୨୦୧୯ ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଲା

୨୦୧୮-୧୯ ଆର୍ଥିକ ବର୍ଷରେ ସଂଗ୍ରହ ରେକର୍ଡ

୨୦୧୯ ମାର୍ଚ୍ଚ ମାସରେ ମୋଟ ଜିଏସଟି ସଂଗ୍ରହ ରହିଛି ୧,୦୬, ୫୭୭ କୋଟି ଟଙ୍କା ।

ଏଥିମଧ୍ୟରେ ସିଜିଏସଟି ରହିଛି ୨୦,୩୫୩ କୋଟି, ଏସଜିଏସଟି ରହିଛି ୨୭,୫୨୦ କୋଟି, ଆଇଜିଏସଟି ରହିଛି ୫୦, ୪୧୮ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୨୩,୫୨୧ କୋଟି ଟଙ୍କାକୁ ମିଶାଇ) ଏବଂ ସେସର ପରିମାଣ ହେଉଛି ୮,୨୮୬ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୮୯୧ କୋଟି ଟଙ୍କାକୁ ମିଶାଇ) । ୨୦୧୯ ଫେବୃଆରୀରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫାଇଲ ହୋଇଥିବା ମୋଟ ଜିଏସଟିଆର ୩ ବି ରିଟର୍ଣ୍ଣ ସଂଖ୍ୟା ହେଉଛି ୭୫.୯୫ ଲକ୍ଷ ।

ସରକାର ନିୟମିତ ବ୍ୟବସ୍ଥା ସ୍ୱରୂପ ଆଇଜିଏସଟିରୁ ସିଜିଏସଟି ପାଇଁ ୧୭, ୨୬୧ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୧୩, ୬୮୯ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ।

ପୁନଶ୍ଚ କେନ୍ଦ୍ର ପାଖରେ ରହିଥିବା ବଳକା ଆଇଜିଏସଟିରୁ ଅସ୍ଥାୟୀ ଭାବେ ଅଧାଅଧି ହାରରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଭାଗ ବଂଟା ହେବାର ବ୍ୟବସ୍ଥା କରାଯାଇଛି ।

୨୦୧୯ ମାର୍ଚ୍ଚ ମାସରେ ନିୟମିତ ଏବଂ ଅସ୍ଥାୟୀ ବ୍ୟବସ୍ଥା ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସଂଗ୍ରହ କରିଥିବା କରର ପରିମାଣ ହେଉଛି ସିଜିଏସଟି ପାଇଁ ୪୭,୬୧୪ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୧, ୨୦୯ କୋଟି ଟଙ୍କା ।

ଜିଏସଟି ଲାଗୁ କରାଯିବା ପରେ ୨୦୧୯ ମାର୍ଚ୍ଚରେ ଆଦାୟ ପରିମାଣ ସର୍ବାଧିକ ରହିଛି ।

୨୦୧୮ ମାର୍ଚ୍ଚରେ କର ପରିମାଣ ଥିଲା ୯୨, ୧୬୭ କୋଟି ଟଙ୍କା ଏବଂ ୨୦୧୯ ମାର୍ଚ୍ଚରେ ଚଳିତ ବର୍ଷର ଏହି ମାସ ତୁଳନାରେ ଶତକଡା ୧୫.୬ ପ୍ରତିଶତ ବୃଦ୍ଧି ହାସଲ କରାଯାଇଛି ।

୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଗତବର୍ଷ ଏହି ସମୟ ତୁଳନାରେ ଶତକଡା ୧୪.୩ ପ୍ରତିଶତ ଅଧିକ କର ସଂଗ୍ରହ କରାଯାଇଛି ।

୨୦୧୮-୧୯ ସମୟରେ ଜିଏସଟିର ମାସିକ ହାରାହାରି ପରିମାଣ ହେଉଛି ୯୮,୧୧୪ କୋଟି ଟଙ୍କା । ୨୦୧୭-୧୮ ଆର୍ଥିକ ବର୍ଷ ଅପେକ୍ଷା ଏହା ଶତକଡା ୯.୨ ପ୍ରତିଶତ ଅଧିକ ।

ଏହି ପରିସଂଖ୍ୟାନମାନଙ୍କରୁ ଜଣାପଡେ ଯେ ବିଭିନ୍ନ କର ହାର ନିୟନ୍ତ୍ରଣ ପଦକ୍ଷେପ ସତ୍ୱେ ମଧ୍ୟ ଏଇ ନିକଟ ମାସମାନଙ୍କରେ କର ଆଦାୟ ହାର ବୃଦ୍ଧି ପାଉଛି ।

Categories
BUSINESS

RELATED BY

  • ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ...
  • ୧ କୋଟି ଟଙ୍କାର କ୍ଷତି

    ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ...
  • ୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ...
WhatsApp chat