ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତା ଥିଲେ

ଭୁବନେଶ୍ୱର: ପୂର୍ବତନ ବିଧାୟକ, ଯୁବନେତା, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ସଭାପତି ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ ସ୍ୱର୍ଗତ ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତା ଥିଲେ ।

ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ । କଂଗ୍ରେସ ଦଳ କି ରି ଅଧିକ ସଂଗଠିତ ଓ ଜନପ୍ରିୟ ହୋଇପାରିବ ସେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ ।

ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ରାଉତରାୟ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ୍, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗଦେଇ କହିଲେ ଯେ ଲୁଲୁ ବାବୁ ଜଣେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ସତ୍ୟବାଦୀତା ଓ ନିର୍ଭୀକତା ଯୁବକମାନଙ୍କୁ ଆକୃଷ୍ଟ କରୁଥିଲା ।

ବିଧାୟକ ଭାବରେ ସେ ନିଜ ଅଂଚଳର ବହୁ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ବୈଠକ ପ୍ରାରମ୍ଭରେ ଶ୍ରୀ ହିମାଂଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରତ୍ୟୁଷରେ କୁଆଖାଇ ନଦୀରେ ଲୁଲୁ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶତାଧିକ କଂଗ୍ରେସ କର୍ମୀ ତିଳତର୍ପଣ କରିଥିଲେ ।

ଅପରାହ୍ନରେ ଭୁବେନଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ମୃତି କମିଟି ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଦୀପକ କୁମାର ସାହୁ, ହେମନ୍ତ ପଣ୍ଡା, ଦୀପକ ମହାପାତ୍ର, ଯୁଧିଷ୍ଠିର ଜେନା, ବିରେନ୍ ସେନାପତି, ସରୋଜ ପରିଡା, ଅଂଚଳ ବଟୁ, ଗୌରୀ ପ୍ରସାଦ ନନ୍ଦ, ସନତ ଦାସ, ପ୍ରଫୁଲ ସୁନାନୀ, ବିଶ୍ୱ ଭୂଷଣ ଦାସ, ଜିନେଶ ଦାସ, ଅଜୟ ମହାପାତ୍ର, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ଦିଲ୍ଲିପ ମହାନ୍ତି, ଦେବଦତ ଜେନା, ବିଣାପାଣି ସାମଲ, ମିଟୁ ମହାନ୍ତି, ରଜନୀ ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ତରୁଣକାନ୍ତ ମିଶ୍ର, ଶୁଭଶ୍ରୀ ପଣ୍ଡା, ଘନଶ୍ୟାମ ମହାନ୍ତି, ନରେଶ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, କିରଣ ସାହୁ, ନିରଞ୍ଜନ ନାୟକ, ନିର୍ମଳ ପଣ୍ଡା, କବୀର ଦାସ, ପ୍ରକାଶ ମହାନ୍ତି, ଜାନକୀ ମଲ୍ଲିକ, କୁସୁମ ପ୍ରଧାନ, ସୁବୋଧ ପାଣି, ସାଗର ପରିଡା, ପ୍ରଦୀପ ସ୍ୱାଇଁ, ନାରାୟଣ ଜେନା, ତ୍ରିଲୋଚନ ମହାନ୍ତି, ମନୋଜ ବିଶ୍ୱାଳ, ନିର୍ମଳ ପଣ୍ଡା, କିର୍ତନାନନ୍ଦ ଦାସ, ଚିନ୍ମୟ ପ୍ରଧାନ, ପ୍ରତାପ ଜେନା, କିଷାନ ପଣ୍ଡା, ସଂକୁନା କହଁର, ସଂଜୟ ରାୟ, ଅକ୍ଷୟ କୁମାର ତୁଙ୍ଗସାମନ୍ତ, ଅମିତ୍ ମହାନ୍ତି, ନିକୁଞ୍ଜ ପଶାୟତ, ବିଶ୍ୱଜିତ୍ ଦାସ, ମନୋଜ ଦେହୁରୀ, ମହମ୍ମଦ ଆରିଫଉଦିନ୍ ଖାଁ, ସୁଶାନ୍ତ ତ୍ରିପ।ଠୀ, କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।