ବ୍ୟାଙ୍କମାନଙ୍କ ସହ ସମୀକ୍ଷା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣ କରାଯିବର ସୁବିଧା ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଫନି ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହୋଟେଲ ଭିତିଭୂମିକୁ ସୁଧାରିବା ପାଇଁ ବର୍ତମାନ ଆର୍ଥିକ ଆବଶ୍ୟକତା ରହିଛି ।

ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ସେମାନଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳି କରଣ ଓ ସହଜ ନୂଆ ଋଣ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ କୃଷି, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ଓ ପଶୁପାଳନ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ପରୀପ୍ରେକ୍ଷୀରେ ଏହି ସବୁ ପ୍ରାଥମିକ କ୍ଷେତ୍ର ଗୁଡ଼ିକ ପାଇଁ ଅଳ୍ପ ସୁଧରେ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅନୁରୋଧ କରିଛନ୍ତି ।

ଏହା ଦ୍ୱାରା ପୁରୀ ଜିଲ୍ଲାରେ ହୋଟେଲ ଶିଳ୍ପ ପୁଣିଥରେ ଠିଆ ହୋଇପାରିବ । ତେଣୁ ଏ ସମ୍ପର୍କରେ ବ୍ୟାଙ୍କ ଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯଦି ଏହି ଚାଷୀମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ସୁହାଇବା ଭଳି ସୁଧ ହାରରେ ପ୍ରଦାନ କରାଯିବ ତେବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ।

ଫନି ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରାଜ୍ୟରେ କାମ କରୁଥିବା ବ୍ୟାଙ୍କ ଗୁଡ଼ିକ ସହ ସମିକ୍ଷା ବୈଠକ ସମୟରେ ବ୍ୟାଙ୍କ ଖାତା ଦେଖାଇଲେ ଏସ୍ ବି ଆଇ ଯେପରି ଭାବରେ ୨୦୦୦ ଟଙ୍କା ପ୍ରଦାନ କରୁଛି, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଏହି ସୁବିଧା ବାତ୍ୟା ପ୍ରଭାବିତ ଅଂଚଳରେ ଉପଲବ୍ଧ କରାଇବା ପାଇଁ ବ୍ୟାଙ୍କ ମାନଙ୍କୁ କହିଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହା ସହ ବ୍ୟାଙ୍କିଙ୍ଗ କରେସପଣ୍ଡେଂଟ ଓ କମନ ସର୍ଭିସ ସେଂଟର ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣ କରାଯିବର ସୁବିଧା ଉପଲବ୍ଧ କରାଯିବା ଉପରେ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଗୁରୁତ୍ୱ ଦେଇଛନ୍ତି ।

ବାତ୍ୟା ଫୋନି କାରଣରୁ ପ୍ରଭାବିତ ଜିଲ୍ଲା ମାନଙ୍କରେ ସମ୍ପତିର ବିପୁଳ କ୍ଷତି ହୋଇଛି । ତେଣୁ ବୀମା କରିଥିବା ଲୋକମାନଙ୍କର ଇନସ୍ୟୁରାନଓ କ୍ଲେମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅର୍ଥନୀତିକୁ ପୁଣିଥରେ ଗତିଶୀଳ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
NATIONAL

RELATED BY

  • ବାଙ୍ଗାଲୋର ମାରାଥାଳିରେ ରହୁଥିବା ଓଡ଼ିଆ ଫନି ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ

    ବାଙ୍ଗାଲୋର ମାରାଥାଳି ରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶା ରେ ହେଇଥିବ ଫନି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଟଙ୍କା ଦେବାସହ ଟ୍ରକ ଏବଂ ବିମାନ ମାଧ୍ୟମରେ ରିଲିଫ୍ ପଠାଇଛନ୍ତି ।...
  • ୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

    ଭୁବନେଶ୍ୱର : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି । ଅନ୍ୟପଟେ...
  • ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଥିବାବେଳେ ୪୫ ଜଣଙ୍କର ଜୀବନ ଗଲା କେମିତି ?

    ଭୁବନେଶ୍ୱର: ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଞ୍ଚାଇ ପାରିନାହାଁନ୍ତି । ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଅଧିକ ଲୋକଙ୍କୁ...
  • ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

    ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ...
WhatsApp chat