୧ କୋଟି ଟଙ୍କାର କ୍ଷତି

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର

ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଛି । ସଂଗ୍ରହାଳୟ ଭିତର କର୍ମଶାଳା, ହସ୍ତଶିଳ୍ପ
ଏବଂ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିବାରୁ ତୁରନ୍ତ ମରାମତି ଆବଶ୍ୟକ ହୋଇପଡ଼ିଛି । ଅନେକଗୁଡ଼ିଏ ବିଜୁଳି ଖୁଣ୍ଟ, ଲ୍ୟାମ୍ପ ଲାଇଟ୍‌, ବାହାରେ ଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଆଲୋକୀକରଣ ବ୍ୟବସ୍ଥା ନଷ୍ଟ ହୋଇଯାଇଛି । ମିୟୁଜିଏମର ସୌନ୍ଦର୍ଯ୍ୟକରଣ ପାଇଁ ସଂଗ୍ରହାଳୟ ପରିସରରେ ଥିବା ହସ୍ତଶିଳ୍ପ
କଳାକୃତି ଏବଂ ଜଳଉତ୍ସଗୁଡ଼ିକ ନଷ୍ଟ ହୋଇଥିବାରୁ ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ ଜରୁରୀ ହୋଇପଡ଼ିଛି । ପ୍ରାୟ ୩୫ଟି କବାଟ ଓ ଝରକା ସଂପୂର୍ଣ୍ଣ ଭାଙ୍ଗିଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ କୋଠାବାଡ଼ି ବାବଦରେ ପ୍ରାୟ ୭୦ ଲକ୍ଷ ଏବଂ ଅନ୍ୟାନ୍ୟ କ୍ଷତି ପ୍ରାୟ ୩୦ ଲକ୍ଷକୁ ମିଶାଇ ସମୁଦାୟ ୧ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି । ତେବେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହେବା ପରେ ଗତ ୧୩ ତାରିଖରୁ ଏହି ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି ।

Categories
BUSINESS

RELATED BY

  • ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ...
  • ୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ...
  • ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି

    ଭୁବନେଶ୍ୱର:ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି । ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି...
WhatsApp chat