍ର ସରକାର ଅଗ୍ରିମ ୧୩୪୧ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସାହାଯ୍ୟ ଏବଂ ସହାୟତାକୁ ନେବାରେ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରୁନାହାନ୍ତି । କିନ୍ତୁ କେନ୍ଦ୍ରସରକାର ରାଜ୍ୟ ସରକାରଙ୍କର ବିନା ସହଯୋଗରେ ବାତ୍ୟା ବିପନ୍ନକୁ ସହାୟତା ପ୍ରଦାନ କରିଚାଲିଛନ୍ତି । ଏପ୍ରକାର ପରିସ୍ଥିତିରେ ରାଜଧାନୀ ବାସୀ ନିଜ ଗାଁ ମାଟିକୁ ଏବଂ ନିଜର ଜନ୍ମ ସ୍ଥାନକୁ ଚାଲିଯାଇଛନ୍ତି । ରାଜ୍ୟ ସରକାରଙ୍କ ଅନିୟମିତତା ଓ ଆନ୍ତରକିତାର ଅଭାବ ଯୋଗୁଁ ରାଜଧାନୀରେ ୭ ଦିନ ମଧ୍ୟରେ କେବଳ ୨୫ ପ୍ରତିଶତ ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚି ପାରିଛି । ରାଜ୍ୟ ସରକାର କୌଣସି ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳଙ୍କ ସହ ସହଯୋଗ ଏବଂ ସହାୟତା ନେଉନାହାନ୍ତି । ଫଳରେ ବାତ୍ୟା ବିପନ୍ନମାନେ କଷ୍ଟ ଭୋଗୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସହାୟତାରେ ଓଡିଶାକୁ ସହଯୋଗ କରିବାର ଯଥା ସମ୍ଭବ ପ୍ରୟାସ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ ବିଷୟ ରାଜନୈତିକ ଉଦ୍ଦେଶ୍ୟରେ ରିଲିଫ ବଣ୍ଟାଯାଉଛି । ଯେଉଁମାନେ ଶାସକ ଦଳକୁ ଭୋଟ ଦେଇନାହାନ୍ତି, ବିରୋଧୀ ଦଳର କର୍ମକର୍ତା ହୋଇଥିବାରୁ ସେମାନଙ୍କୁ ରିଲିଫ୍ ମିଳୁନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜେପି କର୍ମକର୍ତା ହୋଇଥିବା କାରଣରୁ ରିଲିଫ୍ ମିଳିବାରେ ବିଳମ୍ବ ହେଉଛି ଯାହା ଶାସକ ଦଳର ନେତାମାନଙ୍କ ନିୟନ୍ତ୍ରଣରେ କରାଯାଉଛି । ରାଜ୍ୟ ପ୍ରଶାସନ ତରଫରୁ ଏହି ପରିସ୍ଥିତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ବିଞ୍ଜାରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ବିଜେପି କାର୍ଯ୍ୟକର୍ତା ହୋଇଥିବାରୁ ଅନେକ ଲୋକଙ୍କୁ ରିଲିଫ ମିଳୁନାହିଁ । ପୁରୀ ବିଧାୟକ ମହେଶ୍ୱର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି ଯିଏ ବିଜେଡିକୁ ଭୋଟ ଦେଇନାହାନ୍ତି ସେମାନଙ୍କୁ ରିଲିଫ ଦିଆଯିବନି । ରାଜ୍ୟ ପ୍ରଶାସନର ବ୍ୟବସ୍ଥାରେ ଅନିୟମିତତା ଓ ଅପାରଗତା ଯୋଗୁଁ କେବଳ ବୈଠକ, ଡାଟା କଲେକ୍ସନରେ ବ୍ୟସ୍ତ ପ୍ରଶାସନିକ ଅଧିକାରିମାନଙ୍କ ସହଯୋଗରେ ରିଲିଫ୍ ପାଣ୍ଠିକୁ ଲୁଟ ହେଉଛି । ଏହି ପରିସ୍ଥିତିରେ ସମସ୍ତଙ୍କୁ ସମାନ ଦୃଷ୍ଠିରେ ଦେଖାଯାଉ ଏବଂ ପକ୍ଷପାତିତା ନକରି ସମସ୍ତ ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରାଯାଉ ବୋଲି ରିଲିଫ କମିଶନରଙ୍କ ପାଖରେ ପ୍ରତିନିଧି ଦଳ ଦାବି ଜଣାଇଛି ।
ଓଡିଶାବାସୀଙ୍କୁ ବିପଦ ସମୟରେ ୪୦ ଡିଗ୍ରୀରୁ ଅଧିକ ଗରମରେ କାମ କରି ପରିସ୍ଥିତିକୁ ସାମାନ୍ୟ ସ୍ଥିତିକୁ ଆଣିବାରେ ଲାଗିଥିବା ସମସ୍ତ ଶ୍ରମିକ, ଟେକନିସିଆନ, ବିଷେଜ୍ଞ, ଏନଡିଆରଏଫ, ଓଡ୍ରାଫ୍ଟ ଏବଂ ଦମକଳ ବିଭାଗ ଯେଉଁ ଅକୁଣ୍ଠ ସାହାଯ୍ୟର ହାତ ବଢେଇଛନ୍ତି ସେଥିପାଇଁ ରାଜ୍ୟ ବିଜେପି ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କୁ ଭେଟିଥିବା ଏହି ପ୍ରତିନିଧୀ ଦଳରେ ରାଜ୍ୟ ପ୍ରବକ୍ତା ଶ୍ରୀ ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ସୁବାଷ ଗୋଚ୍ଛାୟତ, ବରି ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
NATIONAL

RELATED BY

  • ବାଙ୍ଗାଲୋର ମାରାଥାଳିରେ ରହୁଥିବା ଓଡ଼ିଆ ଫନି ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ

    ବାଙ୍ଗାଲୋର ମାରାଥାଳି ରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶା ରେ ହେଇଥିବ ଫନି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଟଙ୍କା ଦେବାସହ ଟ୍ରକ ଏବଂ ବିମାନ ମାଧ୍ୟମରେ ରିଲିଫ୍ ପଠାଇଛନ୍ତି ।...
  • ୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

    ଭୁବନେଶ୍ୱର : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି । ଅନ୍ୟପଟେ...
  • ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଥିବାବେଳେ ୪୫ ଜଣଙ୍କର ଜୀବନ ଗଲା କେମିତି ?

    ଭୁବନେଶ୍ୱର: ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଞ୍ଚାଇ ପାରିନାହାଁନ୍ତି । ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଅଧିକ ଲୋକଙ୍କୁ...
  • ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ...
WhatsApp chat