ରାଜ୍ୟ ସରକାର ଡାହା ମିଛ କହୁଛନ୍ତି

ଜନସାଧାରଣ ନାହିଁ ନଥିବା କଷ୍ଟ ପାଉଛନ୍ତି

ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଭୁବନେଶ୍ଵର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାବାସୀ ନାହିଁନଥିବା ମାନସିକ ,ଶାରୀରିକ ଯନ୍ତ୍ରଣା ପାଉଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତେ ଛଟପଟ ହେଉଛନ୍ତି ।

ଫନି ବାତ୍ୟା କ୍ଷତିକରିବାର ୮ ଦିନପରେ ମଧ୍ୟ ୯୫% ଭାଗ ଲୋକ ବିଜୁଳି ପାଇ ନାହାଁନ୍ତି ।

ସରକାର ୨୫% ଭାଗ ଉପଭୋକ୍ତାଙ୍କୁ ବିଜୁଳି ଦିଆଯାଇଛି ବୋଲି ଡାହା ମିଛ କହୁଛନ୍ତି ।

ଅଫିସର ମାନେ ସାମ୍ବାଦିକଙ୍କ ଆଗରେ ମିଛ ତଥ୍ୟ ରଖୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ଦେଖାଣିଆ ସମୀକ୍ଷା କରୁଛନ୍ତି ,କେବଳ ପ୍ରଚାର ପ୍ରସାର ପାଇଁ ।

ମୁଖ୍ୟମନ୍ତ୍ରୀ କାର କିମ୍ବା ବାଇକରେ ବସି ଯଦି ଭୁବନେଶ୍ଵର ପ୍ରତ୍ୟେକ ଅଞ୍ଚଳ ଏବଂ ପୁରୀ ପରିଦର୍ଶନରେ ଯାଆନ୍ତି ତେବେ ବାସ୍ତବ ସ୍ଥିତି ଜାଣିପାରିଥାନ୍ତେ ।

ଏସି ରୁମ୍ ରେ ବସି କେବଳ ନିଜେ ବିଳାସବେସନରେ ରହି ବଡ଼ ବଡ ମିଛ କଥା କହୁଛନ୍ତି ।

ତାଙ୍କ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ,ତାଙ୍କୁ ଘେରିରହିଥିବା ସବୁ ଅଫିସର ଆରାମରେ ଅଛନ୍ତି ।

ସମସ୍ତଙ୍କ ଘରେ ବିଜୁଳି ଏବଂ ପାଣିର ସମସ୍ୟା ନଥିବା ଆମପାଖରେ ଖବର ହସ୍ତଗତ ହୋଇଛି ।

ପିଇବା ପାଣି ପାଇଁ ନିମ୍ନ ବର୍ଗ ଲୋକ ଡହଳ ବିକଳ ହେଉଛନ୍ତି ।

ବିଜୁଳି ନଥିବାରୁ ଲୋକେ  ଭୟରେ ଘରୁ ବାହାରୁ ନାହିଁନ୍ତି । ଘର ଭିତରେ ରହି ଗରମରେ ସିଝି ଯାଉଛନ୍ତି ।

ଭଗବାନକୁ ଡାକିବାପାଇଁ ମଧ୍ୟ ଆଉ ଲୋକଙ୍କ ଶକ୍ତି ନାହିଁ ।

ଏହି ପ୍ରକାରେ ଏବେ ୧୦ ଭାଗ ଲୋକଙ୍କୁ ଛାଡ଼ି ୯୦ ଭାଗ ଲୋକେ କଷ୍ଟ ପାଉଛନ୍ତି । 

Categories
STATE

RELATED BY

  • ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟ ଚାଲିଛି

    ଭୁବନେଶ୍ୱର : ‘ଫନୀ’ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ, ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନ, ବିଭିନ୍ନ ବିଭାଗ ତଥା ସ୍ଵେଛାସେବୀମାନଙ୍କ ଅହର୍ନିଶ କାର୍ଯ୍ୟ ଅବ୍ୟାହତ ରହିଛି । ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ...
  • ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି

    ଭୁବନେଶ୍ୱର :‘ଫନୀ’ ବାତ୍ୟା ପରବର୍ତ୍ତୀ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଜନଜୀବନ ଯଥେଷ୍ଟ ଭାବରେ ବ୍ୟବସ୍ଥିତ ହୋଇପାରିଛି । ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକାଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍‌-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ...
  • ଦେଲେ ୧ଲକ୍ଷ ଟଙ୍କା

    ଭୁବନେଶ୍ଵର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀମତି ଛୁରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ...
  • Chief Minister

    16-05-2019:Chief Minister Naveen Patnaik reviewing Situation Report on Excrement Severe Cyclonic Storm  Fani at Kendrapara...
WhatsApp chat