ସରକାର ସମସ୍ତଙ୍କୁ ଆବାସ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି

୨୦୨୨ରେ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ

 

• ୨୦୧୯ ବର୍ଷ ଆମ ଗଣତନ୍ତ୍ର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ- ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ ।
• ୧୩ ଏପ୍ରିଲରେ ଜାଲିଆନାୱାଲାବାଗରେ ହୋଇଥିବା ଦାରୁଣ ନରସଂହାରର ୧୦୦ ବର୍ଷ ପୂରଣ ହେଉଛି । ଦେଶ ପକ୍ଷରୁ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ।
• ଏହି ବର୍ଷ ଦେଶ ସମ୍ବିଧାନ ଦିବସର ୭୦ତମ ବର୍ଷ ପୂର୍ତି ପାଳନ କରିବ । ଏହି ଐତିହାସିକ କେନ୍ଦ୍ରୀୟ ହଲରେ ଆମର ମହାନ ସମ୍ବିଧାନ ପ୍ରଣେତାମାନେ ଭାରତର ସମ୍ବିଧାନ ରଚନା କରିଥିଲେ ।
• ସେବା ଭାବ ଏବଂ ସଦଭାବ ସହିତ ଜୀବନ ଜିଇଁବାର ଶିକ୍ଷା ଦେଇଥିବା ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ଜୟନ୍ତୀ ମଧ୍ୟ ଆମେ ଚଳିତ ବର୍ଷ ପାଳନ କରୁଛୁ ।
• ଆମ ଦେଶ ଗାନ୍ଧୀଜୀଙ୍କ ସ୍ୱପ୍ନ ଅନୁରୂପ, ନୈତିକତା ଉପରେ ଆଧାରିତ ସମାବେଶୀ ସମାଜର ନିର୍ମାଣ କରୁଛି । ଆମ ଦେଶ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନରେ ଦିଆଯାଇଥିବା ସାମାଜିକ ଏବଂ ଆର୍ଥିକ ନ୍ୟାୟର ଆଦର୍ଶ ସହିତ ଆଗକୁ ବଢ଼ୁଅଛି ।
• ସରକାରଙ୍କ ପ୍ରୟାସରେ ଡକ୍ଟର ରାମ ମନୋହର ଲୋହିଆଙ୍କ, ସମାନତା ଆଧାରିତ ସମାଜ ପ୍ରତି ଆସ୍ଥା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି ।
• ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ, ଦେଶ ଏକ ଅନିଶ୍ଚିତତାର ସମୟ ଦେଇ ଗତି କରୁଥିଲା । ନିର୍ବାଚନ ପରେ ସରକାର ଦାୟିତ୍ୱ ଗ୍ରହଣ କରିବା ସହିତ ଏକ ନୂତନ ଭାରତ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ ।
• ଏପରି ଏକ ନୂତନ ଭାରତ ଯେଉଁଠି ବ୍ୟବସ୍ଥାରେ ଶୂନ୍ୟସ୍ଥାନ ଏବଂ ନିଷ୍କ୍ରିୟତା ନଥିବ, ଯେଉଁଠି ଦୁର୍ନୀତି ନଥିବ, ଯେଉଁଠି ଅସ୍ୱଚ୍ଛତା ପାଇଁ କୌଣସି ସ୍ଥାନ ନଥିବ ।
• ମୋ ସରକାରଙ୍କ ଲକ୍ଷ୍ୟ ଥିଲା ସେହି ଅଗଣିତ ମା’ ଭଉଣୀମାନଙ୍କ ଅସହାୟତା ଦୂର କରିବା, ସେମାନଙ୍କ ରୋଷେଇ ଘରକୁ ଇନ୍ଧନ ଯୋଗାଇବା, ସେମାନଙ୍କୁ ଶସ୍ତା ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା, ଫସଲ ହାନି ସହିତ ଲଢ଼ୁଥିବା କୃଷକମାନଙ୍କୁ ସହାୟତା କରିବା, ଜୀବିକା ସନ୍ଧାନରେ ଥିବା ଯୁବକଙ୍କୁ ଋଣ ଯୋଗାଣ କରିବା । ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ବିଚାର ମୋ ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି ।
• ପ୍ରଥମ ଦିନରୁ ମୋ ସରକାରଙ୍କ ଲକ୍ଷ୍ୟ ଥିଲା- ସମସ୍ତ ଦେଶବାସୀଙ୍କ ଜୀବନରେ ସୁଧାର ଆସୁ, ସରକାରରେ ଥିବା ସମସ୍ୟା ଦୂର ହେଉ ଏବଂ ଶେଷ ଧାଡ଼ିରେ ଥିବା ବ୍ୟକ୍ତିକୁ ସବୁ ସୁବିଧା ମିଳୁ ।
• ଗତ ସାଢ଼େ ୪ ବର୍ଷରେ ସରକାର ଲୋକମାନଙ୍କ ମଧ୍ୟରେ ଏକ ନୂତନ ଆଶା ଓ ବିଶ୍ୱାସ ସଂଚାର କରିଛନ୍ତି, ଦେଶର ସମ୍ମାନ ବଢ଼ିଛି ଏବଂ ସାମାଜିକ ଓ ଆର୍ଥିକ ବିକାଶ ଲାଗି ପ୍ରଭାବୀ ପ୍ରୟାସ କରାଯାଇଛି ।
• ସରକାର ଦେଶବାସୀଙ୍କ ଅପାର ସ୍ନେହ ଏବଂ ବିଶ୍ୱାସ ଜିତିଛନ୍ତି । ପ୍ରତ୍ୟେକ ଭାରତ ବାସୀଙ୍କ ଜୀବନ ଉନ୍ନତ ହେଉ, ଏହା ହିଁ ମୋ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।
• ଶୌଚାଳୟର ସୁବିଧା ନହେବା କୋଟି କୋଟି ଦେଶବାସୀ ବିଶେଷ କରି ମା’ଭଉଣୀମାନଙ୍କୁ ସମ୍ମାନହୀନ ଏବଂ ଅସୁସ୍ଥ ଜୀବନ ଜିଇଁବା ଲାଗି ବାଧ୍ୟ କରୁଥିଲା । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ୯ କୋଟିରୁ ଉଦ୍ଧ୍ୱର୍ ଶୌଚାଳୟ ନିର୍ମାଣ କରାଯାଇଛି ।
• ଗ୍ରାମୀଣ ସ୍ୱଚ୍ଛତାର ପରିଧି ବୃଦ୍ଧି ପାଇ ୯୮ ପ୍ରତିଶତ ହୋଇଛି, ଯାହା ୨୦୧୪ରେ ମାତ୍ର ୪୦ ପ୍ରତିଶତ ଥିଲା ।
• ଆମର ମା’, ଭଉଣୀ ଓ ଝିଅମାନେ ଚୁଲିର ଧୂଆଁ କାରଣରୁ ରୋଗରେ ପଡ଼ୁଥିଲେ, ସାରା ପରିବାର ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିଲା ଏବଂ ସେମାନଙ୍କ ଅଧିକାଂଶ ପରିଶ୍ରମ ଏବଂ ସମୟ ଜାଳେଣି ଯୋଗାଡ଼ କରିବାରେ ଯାଉଥିଲା । ଉଜ୍ଜ୍ୱଳା ଯୋଜନାରେ ଏବେସୁଦ୍ଧା ୬କୋଟିରୁ ଅଧିକ ଗ୍ୟାସ ସଂଯୋଗ ଦିଆଯାଇଛି । ଗତ ସାଢ଼େ ଚାରି ବର୍ଷରେ ମୋ ସରକାର ମୋଟ ୧୩ କୋଟି ପରିବାରକୁ ଗ୍ୟାସ ସଂଯୋଗ ଦେଇଛି ।
• ଚିକିତ୍ସା ଖର୍ଚ୍ଚ ଗରିବ ପରିବାରୁ ଆହୁରି ଗରିବ କରିଥାଏ । ଏହି ଦୁଃଖ ଦୂର କରିବା ଲାଗି ସରକାର “ଆୟୁଷ୍ମାନ ଭାରତ’ ଯୋଜନା ଆରମ୍ଭ କଲେ ।
• ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଯୋଜନା- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଅନ୍ତର୍ଗତ ଦେଶର ୫୦ କୋଟି ଗରିବଙ୍କ ପାଇଁ ଗୁରୁତର ରୋଗ ସ୍ଥିତିରେ ପ୍ରତ୍ୟେକ ପରିବାର ଉପରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ୍ତରୀ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । ମାତ୍ର ୪ ମାସରେ ଏହି ଯୋଜନାରେ ୧୦ ଲକ୍ଷରୁ ଅଧିକ ଗରିବ ଚିକିତ୍ସିତ ହୋଇସାରିଲେଣି ।
• ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅଧୀନରେ ସାରା ଦେଶରେ ୬୦୦ରୁ ଅଧିକ ଜିଲ୍ଲାରେ ୪,୯୦୦ ଜନୌଷଧି କେନ୍ଦ୍ର ଖୋଲାଯାଇସାରିଛି । ଏହି କେନ୍ଦ୍ରରେ ୭୦୦ରୁ ଅଧିକ ଔଷଧ କମ ଦରରେ ମିଳୁଛି ।
• ମାତ୍ର ୧ ଟଙ୍କା ମାସିକ ପ୍ରିମିୟମରେ “ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ ଏବଂ ୯୦ ପଇସା ଦୈନିକ ପ୍ରିମିୟମରେ “ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଆକାରରେ ପାଖାପାଖି ୨୧ କୋଟି ଗରିବ ଭାଇ-ଭଉଣୀଙ୍କୁ ବୀମା ସୁରକ୍ଷା ପ୍ରଦାନ କରାଯାଇଛି ।
• ସରକାର ଗରିବ ମହିଳା ଏବଂ ଶିଶୁଙ୍କ ପୁଷ୍ଟିହୀନତା ସମାପ୍ତ କରିବା ଲାଗି ଏଥିପାଇଁ ଜଡ଼ିତ କାରଣଗୁଡ଼ିକୁ ଦୂର କରିବା ପାଇଁ ଜାତୀୟ ପୁଷ୍ଟିସାଧନ ମିଶନ ଆରମ୍ଭ କରିଛନ୍ତି ।
• ଗାଁ ଓ ସହରରେ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ଦିଗରେ ସରକାର ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ନୂଆ ମେଡ଼ିକାଲ କଲେଜ ଖୋଲାଯିବା ସହିତ ଜିଲ୍ଲା ଚିିକିତ୍ସାଳୟଗୁଡ଼ିକର ଉନ୍ନତୀକରଣ କରାଯାଉଛି । ତାମିଲନାଡ଼ୁର ମଦୁରାଇ ଠାରୁ ଜାମ୍ମୁ କଶ୍ମୀରର ପୁଲୱାମା ପର୍ଯ୍ୟନ୍ତ ଏବଂ ଗୁଜରାଟର ରାଜକୋଟ ଠାରୁ ଆସାମର କାମରୂପ ପର୍ଯ୍ୟନ୍ତ ନୂଆ ଏମ୍ସ ନିର୍ମାଣ କରାଯାଉଛି ।
୨୦୨୨ରେ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସରକାର ସମସ୍ତଙ୍କୁ ଆବାସ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ।
• ଗତ ସାଢ଼େ ଚାରି ବର୍ଷରେ ସରକାର ୧ କୋଟି ୩୦ ଲକ୍ଷରୁ ଅଧିକ ଆବାସ ନିର୍ମାଣ କରିଛନ୍ତି । ୨୦୧୪ ପୂର୍ବର ପାଂଚ ବର୍ଷରେ ମାତ୍ର ୨୫ ଲକ୍ଷ ଆବାସ ନିର୍ମାଣ କରାଯାଇଛି ।
• ରେରା ଆଇନ ପ୍ରଣୟନ ଦ୍ୱାରା ରିଅଲଇଷ୍ଟେଟ କ୍ଷେତ୍ରରେ କ୍ରେତାଙ୍କ ସମସ୍ୟା ଦୂର ହୋଇଛି, ଏବେ ସାଧାରଣ ଲୋକମାନେ ସହରରେ ସହଜରେ ଆବାସ ନିର୍ମାଣ କରିପାରୁଛନ୍ତି ।
• ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ସାଢ଼େ ୬ ପ୍ରତିଶତର ସୁଧ ସବସିଡି ଦିଆଯାଉଛି ।
• ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଅଧୀନରେ ବର୍ତମାନ ସୁଦ୍ଧା ୨ କୋଟି ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ପ୍ରତ୍ୟେକ ଘରୁ ଅନ୍ଧକାର ଦୂର କରିବା ଦିଗରେ ଭାରତ ଆଗକୁ ବଢ଼ୁଛି ।
• ପ୍ରତ୍ୟେକ ବର୍ଗର ଆକାଂକ୍ଷା ଦୂର କରିବା ଲାଗି ସରକାର ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି । ଆୟକର ବୋଝ ହ୍ରାସ ପାଇଛି, ଦରଦାମ ନିୟନ୍ତ୍ରିତ ହେବା ସହ ମଧ୍ୟମ ବର୍ଗର ସଂଚୟ ପାଇଁ ସରକାର ନୂଆ ଅବସର ପ୍ରଦାନ କରିଛନ୍ତି ।
• ଯେତେବେଳେ ଦେଶକୁ ଅଟଳ ବିହାରୀ ବାଜପେୟୀଙ୍କ ଭଳି ଜଣେ ଦୂରଦର୍ଶୀ, ସମ୍ବେଦନଶୀଳ, ଗରିବଙ୍କ ଦୁଃଖ ଶୁଣୁଥିବା ପ୍ରଧାନମନ୍ତ୍ରୀ ମିଳିଥିଲେ, ଅନେକ ନୂଆ ବିଭାଗ, ମନ୍ତ୍ରଣାଳୟ ଏବଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉତର ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଭିନ୍ନ ମନ୍ତ୍ରଣାଳୟ, ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ, ସର୍ବଶିକ୍ଷା ଅଭିଯାନ, ସ୍ୱର୍ଣ୍ଣିମ ଚତୁର୍ଭୂଜ ଜରିଆରେ ଦେଶର ସଡ଼କକୁ ଯୋଡ଼ିବାର ଅଭିଯାନ ଆଦି ଅଟଳଜୀଙ୍କ ଦାନ ଥିଲା ।
• ୨୦୧୪ରେ ସରକାର ଗଠନ ହେବା ପରେ ଅଟଳ ଜୀଙ୍କ ଦୂରଦୃଷ୍ଟିକୁ ନେଇ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ଦିବ୍ୟାଙ୍ଗ-ଜନଙ୍କ ସହ ଜଡ଼ିତ ସମସ୍ୟାର ସମାଧାନ ଲାଗି ପ୍ରୟାସ ଆରମ୍ଭ କରିଥିଲେ ।
• ସମାଜରେ ବ୍ୟାପ୍ତ ପ୍ରତ୍ୟେକ ପ୍ରକାରର ଅଭାବ ଏବଂ ଅନ୍ୟାୟକୁ ଦୂର କରିବା ଲାଗି ସମ୍ବେଦନଶୀଳ ବିଚାର ସହିତ ସରକାର ସାମାଜିକ ଏବଂ ଆର୍ଥିକ ନ୍ୟାୟ ପାଇଁ ଆଇନ ବ୍ୟବସ୍ଥାରେ ଉଚିତ ପରିବର୍ତନ ଲାଗି ପ୍ରୟାସ କରିଛନ୍ତି ।
• ସରକାର ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରି ପାଖାପାଖି ୧ ହଜାର ସରକାର କୋଠା ଏବଂ ୬୫୦ରୁ ଅଧିକ ରେଳ ଷ୍ଟେସନକୁ ଦିବ୍ୟାଙ୍ଗ ଜନଙ୍କ ପାଇଁ ସୁଗମ୍ୟ କରିଛନ୍ତି ।
• ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା ସେହି ପୀଡ଼ିତ ମାନଙ୍କୁ ଭାରତର ନାଗରିକତ୍ୱ ପ୍ରାପ୍ତ ହେବାର ମାର୍ଗ ସହଜ ହେବ, ଯେଉଁମାନେ ନିର୍ଯାତିତ ହୋଇ ପଳାୟନ କରି ଭାରତ ଆସିବା ଲାଗି ବାଧ୍ୟ ହୋଇଛନ୍ତି । ଏଥିରେ ସେମାନଙ୍କର କିଛି ଦୋଷ ନାହିଁ, ବରଂ ସେମାନେ ପରିସ୍ଥିତିର ଶିକାର ହୋଇଛନ୍ତି ।
• ୨୦୧୪ରେ ସରକାର ଗଠନ କରିବା ପରେ ସରକାର ଦେଶରେ ଥିବା ୮,୩୦୦ଟି ମାନବବିହିନ ଲେଭଲକ୍ରସିଂ ଉଚ୍ଛେଦ କାର୍ଯ୍ୟା ପାଖାପାଖି ସମ୍ପୂର୍ଣ୍ଣ କରିସାରିଛନ୍ତି ।
• ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମୋ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।
• ମୋ ସରକାର ଆଇନଗତ ବ୍ୟବସ୍ଥାରେ ସଂସ୍କାର ଆଣି ସାମାଜିକ ଏବଂ ଅର୍ଥନୈତିକ ନ୍ୟାୟ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରୁଛନ୍ତି ।
• ନାବାଳିକାଙ୍କ ପ୍ରତି ବଳାକ୍ରାର ମାମଲାରେ ମୋ ସରକାର ଫାଶୀ ଭଳି କଠୋର ଦଣ୍ଡାଦେଶ ବ୍ୟବସ୍ଥା କରିଛନ୍ତି ।
• “ଅନ୍ୟାନ୍ୟ ପଛୁଆ ବର୍ଗ ଆୟୋଗ’ଙ୍କୁ ସାମ୍ବିଧାନିକ ମାନ୍ୟତା ଦିଆଯିବା, ସାମାଜିକ ନ୍ୟାୟ ଲାଗି ମୋ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
• ସଂସଦର ଶୀତକାଳୀନ ଅଧିବେଶନରେ ଐତିହାସିକ ୧୦୩ତମ ସମ୍ବିଧାନ ସଂଶୋଧନ ଜରିଆରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।
• ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଦ୍ୱାରା ସରକାର ଚାକିରିକୁ ଇନସେଂଟିଭ ସହିତ ଯୋଡ଼ିଛନ୍ତି । ଇପିଏସ ଏବଂ ଇପିଏଫର ୧୨ ପ୍ରତିଶତ ଯାହା ନିଯୁକ୍ତିଦାତା ଦେଉଥିଲେ, ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଦିଆଯାଉଛି ।
• ଯୁବ କୈନ୍ଦ୍ରିକ “ଖେଲୋ ଇଣ୍ଡିଆ’ ଜରିଆରେ ମୋ ସରକାର ପ୍ରତିଭାସମ୍ପନ୍ନ ଖେଳାଳୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।
• ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସର୍ବାଧିକ ଲାଭ ମହିଳାମାନଙ୍କୁ ମିଳିଛି । ସାରା ଦେଶରେ ୧୫କୋଟି ମୁଦ୍ରା ଋଣର ୭୩ ପ୍ରତିଶତ ମହିଳା ଉଦ୍ୟୋଗୀ ପାଇଛନ୍ତି । ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନାରେ ପାଖାପାଖି ୬ କୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଡ଼ି ହୋଇଛନ୍ତି ।
• ଆମ ମୁସଲିମ ଝିଅମାନଙ୍କୁ ଡର ଓ ଭୟର ଜୀବନରୁ ମୁକ୍ତି ଦେବା ପାଇଁ ସରକାର ତିନି ତଲାକ ସହିତ ଜଡ଼ିତ ଆଇନ ସଂସଦରେ ପାରିତ କରିବା ଲାଗି ଲଗାତାର ପ୍ରୟାସ କରୁଛନ୍ତି ।
• ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଗତ ୪ ବର୍ଷରେ ପାଖାପାଖି ୧ କୋଟି ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ଦିଆଯାଇଛି ।
• ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ବଂଟନ କରାଯାଇସାରିଛି ।
• ଷ୍ଟାର୍ଟ ଅପ ଇଣ୍ଡିଆ ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନା ଅଧୀନରେ ସରକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।
• ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାରେ ସରକାର ଟିକସ ରିହାତି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଯୋଡ଼ିଛନ୍ତି ।
• ଉଚ୍ଚସ୍ତରୀୟ ପେସାଦାର ଶିକ୍ଷା ସୁଯୋଗ ବୃଦ୍ଧି କରିବା ଲାଗି ସରକାର ୭ଟି ଆଇଆଇଟି, ୭ଟି ଆଇଆଇଏମ, ୧୪ଟି ଆଇଆଇଆଇଟି, ଗୋଟିଏ ଏନଆଇଟି ଏବଂ ୪ଟି ଏନଆଇଡି ପ୍ରତିଷ୍ଠା କରିଛନ୍ତି ।
• ସରକାର ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ପ୍ରୟାସରତ ।
• କୃଷି ଉପକରଣ ଏବଂ ବିହନ କ୍ରୟ ଠାରୁ ଆରମ୍ଭ କରି କୃଷି ଉତ୍ପାଦକୁ ବଜାରରେ ବିକ୍ରିୟ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରତି ସରକାର ପ୍ରାଥମିକତା ଦେଉଛନ୍ତି ।
• ଜମିର ଉତ୍ପାଦକତା ବୃଦ୍ଧି ଲାଗି ସରକାର ୧୭ କୋଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରିଛନ୍ତି ।
• ଅଧୁରା ହୋଇ ପଡ଼ିରହିଥିବା ୯୯ ପ୍ରତିଶତ ପୁରୁଣା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମୋ ସରକାର ସମ୍ପୂର୍ଣ୍ଣ କରିଛନ୍ତି ।
• ସରକାର ନୀଳ ବିପ୍ଳବ ଯୋଜନା ଜରିଆରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରରେ ମାଛଧରା ତାଲିମ ଏବଂ ଆଧୁନିକ ମାଛଧରା ଟ୍ରଲର ଯୋଗାଇ ଦେଉଛନ୍ତି ।
• ଡିଜିଟାଲ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଯୋଜନ ଜରିଆରେ ଗ୍ରାମୀଣ ଇଲାକାର ଲୋକମାନଙ୍କୁ ଇ-ଗଭର୍ଣ୍ଣାନ୍ସର ସମ୍ପୂର୍ଣ୍ଣ ଲାଭ ଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି ।
• ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)ର ସମ୍ପ୍ରସାରଣ ଜରିଆରେ ଗତ ସାଢ଼େ ଚାରି ବର୍ଷରେ ୬ଲକ୍ଷ ୫ ହଜାର କୋଟି ଟଙ୍କାରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଁଚିପାରିଛି । ଏହି କାରଣରୁ ପାଖାପାଖି ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ସଂଚୟ ହୋଇପାରିଛି ।
• ସରକାର ପାଖାପାଖି ୮ କୋଟି ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇଛନ୍ତି ।
• କଳାଧନ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ ଅଭିଯାନରେ ବିମୁଦ୍ରୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ଅର୍ଥବ୍ୟବସ୍ଥା ବାହାରେ ଥିବା ଧନ ଔପଚାରିକ ଅର୍ଥବ୍ୟବସ୍ଥାକୁ ଆସିପାରିଛି ।
• ଜିଏସଟି ଭଳି ବ୍ୟାପକ ସଂସ୍କାର ଲାଗୁ ହେବା କାରଣରୁ ଏକ ରାଷ୍ଟ୍ର- ଏକ ଟିକସ-ଏକ ବଜାର ଅବଧାରଣା ସାକାର ହୋଇଛି । ଜିଏସଟି ଦ୍ୱାରା ଦେଶରେ ସଚ୍ଚୋଟ ଏବଂ ପାରଦର୍ଶୀ ବ୍ୟବସାୟିକ ବ୍ୟବସ୍ଥା ନିର୍ମାଣ ହେଉଛି ।
• ଗତ ସାଢ଼େ ୪ ବର୍ଷରେ ଦେଶର ଅର୍ଥବ୍ୟବସ୍ଥା ହାରାହାରୀ ୭.୩ ପ୍ରତିଶତ ଗତିରେ ବଢ଼ୁଛି । ଭାରତ ଅନ୍ତର୍ଜାତୀୟ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ୨୦୧୪ରେ ବିଶ୍ୱ ଜିଡିପିରେ ଭାରତର ଯୋଗଦାନ ମାତ୍ର ୨.୬ ପ୍ରତିଶତ ଥିଲା ବେଳେ ନୂଆ ରିପୋର୍ଟ ଅନୁଯାୟୀ ଏହା ବୃଦ୍ଧି ପାଇ ୩.୩ ପ୍ରତିଶତ ହୋଇଯାଇଛି ।
• ବ୍ୟବସାୟିକ ସୁଗମତା ର‌୍ୟାଙ୍କିଙ୍ଗରେ ଭାରତ ୨୦୧୪ରେ ୧୪୨ତମ ସ୍ଥାନରୁ ୬୫ଟି ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଁଚିଛି, ଏହା ଏକ ଅସାଧାରଣ ଉପଲବ୍ଧୀ ।
• ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଦେଶକୁ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି । ଗତ ୪ ବର୍ଷ ଧରି ଲଗାତାର ଏହି କ୍ଷେତ୍ରରେ ବିକାଶ ହାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି ।
• ପୂର୍ବ ଉତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ, ଓଡ଼ିଶା ଏବଂ ଉତର-ପୂର୍ବ ରାଜ୍ୟ ଅର୍ଥାତ ସମ୍ପୂର୍ଣ୍ଣ ପୂର୍ବ ଭାରତ ନିକଟରେ ଦେଶର ନୂତନ “ଗ୍ରୋଥ ଇଞ୍ଜିନ’ ହେବାର କ୍ଷମତା ରହିଛି ।
• ସେଥିପାଇଁ ପୂର୍ବ ଭାରତରେ ରେଳପଥ, ରାଜପଥ, ଜଳପଥ, ବିମାନ ମାର୍ଗ ଜରିଆରେ ଭିତିଭୂମିକୁ ସୁଦୃଢ଼ କରିବା ଉପରେ ମୋ ସରକାର ନିରନ୍ତର ଗୁରୁତ୍ୱାରୋପ କରୁଛନ୍ତି ।
• ଉତର ପ୍ରଦେଶର ଗୋରଖପୁର, ବିହାରର ବରୌନୀ ଓ ଝାଡ଼ଖଣ୍ଡର ସିନ୍ଦରୀରେ ବହୁବର୍ଷ ଧରି ବନ୍ଦ ପଡ଼ିଥିବା ସାର କାରଖାନାର ପୁନଃନିର୍ମାଣ କାର୍ଯ୍ୟ ଅତି ଦ୍ରୁତ ଗତିରେ ଜାରିରହିଛି ।
• ପାଖାପାଖି ୧୩ ହଜାର କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଇଥିବା “ଉର୍ଜା ଗଙ୍ଗା ପ୍ରକଳ୍ପ’ ପୂର୍ବ ଭାରତର ଅନେକ ସହରରେ ଗ୍ୟାସ ପାଇପ ଲାଇନ ଉପରେ ଆଧାରିତ ଉଦ୍ୟୋଗ ବିକଶିତ କରିବ ।
• ଇଂଟରନେଟ ସେବା ଶସ୍ତା ହୋଇଛି, ୨୦୧୪ରେ ଗୋଟିଏ ଜିବି ଡାଟାକୁ ୨୫୦ଟଙ୍କା ପଡ଼ୁଥିବା ବେଳେ ଏବେ ୧୦ରୁ ୧୨ ଟଙ୍କାରେ ମିଳିପାରୁଛି ।
• ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ସାରା ଦେଶରେ ୩୪ କୋଟି ବ୍ୟାଙ୍କ ଆକାଉଂଟ ଖୋଲାଯାଇଛି । ଏଥିରେ ୮୮ ହଜାର କୋଟି ଟଙ୍କା ଜମା ହୋଇଛି ।
• ୬୦ କୋଟି ରୁପେ ଡେବିଟ କାର୍ଡ ଏବଂ ଭୀମ ଆପ ଜରିଆରେ ସାରା ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଛି । ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଁଚାଇଛି ।
• ସାମାଜିକ ଯୋଜନାଗୁଡ଼ିକ ଲୋକମାନଙ୍କ ଆଶାଆକାଂକ୍ଷା ଏବଂ ସମସ୍ୟାକୁ ଦେଖି କାର୍ଯ୍ୟାନ୍ୱୟନ କରାଯିବା ଯୋଗୁ ବ୍ୟାପକ ପରିବର୍ତନ ଆସିପାରିଛି ।
• ୨୦୧୪ରେ ସ୍ପଷ୍ଟ ବହୁମତ ପାଇବା ପରେ ମୋ ସରକାର ପ୍ରଥମ କ୍ୟାବିନେଟ ବୈଠକରେ କଳାଧନ ଠାବ କରିବା ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ-ଏସଆଇଟି ଗଠନ କରିଥିଲେ । ବିଦେଶରେ ଥିବା କଳାଧନ ଆଣିବା ଲାଗି ବିଭିନ୍ନ ରାଷ୍ଟ୍ର ସହ ଚୁକ୍ତି କରାଯାଇଛି ।
• କୋଇଲା ଖଣି ନିଲାମରେ ପାରଦର୍ଶିତା ଆସିପାରିଛି ।
• ଉପଗ୍ରହ ଉତକ୍ଷେପଣ କ୍ଷେତ୍ରରେ ଇସ୍ରୋ ରେକର୍ଡ କରିବା ସହିତ ସାରା ବିଶ୍ୱରେ ଭାରତକୁ ସମ୍ମାନଜନକ ସ୍ଥାନ ଦେଇଛନ୍ତି ।
• ଉତରଦାୟିତ୍ୱ ସହିତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ମୋ ସରକାରଙ୍କ ଲକ୍ଷ୍ୟ । ପ୍ରକଳ୍ପ ବିଳମ୍ବିତ ହେବା ଜନସାଧାରଣଙ୍କ ପ୍ରତି ଅନ୍ୟାୟ ।
• ଆସାମରେ ଭାରତର ସବୁଠୁ ଲମ୍ବ ବୋଗିବିଲ ରେଳ ସେତୁ, ଦିଲ୍ଲୀ ନିକଟରେ ପଶ୍ଚିମ ପାଶ୍ୱର୍ବର୍ତୀ ଏକ୍ସପ୍ରେସ ୱେ, କେରଳରେ କୋଲମ ବାଇପାସ ଭଳି ପ୍ରକଳ୍ପ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହୋଇଛି ।
• ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦେଖି ଅର୍ଥନୈତିକ ବିକାଶ ଲାଗି ଆଧୁନିକ ଭିତିଭୂମିର ବିକାଶ କରାଯାଉଛି ।
• ୧୧ ମାସ ମଧ୍ୟରେ ପ୍ରୟାଗରାଜ ବିମାନ ବନ୍ଦର ଟର୍ମିନାଲ ନିର୍ମାଣ କରାଯାଇଛି ।
• ଉଡ଼ାନ ଯୋଜନା ଅଧୀନରେ ୧୯ଟି ନୂଆ ବିମାନ ବନ୍ଦର ପୂର୍ବ ଭାରତରେ ନିର୍ମାଣ କରାଯାଇଛି ।
• ଆସାମ ପାଇଁ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ କ୍ରାକର ପ୍ରକଳ୍ପ କାର୍ଯ୍ୟ ଏବଂ ପାରଦୀପ ତୈଳ ବିଶୋଧନାଗାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।
• ପରିବହନ ଏବଂ ପର୍ଯ୍ୟଟନ ଜରିଆରେ ପରିବର୍ତନ ଆଣି ଉତର ପୂର୍ବାଂଚଳ ଜନସାଧାରଣଙ୍କ ଜୀବନକୁ ସହଜ କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି ।
• ଦ୍ରୁତତମ ରେଳ, ସର୍ବୋଚ୍ଚ ସେତୁ, ଦୀର୍ଘତମ ସାମୁଦ୍ରିକ ଯୋଗାଯୋଗ, ଦୀର୍ଘତମ ସୁଡ଼ଙ୍ଗ, ଦ୍ରୁତ ଗତିରେ ରାଜପଥ ନିର୍ମାଣ, ରେଳ ଟ୍ରାକଗୁଡ଼ିକର ପରିବର୍ତନ, ସହରରେ ମେଟ୍ରୋ ପ୍ରକଳ୍ପ, ନୂତନ ଜଳପଥ ନିର୍ମାଣ ଆଦି ଅତ୍ୟାଧୁନିକ ଭିତିଭୂମି ଦ୍ରୁତ ଗତିରେ ସରକାର ନିର୍ମାଣ କରୁଛନ୍ତି ।
• ସ୍ମାର୍ଟ ସିଟି ମିଶନ ଅଧୀନରେ ୧୦୦ଟି ସହରରେ ଅତ୍ୟାଧୁନିକ ସୁବିଧା ବିକଶିତ କରାଯାଉଛି ।
• ବିମାନ ଚଳାଚଳ କ୍ଷେତ୍ରରେ ଅଭିବୃଦ୍ଧି ଆସିଛି, ୧୨କୋଟି ୩୦ ଲକ୍ଷରୁ ଅଧିକ ଯାତ୍ରୀ ୨୦୧୭-୧୮ରେ ବିମାନ ଯାତ୍ରା କରିଛନ୍ତି ।
• ସାଢ଼େ ୪ ବର୍ଷ ମଧ୍ୟରେ ସରକାର ସାରା ଦେଶରେ ୩୦୦ ନୂଆ ପାସପୋର୍ଟ ସେବା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି, ୨୦୧୪ରେ ମାତ୍ର ୭୭ଟି ପାସପୋର୍ଟ ସେବା କେନ୍ଦ୍ର ଥିଲା ।
• ସମୟର ଆବଶ୍ୟକତାକୁ ଦେଖି ସରକାରୀ କର୍ମଚାରୀଙ୍କ ପାଇଁ ସରକାର ସପ୍ତମ ବେତନ ଆୟୋଗ ଲାଗୁ କରିଛନ୍ତି, ଯାହା କର୍ମଚାରୀମାନଙ୍କ ଜୀବନଧାରଣ ମାନ ସୁଧାରିପାରିଛି ।
• ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ମୋ ସରକାର ସହଯୋଗୀ ସଂଘବାଦକୁ ସୁଦୃଢ଼ କରିବା ଲାଗି ନିରନ୍ତର କାର୍ଯ୍ୟ କରିଛନ୍ତି ।
• କୁମ୍ଭ ମେଳା ପାଇଁ ପାଇଁ ପ୍ରୟାଗରାଜରେ ବିଶ୍ୱସ୍ତରୀୟ ଭିତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ନିର୍ମାଣ କରାଯାଇଛି, ସାରା ବିଶ୍ୱରେ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
• ଆମ ସଂସ୍କୃତି ଏବଂ ବିଶ୍ୱାସର ପ୍ରତୀକ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ଲାଗି ସରକାରଙ୍କ ଦ୍ୱାରା ‘ନମାମୀ ଗଙ୍ଗା ମିଶନ’ ଜରିଆରେ ୨୫,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
• ଆଧୁନିକ ଭାରତର ନିର୍ମାତାମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଇ ସରକାର ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକ, ଦିଲ୍ଲୀର କ୍ରାନ୍ତି ମନ୍ଦିର, ବାବାସାହେବଙ୍କ ପଂଚତୀର୍ଥ, ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଏକତାର ପ୍ରତିମୂର୍ତି ଭଳି ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ କରିଛନ୍ତି ।
• ମୋ ସରକାର ମହାତ୍ମା ମଦନ ମୋହନ ମାଲବ୍ୟ, ଅଟଳବିହାରୀ ବାଜପେୟୀଙ୍କୁ ୨୦୧୫ରେ ଏବଂ ଚଳିତ ବର୍ଷ ନାନାଜୀ ଦେଶମୁଖ, ଭୂପେନ ହଜାରିକା ଏବଂ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ।
• ବିନା ଭେଦଭାବରେ ଯୋଗ୍ୟତା ଆଧାରରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି ।
• ସନ୍ଥ ମହାତ୍ମାମାନଙ୍କୁ ସମ୍ମାନିତ କରିବାକୁ ଯାଇ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ପାଳନ ଏବଂ ଐତିହାସିକ କର୍ତାରପୁର କରିଡର ବିକାଶ ଲାଗି ସରକାର ପଦକ୍ଷେପ ନେଇଛନ୍ତି ।
• ଅନ୍ତର୍ଜାତୀୟ ମଂଚରେ ସବୁ ରାଷ୍ଟ୍ର ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାରେ ଭାରତ ବିଶ୍ୱାସ କରେ, କିନ୍ତୁ ସୀମାପାର ଆତଙ୍କବାଦୀଙ୍କ ଗଡ଼ରେ ସର୍ଜିକାଲ ଷ୍ଟ୍ରାଇକ ଭଳି କାର୍ଯ୍ୟାନୁଷ୍ଠାନ ଜରିଆରେ ଭାରତ ନିରନ୍ତର ନିଜର ସୁରକ୍ଷା ପାଇଁ ସାହସର ପରିଚୟ ଦେଇଛି ।
• ଆମ ପ୍ରତିରକ୍ଷା ବାହିନୀ ପାଇଁ ସରକାର ଦୀର୍ଘ ଦିନର ଦାବି ୱାନ ର‌୍ୟାଙ୍କ ୱାନ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ୨୦ ଲକ୍ଷ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କୁ ବକେୟା ପାଉଣା ବାବଦକୁ ୧୦,୭୦୦ କୋଟି ଟଙ୍କା ପଇଠ କରିଛନ୍ତି ।
• ଦେଶର ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବା ଦିଗରେ ସରକାର ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତି କରିଛନ୍ତି । ମେକ ଇନ ଇଣ୍ଡିଆ ଅଧୀନରେ ଭାରତରେ ପ୍ରତିରକ୍ଷା ସରଞ୍ଜାମ ନିର୍ମାଣ କରାଯାଉଛି, ଯାହା ପ୍ରତିରକ୍ଷା ବାହିନୀର ମନୋବଳ ବୃଦ୍ଧି କରିଛି ।
• ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିଥିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସୁରକ୍ଷା ବାହିନୀଙ୍କ ସ୍ମୃତିରେ ଜାତୀୟ ପୋଲିସ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ।
• ସରକାର ଜାମ୍ମୁ, ଲଦାଖ ଏବଂ କଶ୍ମୀରରେ ସନ୍ତୁଳିତ ବିକାଶ ଲାଗି ପ୍ରତିବଦ୍ଧ । ମୋ ସରକାରଙ୍କ ପ୍ରୟାସ କାରଣରୁ ରାଜ୍ୟରେ ବିକାଶର ବାତାବରଣ ସୃଷ୍ଟି ହୋଇଛି ।
• ସରକାରଙ୍କ କୂଟନୈତିକ ସଫଳତା କାରଣରୁ ଆଜି ବିଶ୍ୱ ମଂଚରେ ଭାରତର ସ୍ୱର ସମ୍ମାନର ସହିତ ଶୁଣାଯାଉଛି । ପ୍ରବାସୀ ଭାରତୀୟ ଦିବସ ବାରଣାସୀରେ ଆୟୋଜନ କରାଯିବା, ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ ଘୋଷଣା କରାଯିବା ଏହାର ଉଦାହରଣ ।
• ମୋ ସରକାର ଭାରତୀୟ ପାସପୋର୍ଟର ବିଶ୍ୱସନୀୟତା ଏବଂ ସମ୍ମାନ ବଢ଼ାଇବା ସହିତ ବିପଦ ବେଳେ ପ୍ରବାସୀ ଭାରତୀୟଙ୍କ ସହ ଛିଡ଼ା ହୋଇଛି ।
• ପରିବେଶ ସଂରକ୍ଷଣ କ୍ଷେତ୍ରରେ ଭାରତର ପ୍ରୟାସ ଯୋଗୁ ମିଳିତ ଜାତିସଂଘ ପୁରସ୍କାର ମିଳିବା ଦେଶ ପାଇଁ ଗର୍ବର ବିଷୟ ।
• ୨୦୨୨ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଏହାର ଆୟୋଜନ ବିଶ୍ୱ ଦରବାରରେ ଭାରତର ଗୌରବ ବଢ଼ାଇବ ।
• ଚଳିତ ବର୍ଷ ଏକବିଂଶ ଶତାବ୍ଦୀର ଏକ ଆତ୍ମନିର୍ଭରଶୀଳ ଏବଂ ସମୃଦ୍ଧ ନୂତନ ଭାରତ ନିର୍ମାଣ ଦିଗରେ ଯାତ୍ରାକୁ ଆମ ରାଷ୍ଟ୍ର ଏକ ନିର୍ଣ୍ଣାୟକ ସ୍ଥିତି ପ୍ରଦାନ କରିବ । ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବ ସାଧାରଣ ନିର୍ବାଚନ ପାଇଁ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।
• ୧୩୦ କୋଟି ଭାରତୀୟଙ୍କ ଆଶୀର୍ବାଦ ସହ ନୂତନ ଭାରତ ନିର୍ମାଣ ଲାଗି ଜନକଲ୍ୟାଣ ଉଦ୍ଦେଶ୍ୟରେ ପରିବର୍ତନ ଆଣିବାର ମୋ ସରକାରଙ୍କ ପ୍ରୟାସ ଜାରି ରହିବ ।

Categories
KNOWLEDGE

RELATED BY

  • ସପ୍ତଦଶ ନାରଦ ସମ୍ମାନ

    ଭୁବନେଶ୍ୱର: ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ...
  • ଆଜି ମନ ଦୁଃଖରେ ଭରି ରହିଛି : ପ୍ରଧାନମନ୍ତ୍ରୀ

     ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ  ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ  ଶହୀଦଙ୍କ ପରିବାର ପରାକ୍ରମୀ...
  • ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଏହା ଶେଷ ଗ୍ରୁପ୍ ଫୋଟ

    ପଞ୍ଚଦଶ ବିଧାନସଭା ଅଧିବେସନ ଆଜି ଶେଷ ହୋଇଛି । ଏହି ଅବସରେ ଏକ ଗ୍ରୁପ୍ ଫୋଟ ଉତ୍ତୋଳନ କରାଯାଇଛି । ବାବାଚସ୍ପତି ପ୍ରଦିପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ , ମନ୍ତ୍ରୀବୃନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ...
  • ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ : ପ୍ରଧାନମନ୍ତ୍ରୀ

    ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ୨.୦ କାର୍ଯ୍ୟକ୍ରମ ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ ପିଲାଙ୍କୁ ଅନ୍ୟର ରେକର୍ଡ, ର‌୍ୟାଙ୍କିଙ୍ଗ୍ ସହ ତୁଳନା ନ କରିବାକୁ ପରାମର୍ଶ  ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ  ଲକ୍ଷ୍ୟ, ଆଶା,...
WhatsApp chat