‘ମଧୁଲିତା’ର

ଦ୍ୱାଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

‘ମଧୁଲିତା’ ସାରସ୍ୱତ ଗଳ୍ପ ସମ୍ମାନରେ ସମ୍ମାନିତ ହେଉଛନ୍ତି ଗାଳ୍ପିକା ଅବନ୍ତି ବେହେରା ।

ଭୁବନେଶ୍ୱର : ମନନଶୀଳ ପାରିବାରିକ ପତ୍ରିକା ‘ମଧୁଲିତା’ର ଦ୍ୱାଦଶ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ଓ ଲେଖକ ନିରାକାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଯୋଗଦେଇ ‘ମଧୁଲିତା’ କିଭଳି ସମାଜରେ ଭାଙ୍ଗିଯାଉଥିବା ସମ୍ପର୍କ ଯୋଡ଼ି ପାରୁଛି ସେ ଉପରେ ବକ୍ତବ୍ୟ ରଖିଥିଲେ । ପତ୍ରିକାଟି ଲୋକମାନଙ୍କ ଭିତରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛି ବୋଲି ସେ କହିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ ପତ୍ରିକାର ସାମାଜିକ ସଚେତନତା ଦିଗରେ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ଯାଜପୁର ଜିଲ୍ଲାପାଳ ତଥା ବିଶିଷ୍ଟ କବି ରଞ୍ଜନ ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି, ଇ-ଟିଭିର ପୁର୍ବତନ ମୁଖ୍ୟ ସୁଲୋଚନା ଦାସ, ଅମିୟ ପଟ୍ଟନାୟକ ଏବଂ ସମାଜସେବୀ ପ୍ରିତିଛନ୍ଦା ଧଳ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ “ବିଶେଷ ସଂଖ୍ୟା’ର ଉନ୍ମୋଚନ କରାଯାଇଥିଲା । ପରେ ପରେ ସମାଜସେବୀ ଓ ଗାଳ୍ପିକା ଅବନ୍ତି ବେହେରାଙ୍କୁ ‘ମଧୁଲିତା ଗଳ୍ପ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦିକା ମଧୁଲିତା ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଗାଳ୍ପିକ କିଶୁ ପୃଷ୍ଟି  ଧନ୍ୟବାଦ ଅର୍ପଣ କରିଥିଲେ ।

Categories
STORY & POEM

RELATED BY

  • ଶେଷହୀନ ସନ୍ତରଣ

    ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଶେଷହୀନ ସନ୍ତରଣ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ । ଫୋଟ-ଡାହଣରୁ ପ୍ରଥମ ରକ୍ଷକ ନାୟକ...
  • ମୋନ।ଲିସା ହସ  

     ବିଜନବାଳା ପାଟଜୋଷୀ  ହସ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ନିଜର ଭାବ ପ୍ରକାଶ କରିବାକୁ ଏକ ମଧୁର ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଭାବ। ହୃଦୟ, ମସ୍ତିଷ୍କ ଏବଂ ଶରୀରରେର ତ୍ରୀସ୍ତରୀୟ ପ୍ରକ୍ରିୟା ସଂଗଠିତ କରୁଥିବା ଏକ ପ୍ରକ୍ରିୟା  । ହସ ଦ୍ଵାରା...
  • ଲୋଭ

    ......
  • ସାହାଯ୍ୟ

    ......
WhatsApp chat