୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି

ରିଲିଫ କାମରେ ସହାୟତା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର କିରୋସିନି ରହିଛି

ଭୁବନେଶ୍ୱର:ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି ।

ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଫୋନି ବାତ୍ୟାରେ ଏହି ଜିଲ୍ଲାମାନଙ୍କରେ ପେଟ୍ରୋଲପମ୍ପ ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।

ତେବେ ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ସରକାରୀ ଅଫିସ, ବ୍ୟାଙ୍କ ଓ ଟେଲିକମ୍ ସଂସ୍ଥା ମାନଙ୍କ ପକ୍ଷରୁ ଲଗାଯାଇଥିବା ଜେନେସଟ ଓ ଡିଜି ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୮ଟି ଭ୍ରାମ୍ୟମାଣ ଡିଜେଲ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପୁରୀରେ ପ୍ରତିଦିନ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରୀ ହେଉଥିବା ବେଳେ ଆଜି ତାରିଖରେ ବିକ୍ରୀ ସେ ସଂଖ୍ୟା ଛୁଇଁଲାଣୀ ।

ମୋଟ ଉପରେ ଏହି ୩ ସ୍ଥାନରେ ରହିଥିବା ୨୩୪ ଟି ପେଟ୍ରୋଲିୟମ ଟାଙ୍କି ମଧ୍ୟରୁ ୨୦୦ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ସମସ୍ତ କାମ ବର୍ଷାଦିନ ସୁଦ୍ଧା ଶେଷ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଏହି ଜିଲ୍ଲା ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ଏଲପିଜି ମହଜୁଦ ଅଛି । ପୁରୀ ଜିଲ୍ଲାର ୩୪, ଖୋର୍ଧାର ୬୯ ଓ କଟକର ୫୯ ଡିଷ୍ଟ୍ରିବୁଟର ସମସ୍ତେ କାର୍ଯ୍ୟକ୍ଷମ ଅଛନ୍ତି ।

ପୁରୀରେ ପ୍ରତିଦିନ ୪୦୦୦ ସିଲିଣ୍ଡର ଗ୍ରାହକ ମାନେ ନେଉଥିବା ବେଳେ ଏହି ସଂଖ୍ୟା ଗତକାଲି ୫୭୦୦ ରେ ପହଁଚିଛି ।

ସେହିପରି ଖୋର୍ଧାରେ ୧୩୦୦୦ରୁ ଏହି ସଂଖ୍ୟା ୧୬୦୦୦ରେ ପହଁଚିଥିବା ବେଳେ କଟକରେ ୯୩୦୦ ରୁ ବିକ୍ରୀ ସଂଖ୍ୟା ୧୧,୧୦୦ରେ ପହଁଚିଛି । ରିଲିଫ କାମରେ ସହାୟତା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର କିରୋସିନି ରହିଛି ।

ଆଇଓସିଏଲ ପକ୍ଷରୁ ଶ୍ରୀମନ୍ଦିରରେ ବାତ୍ୟା କ୍ଷତିଗ୍ରସ୍ତର ମରାମତି ପାଇଁ ମନ୍ଦିର ପ୍ରଶାସନକୁ ୫ କୋଟିଟଙ୍କାର ଚେକ୍ ପ୍ରଦାନ କରିଥିବା ସହ ୭ ଦିନ ଧରି ପେଟ୍ରୋଲିୟମ କମ୍ପାନୀର ସମସ୍ତ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଆଇଓସିଏଲକୁ ଧନ୍ୟବାଦ ଦେଇଛନ୍ତି ।

Categories
BUSINESS

RELATED BY

  • ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ...
  • ୧ କୋଟି ଟଙ୍କାର କ୍ଷତି

    ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ...
  • ୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ...
WhatsApp chat