ମନର

ଛ’ଟି ବାସନା

କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ହେଉଛି ମନର ଛ’ଟି ବାସନା । ଯଦି କାମକୁ ଜୟ କରି ହେବ, କ୍ରୋଧ, ଲୋଭ ଇତ୍ୟାଦି ଯେଉଁଗୁଡ଼ିକ ସାହାଯ୍ୟକାରୀ ଅସ୍ତ୍ର ସେଗୁଡ଼ିକ ନିଷ୍କ୍ରିୟ ହୋଇପଡ଼ିବ । ଏହି ବଦ୍ଧମୂଳ ଶତ୍ରୁ କାମ ଯଦି ଧ୍ୱଂସ ପାଇବ ତେବେ ଏହାର ଅନୁସରଣକାରୀ ବା ଅନୁଚର ବର୍ଗଗୁଡ଼ିକୁ ସହଜରେ ଜୟ କରିହେବ । ଯେଉଁ ଲୋକ ବିପରୀତ ଲିଙ୍ଗର ବ୍ୟକ୍ତି ପ୍ରତି ଆସକ୍ତ ହୁଏ, ତାହାରିଠାରେ କାମ ବାସନା ଜାଗ୍ରତ ହୋଇଥାଏ । ପ୍ରେମର ପ୍ରଧାନ ଅସ୍ତ୍ର ହେଉଛି ସ୍ତ୍ରୀ ଲୋକ କିମ୍ବା କାମ ବାସନା । ତେଣୁ ଆସକ୍ତି, ବିଶେଷ କରି ସ୍ତ୍ରୀଲୋକଙ୍କ ପ୍ରତି ବଢ଼ାଇବା ଉଚିତ୍‍ ନୁହେଁ । ଗୋଟିଏ ସ୍ୱାମୀ ସ୍ତ୍ରୀ ଭିତରର ଭଲ ପାଇବା ପ୍ରଧାନତଃ କେବଳ ଶାରିରୀକ ହୋଇଥାଏ । ଏହା ସ୍ୱାର୍ଥପର, କ୍ଷଣସ୍ଥାୟୀ ଏବଂ ପରିବର୍ତ୍ତନଶୀଳ ପ୍ରକୃତିର । ଯେ ଆତ୍ମାକୁ ଉପଲବ୍ଧି କରିଛି, ସେ ହିଁ ପ୍ରକୃତରେ ସମସ୍ତଙ୍କୁ ହୃଦୟର ସହିତ ଓ ନିଷ୍ଠାର ସହିତ ଭଲ ପାଇପାରେ । ଦୁଇ ସାଧକଙ୍କ ମଧ୍ୟରେ ପ୍ରେମଟା, ମନସ୍ତାତ୍ତ୍ୱିକ ସାଦୃଶ୍ୟ ଏବଂ ବୌଦ୍ଧିକ ସମତା ଉପରେ ପ୍ରତିଷ୍ଠିତ ଏବଂ ତାହା ପ୍ରକୃତ ଓ ଦୀର୍ଘସ୍ଥାୟୀ । ସ୍ୱାର୍ଥପରତାରୁ ମୁକ୍ତ ହେବା ଆବଶ୍ୟକ । ସ୍ୱାର୍ଥପରତା ହେଉଛି ସବୁଠାରୁ ଆବର୍ଜନାପୂର୍ଣ୍ଣ । ଏହା ବୁଝିବା ଶକ୍ତିକୁ ମେଘ ପରି ଢାଙ୍କି ଦିଏ । ଏହାକୁ ଦୂରେଇ ଦେଲେ ବହୁତ ଭଲ, ନିଃସ୍ୱାର୍ଥପର ସେବା, ଦାନ, ବେଦାନ୍ତ ସାହିତ୍ୟ ଅଧ୍ୟୟନ ଏବଂ ସତ୍‍ସଙ୍ଗ ଦ୍ୱାରା । ଜଣେ ଜ୍ଞାନୀଠାରେ କାମ ପ୍ରବୃତ୍ତି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ । ଜଣେ ସାଧକଠାରେ ଏହା ଉତ୍ତମ ରୂପେ ଆୟତ୍ତାଧୀନ ଥାଏ । ଜଣେ ଗୃହିଠାରେ, ଯେତେବେଳେ ଏହା ଆୟତ୍ତାଧୀନ ନଥାଏ, ସେତେବେଳେ ଏହା ବିନାଶ ସୃଷ୍ଟି କରିଥାଏ । ଏହା ତାହାଙ୍କଠାରେ ପୂର୍ଣ୍ଣରୂପେ ବିସ୍ତୃତ ଅବସ୍ଥାରେ ଥାଏ । ସେ ତାହା ଆଗରେ ଅସହାୟ ଭାବରେ ବଶତା ସ୍ୱୀକାର କରେ, ତାହାର ଦୁର୍ବଳ ଇଚ୍ଛାଶକ୍ତି ଏବଂ ଦୃଢ଼-ସଂକଳ୍ପର ଅଭାବ ଯୋଗୁଁ । ଯଦି ଆମେ ଗୋଟିଏ ସ୍ୱର୍ଣ୍ଣ ପାତ୍ରରେ ଲେମ୍ବୁରସ ବା ତେନ୍ତୁଳି ରସ ରଖୁ, ତାହା ନଷ୍ଟ ହୁଏ ନାହିଁ ବା ଦାଗ କରେ ନାହିଁ । ଯଦି ଆମେ ତାହାକୁ ପିତଳ ବା ତମ୍ବା ପାତ୍ରରେ ରଖିବା, ଏହା ସଂଗେ ସଂଗେ ନଷ୍ଟ ହୋଇଯିବ ଏବଂ ବିଷାକ୍ତ ହୋଇଯିବ । ସେହିପରି ଯଦି କୌଣସି ପ୍ରକାରର ବିଷୟବୃତ୍ତି ଜଣେ ମନୁଷ୍ୟର ପବିତ୍ର ମନ ମଧ୍ୟରେ ରହିଥାଏ, ସେଗୁଡ଼ିକ ତାକୁ ପ୍ରଦୂଷିତ କରିବ ନାହିଁ ଏବଂ ତାଙ୍କ ଠାରେ ବିକାର ସୃଷ୍ଟି କରିବ ନାହିଁ । ଯଦି ଜଣେ ଦୂଷିତ ମନୋଭାବାପନ୍ନ ବ୍ୟକ୍ତିଠାରେ କାମ ଭାବନା ଥାଏ, ତେବେ ସେମାନେ କୌଣସି କାମ ଉଦ୍ଦୀପନା ବସ୍ତୁର ସମ୍ପର୍କରେ ଆସିଲେ, ସେମାନଙ୍କ ଠାରେ ଉତ୍ତେଜନା ସୃଷ୍ଟି କରିଥାଏ । କୌଣସି ନାରୀର ରୂପକୁ ମନେ ପକାଇଲେ, ତାହା ମନକୁ ଅସ୍ଥିର କରିଥାଏ । ବାଘ ଯେତେବେଳେ ଥରେ ମଣିଷ ରକ୍ତ ଚାଖିଥାଏ, ତା’ ପରେ ସେ ସବୁବେଳେ ମଣିଷକୁ ମାରିବାକୁ ଦୌଡ଼ିଥାଏ । ସେ ଏକ ମଣିଷ ଖିଆ ବାଘ ପାଲିଟିଯାଏ । ସେହିପରି ମନ ଯଦି ଥରେ କାମ ବାସନାକୁ ଉପଭୋଗ କରେ, ସେ ସବୁବେଳେ ସ୍ତ୍ରୀ ଲୋକମାନଙ୍କ ପଛରେ ଦୌଡ଼ିଥାଏ । କାମ ଭାବନା ଅତ୍ୟନ୍ତ ଶକ୍ତିଶାଳୀ ।

Categories
LIFE

RELATED BY

  • ଅଭୟାରଣ୍ୟକୁ ଫେରିଲେ ହରିଣ

    କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ହରିଣ ଥିଲେ । ଯେଉଁଥିପାଇଁ...
  • ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅନନ୍ୟ ଅଗ୍ରଦୂତ: ଉତ୍କଳଗୌରବ ମଧୁସୂଦନ

    ଓଡ଼ିଆ ଆତ୍ମପରିଚିତି, ଅସ୍ମିତା ଓ ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସମର୍ପିତ ଜୀବନ ପ୍ରତ୍ୟେକ ଓଡ଼ିଆଙ୍କର ପ୍ରେରଣାସ୍ରୋତ ହୋଇ ରହିବ ବୋଲି ଆଜି ୧୭୨ତମ ମଧୁଜୟନ୍ତୀରେ ସ୍ମୃତିଚାରଣ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗ...
  • ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ

    ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ...
  • ଚାକିରି

    ଚରିତ୍ର ଦୁର୍ବଳ ହେବା ଦ୍ୱାରା ଲୋକମାନଙ୍କୁ ଚାକିରି ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ମନରେ ସବୁବେଳେ ନକରାତ୍ମକ ବିଚାର ଚାଲିଥାଏ ଯେ, ଆଜି ମୁଁ ଯେଉଁ ଚାକିରି କରୁଛି ତାହା ଅସ୍ଥାୟୀ.. ଏହି ଚାକିରିରେ ମୋର...
WhatsApp chat