ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଫୁଲବାଣି ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ରରେ

ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ଯୋଜନା ବୋର୍ଡର ବୈଠକରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଡ. ଅତ୍ୟୁତ ସାମନ୍ତ, ଜିଲ୍ଲାର ବିଧାୟକମାନେ, ଜିଲ୍ଲାପାଳ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପରେ ପରେ ମନ୍ତ୍ରୀ ଶ୍ରୀ ଆରୁଖ ଫୁଲବାଣି ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ । ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ମାନ ପରଖିବା ସହ ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଲବ୍ଧ ସେବା ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ସହିତ ବସି ଆହାର କେନ୍ଦ୍ରରେ ଭୋଜନ କରିଥିଲେ ।

ଆହାର କେନ୍ଦ୍ରର ସେବା ପ୍ରଦାନ ଏବଂ ପରିଚ୍ଛନ୍ନତାରେ ମନ୍ତ୍ରୀ ଶ୍ରୀ ଆରୁଖ ସନ୍ତୋଷ ପ୍ରକଟ କରିଥିଲେ ।

 ମନ୍ତ୍ରୀ ଶ୍ରୀ ଆରୁଖ ଫୁଲବାଣି ନିକଟସ୍ଥ ମୁଲାଗୁଡ଼ାରି ମେଗା ନର୍ସରୀ ପରିଦର୍ଶନ କରିବା ସହ ଇକୋ-ଟୁରିଜିମ୍‌ ପ୍ରକଳ୍ପ ବୁଲି ଦେଖିଥିଲେ ।

ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରକୃତି ଶିବିରଗୁଡ଼ିକର ସୁଚାରୁ ପରିଚାଳନା ଅନୁଧ୍ୟାନ କରିବା ସହ ମନ୍ତ୍ରୀ ଶ୍ରୀ ଆରୁଖ ଏହି ନେଚର
କ୍ୟାମ୍ପ ପରିଚାଳନା ଦ୍ୱାରା ଏସ୍‌.ଏଚ୍‌.ଜି ମାନେ ବିକଳ୍ପ ଜୀବିକା ପାଉଥିବା ଦେଖି ଖୁସି ପ୍ରକଟ କରିଥିଲେ ।

ଆଗାମୀ ଦିନରେ ଜିଲ୍ଲାରେ ପରିବେଶ ପର୍ଯ୍ୟଟନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ପରିଦର୍ଶନ ସମୟରେ ଡି.ଏଫ୍‌.ଓ, ଫୁଲବାଣି ଉପସ୍ଥିତ ଥିଲେ ।

RELATED BY

  • ପଶ୍ଚିମାଞ୍ଚଳରେ ବିଦ୍ୟୁତ୍ ସେବା ଉନ୍ନତିକରଣ ପାଇଁ ସମୀକ୍ଷା ବୈଠକ

    ଭୁବନେଶ୍ୱର : କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ସେବାରେ ଉନ୍ନତି ଆଣିବା ସକାଶେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ସେ କ୍ଷେତ୍ରୀୟ ଉଚ୍ଚପଦାଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା...
  • Released Rs. 62 Crore from Chief Minister’s Relief Fund

    Information Bhubaneswar :  Odisha Government has released Rs. 62 Crore from Chief Minister’s Relief Fund as incentives to migrant workers who have successfully completed quarantine, in State run Quarantine...
  • ସର୍ବାଧିକ ୧୦୨୭ ଟ୍ରେନ ଚଳାଚଳ କରିଛି ଗୁଜରାଟରୁ

    ଭୁବନେଶ୍ଵର: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟସ୍ଥାନରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ ମେ ପହିଲା, ୨୦୨୦...
  • ଧାନର ସହାୟକ ମୂଲ୍ୟ ୫୩ଟଙ୍କା ବୃଦ୍ଧି ଅତି ଦୁର୍ଭାଗ୍ୟଜନକ

    ଭୁବନେଶ୍ୱର:ସାଧାରଣ ଏବଂ ଏଗ୍ରେଡ଼ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫୩ଟଙ୍କା ବୃଦ୍ଧି କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଧାନସଭାରେ କଂଗ୍ରେସ,...