ବେଆଇନ ଭାବେ ୩୪ ବୁଥ୍ ସାନି ମତଦାନ ଘୋଷଣା କାହା ସ୍ୱାର୍ଥରେ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୧୯ ତାରିଖରେ ୩୪ଟି ବୁଥ୍ ରେ ସାନି ମତଦାନ ହେବ ବୋଲି ଘୋଷଣା କରିଛନ୍ତି ।

ହେଲେ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗ ଏହି ଘଟଣାରେ ଏର୍ପଯ୍ୟନ୍ତ କୌଣସି ନିଷ୍ପତି ନେଇନାହାନ୍ତି । କାହା ସ୍ୱାର୍ଥରେ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ବିନା ଅନୁମତିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଏହି ୩୪ଟି ବୁଥରେ ବେଆଇନ ଭାବେ ସାନି ମତଦାନ କରିବା ପାଇଁ ଯାଉଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

ଯେଉଁ ବୁଥରେ ବିଜେପି ଭଲ କରିବାର ଥିଲା ଶାସକ ବିଜେଡି ସେହିଭଳି ୬୪ଟି ବୁଥ୍ ରିଗିଂ ଏବଂ କ୍ୟାପଚରିଂ କରିଛି । ଏହି ସମସ୍ତ ବୁଥରେ ଆଉ ଥରେ ମତଦାନ କରାଇବା ଦାବିରେ ସମସ୍ତ ତଥ୍ୟ ପ୍ରମାଣ ସହ ପୂର୍ବରୁ ବିଜେପି ପକ୍ଷ୍ୟରୁ ଦାବି କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରି କରାଯାଇ ନାହିଁ ।

ସାନି ମତଦାନ ହେବାକୁ ଘୋଷଣା ହୋଇଥିବା ୩୪ଟି ବୁଥରେ ସାନି ମତଦାନ କରିବା ପାଇଁ କୌଣସି ରାଜନୈତିକ ଦଳମାନେ ଦାବି କରିନାହାନ୍ତି । କେହି ଦାବି କରିନଥିଲା ବେଳେ ବେଆଇନ ଭାବେ ବିନା କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କର ଅନୁମତି ବିନା କିପରି ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ନିର୍ବାଚନ କରିବା ପାଇଁ ନିଷ୍ପତି ନେଲେ ? ଏହା ବିରୋଧରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏପରିକି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ୩୪ଟି ବୁଥରେ ସାନି ମତଦାନ ହେବ ବୋଲି ଘୋଷଣା କଲା ପରେ ବିଜେଡି ଦଳର ଗୁଣ୍ଡା ମାନେ ବର୍ତମାନ ଏହି ଅଞ୍ଚଳମାନଙ୍କରେ ଟଙ୍କା ଓ ବାହୁବଳରେ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଦଳ ଭୋଟ ପାଇଁ ଭୋଟରମାନଙ୍କୁ ଆତଙ୍କିତ କରିବ । ସେଥିପାଇଁ ଏହି ବୁଥ୍ ଗୁଡିକରେ ସୁରକ୍ଷା ଦେବା ପାଇଁ ସିସିଟିଭି ମାଧ୍ୟମରେ ବୁଥ ଉପରେ କଡା ନଜର ରଖିବା ସହ ସଶସ୍ତ୍ର ବଳକୁ ମୁତୟନ ଏବଂ ସୂକ୍ଷ୍ମ ନଜର ରଖୁଥିବା ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଉ ।

ସାନି ମତଦାନର ଦୁଇ ଦିନ ପୂର୍ବରୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ସୁରକ୍ଷା ଯୋଗାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ କଟକ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱା, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଭଟିଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ

    ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ...
  • ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ

    ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର...
  • ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା

    ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ...
  • ବରୀର ଟାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ

    ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ...
WhatsApp chat