ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ

ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି ।

ସ୍ମିତାରାଣୀ ସହ ଦୁଷ୍କର୍ମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି ।

ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି ।

ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ ।

ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ ।

ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ।

ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ।

ସେହିପରି ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯ୍ୟାାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ପ୍ରମୋସନର ଲୋଭ ଦେଖାଇ ସବୁବେଳେ ସେ ମହିଳାଙ୍କ ଯୌନ ଉତ୍ପୀଡନ କରୁଥିଲେ ।

ପୋଲିସ ପ୍ରମୋଦ ସାହୁ ଏବଂ ରୂପେଶ ଭଦ୍ର ଓ ତାଙ୍କ ସହେଯାଗୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।

ମୃତା ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର କରିବା ଆଦି ୩ ଦଫା ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ, ମୋ ପରିବାର ଏବଂ ୫-ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ ।

ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ।

ରାଜ୍ୟରେ ମହିଳା ସମାଜ ସଂପୂର୍ଣ୍ଣଭାବେ ଅସରୁକ୍ଷିତ ହୋଇପଡିଛି ।

ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟସରକାର ତୁରନ୍ତ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ବୋଲି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି ।

କେନ୍ଦ୍ରାପଡାଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରମୀତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହା ପରେ ଶ୍ରମୀତୀ ପରିଡା ପୀଡିତା କେନ୍ଦ୍ରାପଡା ଯୌନ ପୀଡିତା ମହିଳା ଏବଂ ପରିବାରକୁ ଭେଟିଥିଲେ ।

ସଠିକ ତଦନ୍ତ ହେଲେ ଆହୁରି ଅସଲ ଗୁମର ପଦାକୁ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । 
ଭୁବନେଶ୍ୱରଠାରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କଟକଠାରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବାଲେଶ୍ୱରଠାରେ ଶୋଭନା ମହାନ୍ତି, ନୟାଗଡଠାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବ୍ରହ୍ମପୁରଠାରେ ଅନୀତା ଶୁଭଦର୍ଶିନୀ ଓ ପିଙ୍କି ପ୍ରଧାନ, ଅନୁଗୁଳଠାରେ ସଂଘମିତ୍ରା ପ୍ରଧାନ, ବଲାଙ୍ଗୀର ଠାରେ ସଂଗୀତା ସିଂହଦେଓ, ଖୋର୍ଦ୍ଧାରେ ରଶ୍ମୀମୟୀ ପଟ୍ଟନାୟକ ଓ ରାଜଲକ୍ଷ୍ମୀ ଉପଧ୍ୟାୟ, ପୁରୀରେ ଜ୍ୟୋତି ମହାପାତ୍ର, ଯାଜପୁରରେ ବବିତା ମଲ୍ଲିକ, ଭଦ୍ରକରେ ମନସ୍ମିତା ଖୁଂଟିଆ ସମେତ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାନେତ୍ରୀଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Categories
POLITICS

RELATED BY

  • ବାଚସ୍ପତି ଚାହୁଁନାହାନ୍ତି ସ୍ମୀତାରାଣିଙ୍କର ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ...
  • ୧୦ଟି ଜିଲ୍ଲାରେ ପ୍ରାୟ ୮୬ କୋଟି ଟଙ୍କାର ଘୋଟାଲା

    ଭୁବନେଶ୍ୱର : କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା...
  • ମାହାଙ୍ଗା ବ୍ଲକର ବିଡିଓଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ନିଜର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି

    ଭୁବନେଶ୍ୱର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା କଥା ନିଜେ ସରକାର ମାନିଥିଲେ । ନିଜେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରି ତାଲିକା ପ୍ରସ୍ତୁତ କରିବା...
  • ବିଧାନସଭାରେ କଂଗ୍ରେସ-ବିଜେଡି ହାତ ମିଳାଇଲେ : ପ୍ରଦୀପ୍ତ ନାଏକ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା...
Call Now ButtonCALL TO MR. SAMIR