ଭାରତ-କାନାଡ଼ା ଦ୍ୱିପାକ୍ଷିକ ନେତୃତ୍ୱ ଆଲୋଚନା

ଚକ୍ର

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଆନୁକୂଲ୍ୟରେ ‘କାନାଡ଼ା ରୁ କଟକ’ ଶୀର୍ଷକ ଭାରତ-କାନାଡ଼ା ଦ୍ୱିପାକ୍ଷିକ ନେତୃତ୍ୱ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ କାନାଡ଼ା ର ଶ୍ରେଷ୍ଟ ଧୀଶକ୍ତି ମାନେ ଏକତ୍ରିତ ହୋଇଥିଲେ ଯାହା କି ଉଭୟ ଭାରତ ଓ କାନାଡ଼ା ର ସଂପର୍କ କୁ ଆହୁରି ସୁଦୃଢ କରିବ ।

କାନାଡ଼ା ରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ରେ କ୍ରୀଡ଼ାବିତ,ଶିକ୍ଷାବିତ ଇତ୍ୟାଦି ଅନେକ ବିଶିଷ୍ଟ ବ୍ୟକ୍ତି ଓଡିଶା ଗ୍ରସ୍ତ ରେ ଆସିଛନ୍ତି,ସେମାନଙ୍କ ମଧ୍ୟରେ ଫିଲ କମୁନିକେସନ ର ସଂସ୍ଥାପକ ଶ୍ରୀମତୀ କିମ ଫୁଲେର,କମେଟା କମୁନିକେସନ ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନତାଲି ରିବେରେ,ମ୍ୟାକି ର ନିର୍ବାହୀ କୋଚ ଶ୍ରୀ ଅଲିଭର ବେଜନେର,କର୍ପୋରେଟ କୋଚ ଶ୍ରୀ ଜେନିଫେର କ୍ରୁଡିବାସ,ମାନସତ୍ତ୍ୱବିତ ଶ୍ରୀମତୀ ଜିମା ଷ୍ଟୋନ,ମ୍ୟାକଗିଲ ବିଶ୍ୱବିଦ୍ୟାଳୟ ର ଡ଼ାଇରେକ୍ଟର ଶ୍ରୀ ଜୋହାନେ ସୁଲେ ଏବଂ ନେଟ ଆଇପି କାନାଡ଼ା ର ସଭାପତି ଶ୍ରୀ ସିଦ୍ଧାର୍ଥ କୁମାର ଅନ୍ୟତମ।

ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକର୍ଣ୍ଣି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ବିଶ୍ୱବିଦ୍ୟାଳୟ ର ପ୍ରବନ୍ଧନ ବିଭାଗ ର ମୁଖ୍ୟ ପ୍ରଫେସର ଶ୍ରୀନିବାସ ସୁବାରଓ ସ୍ୱାଗତ ଭାଷଣ ଦେଇଥିଲେ ।

ଶ୍ରୀ କିମ ଫୁଲର ନେତୃତ୍ୱ କଳା ସମ୍ପର୍କରେ କହିବା ସହ ଜୀବନ ରେ ବିଫଳତା ଏବଂ ତାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଶ୍ରୀ ସିଦ୍ଧାର୍ଥ କୁମାର ଭଲ ଜନସମ୍ପର୍କର ଉପକରିତା ସମ୍ବନ୍ଧରେ କହିବା ସହ ସମସ୍ତଙ୍କୁ ନିଜର ସାମାଜିକ ଦାଇତ୍ଵ ସମ୍ପର୍କରେ ଅବଗତ କରାଇଥିଲେ।

ଶ୍ରୀ ଅଲିଭର ବେଜନେର କହିଥିଲେ ଯେ ଜଣେ ମନୁଷ୍ୟର ର ଭଲ ଗୁଣ ଯେପରି କି ଅନୁଗତି,ଆମାୟିକ ଇତ୍ୟାଦି କୁ ଅନ୍ୟମାନେ ଗ୍ରହଣ କରିବା କଥା।

ଶ୍ରୀମତୀ ନାଟଲି କହିଥିଲେ ଯେ ବ୍ୟାପାର ରେ କିପରି ଡାଟା ଆନଳିଟିକ୍ସ, ସୋସିଆଲ ମିଡ଼ିଆ ଇତ୍ୟାଦି କୁ ସଫଳତା ର ସହ ଉପଯୋଗ କରି ଏହାକୁ ବଢାଇ ହବ।

ଶ୍ରୀମତି ଗୀମା ଷ୍ଟୋନେ କହିଥିଲେ କି କିପରି ଧ୍ୟାନ ଓ ଆଧ୍ୟାତ୍ମିକ ମାର୍ଗ ରେ ମନ କୁ ସୁସ୍ଥ ଓ ଶାନ୍ତ ରଖି ସଫଳତା ପାଇ ହବ ।

ଶ୍ରୀମତୀ ଜେନିଫର କ୍ରୁଇଡ଼ସ କହିଥିଲେ କି ଜଣେ ବିଫଳ ମଣିଷ କିପରି ଅନ୍ୟମାନଙ୍କୁ ବିଫଳତା ରୁ ରକ୍ଷା କରିପାରିବ ।

ଶ୍ରୀମତୀ ରଜିତା କୂଳକର୍ଣ୍ଣି ସମସ୍ତ ପ୍ରତିନିଧି ମାନଙ୍କୁ ସେମାନଙ୍କ ଉପଦେଶ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି ଅଵସର ରେ କୁଳପତି ଡ଼ ସୁରେନ୍ଦ୍ର କୁମାର ଘାକର ପରିଚାଳନା ମଣ୍ଡଳୀ କୁ ଧନ୍ୟବାଦ ଦେବାସହ କାନାଡ଼ା ର ପ୍ରତିନିଧି ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ଏହି ଅଵସର ରେ ବିଶ୍ୱବିଦ୍ୟାଳୟ ର ଓଡିଶୀ ନୃତ୍ୟ ବିଭାଗ ତରଫ ରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

 ନିର୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
INTERNATIONAL

RELATED BY

  • ଉର୍ଜା ସଂରକ୍ଷଣ ଦିଗରେ ଆମ ଦେଶ ପ୍ରଥମ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ । ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍...
  • Naveen Patnaik

    Chief Minister Shri Naveen Patnaik with His Excellency Mr. Pham Sanh Chau, Ambassador of Vietnam at Secretariat on 29-1-2019....
  • Chief Guest of the Republic Day

    The President, Shri Ram Nath Kovind, the Prime Minister, Shri Narendra Modi and the Chief Guest of the Republic Day, President of the Republic of South Africa, Mr. Matamela...
  • Naveen Patnaik

    Chief Minister Shri Naveen Patnaik with Mr. Kenneth I. Juster, Ambassador of U.S. at Secretariat on 19-12-2018....
WhatsApp chat