ଅଙ୍ଗ ପ୍ରଦର୍ଶନ କରି ଟଙ୍କା ରୋଜଗାର କରୁଥିବା ଅନୁଭବ ମହାନ୍ତି ଯୋଗ୍ୟ ନୁହଁନ୍ତି

ସାଂସଦ ପାଇଁ

ଭୁବନେଶ୍ଵର: ଏବେ ରାଜନେତା, ଅଫିସର ଓ କିଛି ସାମ୍ବାଦିକଙ୍କ ଆଚାର ଉଚ୍ଚାରଣ ଏବଂ ବ୍ୟବହାରରେ ଅନେକ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ଏଥି ସହିତ ବିକାଶ, ଉନ୍ନତି ଏବଂ ଜନସାଧାରଣଙ୍କ କଲ୍ୟାଣ ନାମରେ ଲୋକ ଦେଖାଣିଆ ଆତ୍ମପ୍ରଚାର କରୁଛନ୍ତି ।

ନିଜର ଅଙ୍ଗ ଦେଖାଇ ଟଙ୍କା ରୋଜଗାର କରୁଥିବା, ଅଭିନେତାରୁ ନେତା ବନିଥିବା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି OTv ର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଇତି ମଧ୍ୟରେ ଉଚ୍ଚାରଣରେ ଖରାପ ବ୍ୟବହାର ଦେଖାଇଛନ୍ତି ।

କଲମ ଏବଂ କ୍ୟାମେରା ମାଧ୍ୟମରେ ଜନସାଧାରଣଙ୍କୁ ଜ୍ଞାନ ଏବଂ ସୂଚନା ପ୍ରଦାନ କରୁଥିବା ସାମ୍ବାଦିକଙ୍କୁ ଖରାପ ବ୍ୟବହାର  ପ୍ରଦର୍ଶନ କରିଥିବା  ଶୋଭା ପାଉନାହିଁ  ।

ଲୋକପ୍ରତିନିଧି ହେବାପାଇଁ ଶ୍ରୀ ମହାନ୍ତି ଯୋଗ୍ୟ ନୁହଁନ୍ତି ।