୨୩ ନଭେମ୍ବରରେ ଭୁବନେଶ୍ୱର ଠାରେ ପ୍ରତିବାଦ ସଭା

କରିବ କଂଗ୍ରେସ ଦଳ

ଭୁବନେଶ୍ୱର : କଂଗ୍ରେସ ସଂଗଠନକୁ ଜିଲ୍ଲା ସ୍ତରରେ ତରାନ୍ୱିତ ତଥା କ୍ରିୟାଶୀଳ କରିବାପାଇଁ ପିସିସି ତରଫରୁ ନିଯୁକ୍ତ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ହୋଇଯାଇଛି ।

ଏହି ବୈଠକରେ ପର୍ଯ୍ୟବେକ୍ଷକମାନେ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରି କଂଗ୍ରେସ ନେତୃବୃନ୍ଦ ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଭେଟି ସଂଗ୍ରହ କରିଥିବା ମତାମତ ତଥ୍ୟକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପ୍ରଦାନ କରିବା ସହ ଜିଲ୍ଲା ସଂଗଠନ ବିଷୟରେ ବିଷଦ ଆଲୋକପାତ କରିଥିଲେ ।

ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ସେମାନଙ୍କର ଜିଲ୍ଲା ଗସ୍ତ କରିପାରି ନଥିବାରୁ ଉକ୍ତ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କୁ ପିସିସି ସଭାପତି ଚାହିଁଲେ ଅବିଳମ୍ବେ ପରିବର୍ତନ କରି ପ୍ରକ୍ରିୟାକୁ ସମାପ୍ତ କରିବାକୁ ଅନୁଷ୍ଠିତ ବୈଠକରେ ପିସିସି ସଭାପତିଙ୍କୁ ସର୍ବସମ୍ମତିକ୍ରମେ କ୍ଷମତା ପ୍ରାପ୍ତ କରାଯାଇଛି ।

ପୂର୍ବରୁ ସମସ୍ତ କମିଟି ଭଙ୍ଗ କରାଯାଇଥିବାରୁ ଅର୍ଥନୈତିକ ମାନ୍ଦାବସ୍ତା, ଉତ୍କଟ ବେକାରୀ ସମସ୍ୟା, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୁଦ୍ଧି ଓ ସର୍ବୋପରି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜିଲ୍ଲା ସଦର ମହାକୁମା ଠାରେ କଂଗ୍ରେସର ସାଂସଦ ପ୍ରାର୍ଥୀଙ୍କୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନିମନ୍ତେ କ୍ଷମତା ଅଧିକୃତ କରାଯାଇଛି ।

ସେ ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କ ସହ ଆଲୋଚନା ଓ ପରାମର୍ଶ କରି ନଭେମ୍ବର ୨୦, ୨୧ ଓ ୨୨ ରିଖ ମଧ୍ୟରେ ଧାରଣା ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚୀତ କରିଛନ୍ତି ।

ଉକ୍ତ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମକୁ ଅନୁଧ୍ୟାନ ଓ ନିରିକ୍ଷଣ କରି ପିସିସିକୁ ତଥ୍ୟ ପ୍ରଦାନ କରିବାକୁ ସୂଚୀତ କରାଯାଉଛି ।

ଆସନ୍ତା ୨୩ ନଭେମ୍ବର ଶନିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟି ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଅଧିକୃତ ଏଆଇସିସି ପର୍ଯ୍ୟବେକ୍ଷକ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଦିପାଦାସ ମୁଂନ୍ସି ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂ ଯୋଗଦାନ କରିବେ ।

ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, କଂଗ୍ରେସ କର୍ମୀ, ପ୍ରାକ୍ତନ ବିଧାୟକ, ପ୍ରାକ୍ତନ ସାଂସଦ, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପିସିସି ଓ ଏଆଇସିସି ସଦସ୍ୟ, ପ୍ରାକ୍ତନ ରାଜ୍ୟ କଂଗ୍ରେସର ପଦାଧିକାରୀ ଗଣ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତା, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପ୍ରାକ୍ତନ ନଗରପାଳ, ଉପନଗର ପାଳ, କର୍ପୋରେଟର, କାଉନସିଲର, ନଗରପାଳ, ଉପନଗରପାଳ, କଂଗ୍ରେସ ସମର୍ଥତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ସଭ୍ୟ ପ୍ରମୁଖ ବହୁସଂଖ୍ୟାରେ ଯୋଗଦେବାକୁ ପିସିସି ତରଫରୁ ଅନୁରୋଧ କରାଯାଇଛି ।

ଆଜିର କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ସମେତ ସର୍ବଶ୍ରୀ ବିଧାୟକ ତାରାପ୍ରସାଦ ବାହିନୀପତି, ଶ୍ରୀଯୁକ୍ତ ରମେଶ ଜେନା, ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଉଲ୍ଲାକା, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ଜେ. ବାବୁ, ଦେବାଶିଷ ପଟ୍ଟନାୟକ, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରା, ଯୋଗେଶ ଅଗ୍ରୱାଲ, ସମରେନ୍ଦ୍ର ମିଶ୍ର, ବିସ୍ମୟ ମହାପାତ୍ର ପ୍ରମୁଖ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ ।

Newsroll
EDITOR
OFFICE