ରାଜ୍ୟର ୫ଟି ସ୍ଥାନରେ ବାୟୋଡିଜେଲ ପ୍ରସ୍ତୁତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଲୋକସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ସୂଚନା

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:  ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ ଉତରରେ ସୂଚନା ଦେଇଛନ୍ତି ।

ସୂଚନାରୁ ଜଣାପଡିଛି ଯେ ଦେଶରେ ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର କରିବା ପାଇଁ ପ୍ରଥମେ ଦେଶର ୧୦୦ଟି ସ୍ଥାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ପରବର୍ତୀ ପର୍ଯ୍ୟାୟରେ ଏହାକୁ ଦେଶର ୨୦୦ ସ୍ଥାନକୁ ବୃଦ୍ଧି କରାଯାଇଛି ।

ଏଥିପାଇଁ ବାୟୋଡିଜେଲର ମୂଲ୍ୟ କ୍ରମାଗତ ୩ ବର୍ଷ ପାଇଁ ସ୍ଥିର ହୋଇଛି ।

ପ୍ରଥମ ବର୍ଷ ପାଇଁ ଲିଟର ପ୍ରତି ୫୧ ଟଙ୍କା, ଦ୍ୱିତୀୟ ବର୍ଷ ପାଇଁ ୫୨ ଟଙ୍କା ୭ ପଇସା ଓ ତୃତୀୟ ବର୍ଷ ପାଇଁ ଯଥାକ୍ରମେ ୫୪ ଟଙ୍କା ୫ ପଇସା କରିବାକୁ ନିଷ୍ପତି ନିଆଯାଇଛି । ଏହି ମୂଲ୍ୟମାନଙ୍କରେ ଅତିରିକ୍ତ ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗିବ ।

ଓଡିଶାର ୫ଟି ଜାଗା ସମେତ ଉତରପ୍ରଦେଶର, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, କେରଳ, ପଞ୍ଜାବ, ହରିୟାଣା, ଛତିଶଗଡ, ହିମାଚଳ ପ୍ରଦେଶ, ଆସାମ, ଗୋଆ, ଜାମ୍ମୁ କାଶ୍ମୀର ଏବଂ ଉତରାଖଣ୍ଡ ଭଳି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକାଧିକ ଏହିପରି ପ୍ରକଳ୍ପ ସ୍ଥାପନା କରାଯିବ ।

ଏହାବ୍ୟତିତ ଶ୍ରୀ ପ୍ରଧାନ ସଂସଦରେ ଲିଖିତ ଉତରରେ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ) ସୂଚନାନୁସାରେ ଗତ ଅଗଷ୍ଟ ୧୦ ତାରିଖରେ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍(ଇଓଆଇ)କୁ ଉନ୍ମୋଚନ କରାଯାଇଥିଲା ।

ସେହିଦିନ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ କରାଯିବା ସହ ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY