ସମାଜସେବାକୁ ଜୀବନର ବ୍ରତ କରିପାରିଲେ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହୋଇପାରିବ

ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ସମାଜସେବା ନିମନ୍ତେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ ।

ଜଣେ ଯେ କୌଣସି ବୃତ୍ତିରେ ରହିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ କରିପାରିଲେ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜାତୀୟ ସେବା ଯୋଜନାର ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତୀୟ ସେବା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ, ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେବା ପାଇଁ ଆଗ୍ରହୀ ହେବେ ।

ଚଳିତ ବର୍ଷ ଜାତୀୟ ସେବା ଯୋଜନା ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବା ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ପ୍ରତ୍ୟେକ ଜାତୀୟ ସେବା ଯୋଜନା ଶିବିରରେ ଗାନ୍ଧୀକଥା ଆଲୋଚନା କରାଯିବ ।

ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ବିଚାରଧାରାରେ ପ୍ରଭାବିତ ହେବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଜାତୀୟ ସେବା ଯୋଜନାରେ ମୋଟ ୧ ଲକ୍ଷ ୧୫ ହଜାର ୫୦୦ ଜଣ ସ୍ଵେଛାସେବୀ ଥିବାବେଳେ ଚଳିତ ବର୍ଷ ୧୯,୫୦୦ ସ୍ଵେଛାସେବୀ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କୁପ୍ରସ୍ତାବ ଦିଆଯାଇଛି ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏନ୍‌ଏସ୍‌ଏସ୍‌ ଦାୟିତ୍ୱରେ ଥିବା ନୂତନ ପ୍ରୋଗ୍ରାମ ଅଫିସରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖକୁ ଆରମ୍ଭ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି ।

ଏଥି ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଏନ୍‌ଏସ୍‌ଏସ୍‌ ବ୍ୟୁରୋଗୁଡ଼ିକରେ ଖାଲିଥିବା ପ୍ରୋଗ୍ରାମ କୋଅର୍ଡିନେଟର ନିୟୋଜିତ କରିବା ପାଇଁ ସ୍ଥିର ହୋଇଥିଲା ।

ୟୁଜିସି ପକ୍ଷରୁ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ସେବା ଯୋଜନା ଅଧିକରୁ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଗୁରୁତ୍ୱ ଦେଉଥିବାବେଳେ ଗୋଷ୍ଠୀସେବା, ସାମାଜିକ
କଲ୍ୟାଣକାରୀ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଜଳସଂରକ୍ଷଣ, ସ୍ୱଚ୍ଛ ଭାରତ, ଜରୁରୀ ଆପାଦକାଳୀନ ପରିଚାଳନା ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସରଙ୍କ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନେବେ ।

ଏଥି ସହିତ ବୈଠକରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାମାଜିକ ବାର୍ତ୍ତା ବହନ କରୁଥିବା ବୃତ୍ତଚିତ୍ର ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଦର୍ଶନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଆଶୁ ଚିକିତ୍ସା ଶିବିର ଆଦି ପରିଚାଳନା ନିମନ୍ତେ ନେତୃତ୍ୱ ସୃଷ୍ଟି ଦିଗରେ ଯୁବ ରେଡ୍‌କ୍ରସ, ଓସ୍‌ଡମା ଏବଂ ସେଣ୍ଟଜୋନ୍‌ ଆମ୍ବୁଲାନ୍ସ ସହାୟତାରେ ଅଧିକ ପ୍ରଶିକ୍ଷଣ ଶିବିର ଆୟୋଜନ, ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ପାଇଁ ଜାତୀୟ ସେବା ଯୋଜନାରେ ଅନ୍ତର୍ଜାତୀୟ, ଜାତୀୟ ଓ ଅନ୍ୟ ସେବା ଶିବିର ଆଦିରେ ଯୋଗଦେଇଥିବା
ସ୍ଵେଛାସେବୀଙ୍କୁ ପ୍ରୋତ୍ସାହନ ନମ୍ବର ଦେବା ଓ ଗଣତନ୍ତ୍ର ଦିବସ ପୂର୍ବ ଶିବିର ଓ ଗଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଉଥିବା ସ୍ଵେଛାସେବୀଙ୍କ ନିମନ୍ତେ ସ୍ୱତନ୍ତ୍ର ପରୀକ୍ଷାର ବ୍ୟବସ୍ଥା, ସମସ୍ତ ମହାବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍‌ସିଂ ମାଧ୍ୟମରେ ଜାତୀୟ ସେବା ଯୋଜନା ଖୋଲାଯିବା, ଏନ୍‌ଏସ୍‌ଏସ୍‌ରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପୁରସ୍କାର ପ୍ରଦାନ ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ବିଶିଷ୍ଟ ଗାନ୍ଧୀବାଦୀ ନେତା ଶ୍ରୀ ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ସମାଜ ରିଲିଫ୍‌ ପାଣ୍ଠିର ସଂପାଦକ ପ୍ରଭାସ ଆଚାର୍ଯ୍ୟ, ମଧୁସୂଦନ ଦାସ, ଓୟୁଏଟିର ପ୍ରଫେସର ବିକାଶ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଓ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌, ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ କୋଅର୍ଡିନେଟର ପ୍ରମୁଖ ଯୋଗଦେଇଥିଲେ ।

Categories
STATE

RELATED BY

  • ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

    ଭୁବନେଶ୍ୱର : ଅଲ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ଛାତ୍ରସଂଘର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ  ମନ୍ତ୍ରୀ  ପ୍ରେମାନନ୍ଦ ନାୟକଙ୍କୁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ଛାତ୍ରସଂଘ...
  • ଧାନର ଅଭାବି ବିକ୍ରୀ ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

    ଭୁବନେଶ୍ୱର : ସଂପ୍ରତି ପଶ୍ଚିମ ଓଡିଶାରେ ହେଉଥିବା ଧାନର ଅଭାବୀ ବିକ୍ରୀ, ରାଜ୍ୟ ସରକାର ମଣ୍ଡିରୁ ଧାନ କ୍ରୟ ନକରିବା ଏବଂ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ...
  • ‘ଟ୍ରେଜର ହଣ୍ଟ୍‌’

    ଭୁବନେଶ୍ୱର: ଆଜି କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ପିଲାମାନଙ୍କ ପାଇଁ ‘ଟ୍ରେଜର ହଣ୍ଟ୍‌’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେଇ ସମୁଦାୟ ୮ଟି ପ୍ରକୋଷ୍ଠ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଓ କାଠ ଖୋଦେଇ, ଧାତବ କଳାକୃତି, ପ୍ରାକୃତିକ...
  • ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ

    ଭୁବନେଶ୍ୱର; ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରିପାରିବେ । ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ...
Call Now ButtonCALL TO MR. SAMIR