ହଜିଲା ସ୍ମୃତି

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

ବସନ୍ତର ମଳୟ ପବନ
ଉତ୍‍ଫୁଲ୍ଲ କରୁଥିଲା
ହୃଦୟ, ମନ ଓ ପ୍ରାଣ

ତୁମ ଚକ୍ଷୁରେ ସେଦିନ
ଥିଲା ନିବିଡ଼ କାମନାର ଆକର୍ଷଣ
ତୁମ ଅପରୂପା ମୁଖଶ୍ରୀରେ
ଫୁଟି ଉଠୁଥିଲା
ଦୁର୍ବାର ସମ୍ମୋହନ

ତୁମ କୋମଳ ହୃଦୟରେ
ସୃଷ୍ଟି ହେଉଥିଲା
ଅପୂର୍ବ ପ୍ରେମର ଜ୍ୱଳନ
ଭାବୁଥିଲ ବୋଧେ
କରିବାକୁ ଦୃଢ଼ ଆଲିଙ୍ଗନ
ସହିଯାଅ କିନ୍ତୁ ତୁମେ
ଶରୀରର ଉଷ୍ମ ରୋମାଞ୍ଚନ
କହିପାରନା ତୁମେ

ତୁମ ହୃଦୟର ବ୍ୟାକୁଳିତ
ପ୍ରେମ ନିବେଦନ
ହଜିଯାଅ ତୁମେ
କର୍ତ୍ତବ୍ୟ ପଥରେ
ବର୍ଷ ବର୍ଷ ଧରି
ହୋଇପାରେ ନା ଆମର ମିଳନ
ସେଦିନ ପ୍ରତ୍ୟୁଷରେ
ପାଇଥିଲି ତୁମର ଟେଲିଫୋନ୍‍
କହୁଥିଲ ତୁମେ ଅପୂର୍ବ ଉନ୍ମାଦନାରେ
ଚିହ୍ନି ପାରୁଛନ୍ତି କି ମତେ ?

ମୁଁ ତୁମର ସେହି ପ୍ରଥମ ପ୍ରେମିକା
ତୁମ ପ୍ରେମ ବୃନ୍ଦାବନର ସେହି ବିରହିଣୀ ରାଧିକା ।
ଆଜି ଖୋଜିବୁଲେ
ପାଇବାକୁ ତୁମର ସନ୍ଧାନ
ବହୁ କଷ୍ଟେ ପାଇଥିଲି
ତୁମର ଫୋନ୍‍ ନମ୍ବର
ବିତିଗଲାଣି ଅନେକ ବସନ୍ତ
ତଥାପି ଆଜିବି ତୁମେ
ମୋ ହୃଦୟରେ ରହିଛ ଜୀବନ୍ତ
ଆଜିବି ଅପେକ୍ଷାରତ
ପାଇବାକୁ ତୁମର ଦର୍ଶନ
ହୁଅନ୍ତାକି ଆମ କରୁଣ
ନୀରବ ପ୍ରେମର
ପୁର୍ନଃମିଳନ… ?

ରଘୁନାଥ ଭବନ, ପ୍ଲଟ ନମ୍ବର, ୭୦ଏ, ବିଜେବି ନଗର, ଭୁବନେଶ୍ୱର
ମୋ:୯୮୬୧୩୫୧୪୩୬