୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

୧ ହଜାର କିଲୋଲିଟର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥା କରିଛନ୍ତି । ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୧ ହଜାର କିଲୋ ଲିଟର କିରୋସିନ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ ।

ଏଥିପାଇଁ ୧ ହଜାର କିଲୋ ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟେଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବ ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ୧ ହଜାର କିଲୋଲିଟର କିରୋସିନ ପାଇଁ ଆବଶ୍ୟକିୟ ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବା ସହ ତାଙ୍କ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ୧ ହଜାର କିଲୋଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକିୟ ଅନୁମତି ପ୍ରଦାନ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଉପଲବ୍ଧ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଅଧୀନରେ ଥିବା ରାଷ୍ଟାୟତ ଉଦ୍ୟେଗ ଗୁଡିକ ବାତ୍ୟା ପ୍ରଭାବିତ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Categories
BUSINESS

RELATED BY

  • ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ...
  • ୧ କୋଟି ଟଙ୍କାର କ୍ଷତି

    ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ...
  • ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି

    ଭୁବନେଶ୍ୱର:ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି । ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି...
WhatsApp chat