ବାତ୍ୟା କ୍ଷତିଗ୍ରସ୍ତ ହନ୍ତସନ୍ତ

ସତ କୁହନ୍ତୁ ସରକାର

ଭୁବନେଶ୍ୱର :ବାତ୍ୟା ପରିବର୍ତୀ ଅବସ୍ଥାରେ ଦୁଃଖ ଓ ଦୁର୍ଦଶାରେ ଦିନ କାଟୁଥିବା ସାଧାରଣ ଜନତାଙ୍କ ପ୍ରତି ସରକାର ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବ୍ୟବସ୍ଥାକୁ ନେଇ ଗଭୀର ସମାଲୋଚନା କରିଛନ୍ତି ।

ବାତ୍ୟା ବିତିବାର ଦୀର୍ଘ ୧୦ଦିନ ପରେ ମଧ୍ୟ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକ ଯାହା ଗଭୀର ଭାବରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାଙ୍କ ପ୍ରତି ନ୍ୟାୟ ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତ ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯଥା: ପିଇବା ପାଣି, ରନ୍ଧାଖାଦ୍ୟ ଏବଂ ପିନ୍ଧିବା ବସ୍ତ୍ର ଯୋଗାଇ ଦେବାରେ ସରକାର ବାହାଦୁର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି ।

ରିଲିଫ୍ ପରିଚାଳନାରେ ସରକାରଙ୍କ ଉଦାସୀନତା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବାତ୍ୟା ପୀଡ଼ିତ ସାଧାରଣ ଜନତା ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।

ସରକାର ଯେଉଁ ବାହାସ୍ପୋଟ ମାରି କହିଥିଲେ ଯେ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର, କଟକ ଏବଂ ପୁରୀ ବଡ଼ଦାଣ୍ଡକୁ ବିଜୁଳିବତୀର ସଂଯୋଗ ସଂପୂର୍ଣ୍ଣଭାବେ ଦିଆଯିବ ତାହା ଏବେ ଡାହା ମିଛରେ ପରିଣତ ହୋଇଛି ।

ଆଜିର ଦିନରେ ଭୁବନେଶ୍ୱର ସହରରେ ଅର୍ଦ୍ଧାଧିକ ସ୍ଥାନ ଯଥା: ନୂଆପଲ୍ଲୀ, ଆଇଆରସି ଭିଲେଜ, କଳିଙ୍ଗ ନଗର, ହଂସପାଳ ଭଳି ଅନେକ ଅଞ୍ଚଳକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ ।

ପୁରୀ ବଡ଼ଦାଣ୍ଡକୁ ୧୨ ତାରିଖ ସୁଦ୍ଧା ବିଜୁଳି ସଂଯୋଗ ଦେବାର ଯେଉଁ ଦମ୍ଭୋକ୍ତି ସରକାର ଦେଖାଇଥିଲେ ତାହା ଫସର ଫାଟିଯାଇଛି ଏବଂ ସରକାର କେବଳ ଦିନ ଗଡ଼ାଇବାରେ ବ୍ୟସ୍ତ ରହିଛନ୍ତି ।

ବିଜୁଳି ସଂଯୋଗକୁ ନେଇ ବିଭାଗୀୟ ସଚିବ ସାଧାରଣ ଜନତାଙ୍କୁ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ସରକାର ବିଜୁଳି ଏବଂ ପାଣିକୁ ନେଇ ଯେଉଁ ସଂଖ୍ୟାର ଖେଳ ‘ପ୍ରତିଶତ’ ଆକାରରେ ପ୍ରତ୍ୟେକ ଦିନ ଗଣମାଧ୍ୟମକୁ ଦେଉଛନ୍ତି ତାହା ସତ୍ୟ ଆଧାରିତ ନୁହେଁ ଏ କଥା ସାଧାରଣ ଜନତାଙ୍କର ତୃଣମୁଳ ସ୍ତରରୁ ଆସୁଥିବା ଅଭିଯୋଗର ହିଁ ସ୍ପଷ୍ଟ ।

ପୁରୀରେ ବିଭିନ୍ନ ସ୍ଥାନରୁ ଆସି ପହଁଚୁଥିବା ରିଲିଫ ସାମଗ୍ରିକୁ ଠିକ୍ ଭାବରେ ବାଣ୍ଟିବା ପାଇଁ ଯେଉଁପରି ଭାବରେ ମାନବସମ୍ବଳକୁ ଉପଯୋଗ କରାଯିବା କଥା ତାହା ହେଉନାହିଁ ଏବଂ ସରକାରୀ ଅଧିକାରୀମାନେ ଏ ନେଇ ନୀରବତା ଅବଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବାତ୍ୟ କ୍ଷତିଗ୍ରସ୍ତ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ଯେଉଁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ ସରକାର ସେହି ଗ୍ରାମକୁ କିଭଳି ରିଲିପ୍ ସାମଗ୍ରୀ ପଠାଉଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟିକରିଛି ।

ଖାଲି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଗ୍ରାମାଂଚଳରେ ଥିବା ଗଭୀର ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି ଯାହାକୁ ଯୁଦ୍ଧକାଳୀନ ଭିତିରେ ପୁନରୁଉଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ।

ଅଚଳ ନଳକୂପକୁ ସଚଳ କରିବାପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବାରମ୍ବାର ଦାବି ଉପସ୍ଥାପନ କରାଯିବା ସତ୍ୱେ ସରକାରଙ୍କ ନିରବତା ଯୋଗୁଁ ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଯେଉଁଠାରେ ବିଜୁଳି ସଂଯୋଗ ନାହିଁ ସେ ଯାଗାରେ ପିଇବାପାଣିର ଘୋର ସମସ୍ୟା ଦେଖାଦେଇଛି ।

ସରକାର ବାତ୍ୟାକ୍ଷତିଗ୍ରସ୍ତଙ୍କ ପାଇଁ ଯେଉଁ ପରିମାଣର ପ୍ୟାକେଜ ଘୋଷଣା କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଏବଂ ସରକାର ବାତ୍ୟାକ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର ପରିମାଣ ବଢ଼ାଇବାପାଇଁ କଂଗ୍ରେସ ଦାବୀ କରିଛି ।

ସରକାରଙ୍କ ରାଜସ୍ୱବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟର ଅଭାବଯୋଗୁଁ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ହଜାର ହଜାର ସଂଖ୍ୟାର ଗଛ କାଟି ସଫାକରିବାକୁ ନେଇଁ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି ଯାହାର ପରିଣାମସ୍ୱରୂପ ସଡ଼କଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସୁନାହିଁ ।

ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର ପ୍ରଶସ୍ତିପତ୍ର ନେଇ ଖୁବ ଖୁସି ଅଛନ୍ତି ଯାହାଫଳରେ ବାତ୍ୟା ପୀଡ଼ିତଙ୍କର ଦୁଃଖ ତାଙ୍କ ପାଖରେ ପହଁଞ୍ଚିପାରୁ ନାହିଁ ।

ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ଚିନ୍ମୟସୁନ୍ଦର ଦାସ ଓ ମିଡ଼ିଆ ସଂଯୋଜକ ନରେଶ ମହାନ୍ତି ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ

    ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ...
  • ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ

    ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର...
  • ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା

    ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ...
  • ବରୀର ଟାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ

    ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ...
WhatsApp chat