ଆଜିର ରାଶିଫଳ

୧୨ ନଭେମ୍ବର ୨୦୧୯

ମଙ୍ଗଳବାର ମକର ରାଶିର ଘାତବାର 
ରାହୁକାଳ- ଦିବା ଘ ୦୨/୧୯ ରୁ ଦିବା ଘ ୦୩/୪୩ ମିନିଟ୍ ମଧ୍ୟରେ

ମେଷରାଶି : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ, କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ, ନିଜ ଲୋକଙ୍କ ଦ୍ୱାରା ଉପକୃତ ହେବେ କୁଶଳହୋଇପାରନ୍ତି ।

ବୃଷ : ଶାରୀରିକ ସମସ୍ୟା ଦେଖା ଦେଇପାରେ, ବୁଦ୍ଧିଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି, ଖର୍ଚ୍ଚ ବୃଦ୍ଧିହେବ, ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ, ନିଜକୁ ଅସହାୟ ମନେ କରିପାରନ୍ତି  ।

ମିଥୁନ : କର୍ମଚଞ୍ଚଳ ରହିବେ, ଶତୃ ବିଜୟ ହେବେ, ଗୃହକର୍ମ ଆନନ୍ଦ ଦାୟକହେବ, ଧନ ମନ ସୁଖ ସମ୍ଭୋଗ ଓ ଧର୍ମ କାର୍ଯ୍ୟକରିବେ, ବିବାଦୀୟ ଘଟଣାରେ ବିଜୟଲାଭ କରିବେ ସହକର୍ମୀମାନଙ୍କର ସହାୟତା ମିଳିପାରେ  ।

କର୍କଟ : କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ସିଦ୍ଧହସ୍ତ ହେବେ,
ତ୍ୟାଗଶୀଳ ଓ ନୀତିଜ୍ଞ ହେବେ, ବିଭିନ୍ନ ସ୍ତରରୁ ସାହାଯ୍ଯ ଓ ସହଯୋଗ ମିଳିବ, ଲୋକଙ୍କଠାରେ ବିଶ୍ବାସଭାଜନ ହୋଇପାରନ୍ତି  ।

ସିଂହ : ମାନସିକସ୍ତରରେ ଅଶାନ୍ତି ଉପୁଜିପାରେ, ନିଜକୁ ଅସହାୟ ମନେ କରିପାରନ୍ତି, ଶାରୀରିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି, ନୂତନବନ୍ଧୁ ମିଳିବେ, ଆସ୍ତିକବାଦ୍ ହୋଇପାରନ୍ତି  ।

କନ୍ୟା : କ୍ଲାନ୍ତିଅନୁଭବ କରିପାରନ୍ତି, ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ଉପକୃତ ହେବେ, ଚଞ୍ଚଳପ୍ରକୃତି ହୋଇପାରନ୍ତି, ଗୁପ୍ତବିଦ୍ୟାରେ ରୁଚି ରହିବ, ଖର୍ଚ୍ଚାନ୍ତ ହେବେ  ।

ତୁଳା : କାର୍ଯ୍ୟ ଦକ୍ଷଣ ଯୋଗୁ ସମ୍ମାନିତ ହେବେ, ମନୋବଳ ଦୃଢ଼ ରହିବ, ମୋକଦ୍ଦମାରେ ବିଜୟ ହେବା ସହିତଧନଲାଭର ସୂଚନା ମିଲୁଛି, ମନପ୍ରସନ୍ନ ରହିବ, ସୁସ୍ଥ ଓ ନିରାମୟ ରହିବେ  ।

ବିଛା : ବାଧାବିଘ୍ନ ଥାଇ ମଧ୍ଯ  ଉନ୍ନତିମାର୍ଗକୁ ଆଗକୁ ବଢିବେ, ଆକସ୍ମିକ ଧନଲାଭର ସୂଚନା ମିଲୁଛି, ବ୍ୟବସାୟ ଠିକ୍ ଚାଲିବ, ମନୋବଳ ଦୃଢ଼ରହିବ, ଅଶାନ୍ତିର ଅବସାଦ ଘଟିବ  ।

ଧନୁ : ଅର୍ଥାଭାବ ଦେଖାଦେଇପାରେ, କ୍ଳାନ୍ତି ଅନୁଭବ କରିପାରନ୍ତି, ଥଣ୍ଡା ଓ କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ, ଶାରୀରିକ ଦୁର୍ବଳତାଅନୁଭବ କରିବେ, ମନରେ ଦୁଃଖ ଆସିପାରେ  ।

ମକର : ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ଵାରା ସମ୍ମାନୀତ ହୋଇ ସୁଖୀହେବେ, ଶରିର ସୁସ୍ଥ ରହିବ, ସେବା ଓ ପୂଜା ପ୍ରତି ଧ୍ୟାନ ଦେଇପାରନ୍ତି, ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସ୍ବାଭିମାନ ହେବେ  ।

କୁମ୍ଭ : ଧନସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ, ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ, ଚିନ୍ତା ଦୁରେଇ ଯିବ, କାର୍ଯ୍ୟରେ ସଫଳତା ଲାଭ କରିବେ, ବିବାଦୀୟ ଘଟଣାରେ ବିଜୟ ହେବେ  ।

ମୀନ : ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ଯ ହୋଇପାରେ, କର୍ମରେ ତତ୍ପରତା ପ୍ରକାଶ ପାଇବ, ଶାରୀରିକ କଷ୍ଟ ଅନୁଭବ କରିବେ, ପରକୁ ଆପଣାର କରିବାରେ ସଫଳ ହେବେ ସାମୟିକ ଭାବେ ଅନ୍ୟମନସ୍କ ହୋଇ ପାରନ୍ତି, ଦାମ୍ପତ୍ୟ ସୁଖ ମିଳିବ  ।

ପଣ୍ଡିତ ମଙ୍ଗରାଜ କର
ଫୋନ ୯୪୩୮୬୪୪୪୭୫

 

Newsroll
EDITOR
OFFICE