ଆଜିର ରାଶିଫଳ:ରବିବାର

୧୨ ଜାନୁଆରୀ ୨୦୨୦

ଜୟ ମା ମଙ୍ଗଳା ଜୟ ଶନି ଦେବ !! 

ସୂର୍ଯ୍ୟଉଦୟ – ପ୍ରାଘ ୦୬/୨୫/୧୦
ସୂର୍ଯ୍ୟଅସ୍ତ – ସଂଘ ୦୫/୨୪/୧୫

ଅଦ୍ୟ ମେଷ ରାଶିର ଘାତବାର । ରାହୁକାଳ – ଦିବା ଘ ୦୪/୦୨ ରୁ ସଂଧ୍ଯ ଘ ୦୫/୨୪ ମଧ୍ଯରେ ।
ଆଜି ବାଇଗଣ ଖାଇବା ମନା

ମୃତେ ୧ ପାଦ ପୁଷ୍କର ଦୋଷ।
ଅମୃତବେଳା : ଦିଘ ୧୨/୧୭ ଗତେ ଦିନ ଘ ୦୨/୨୯ ମଧ୍ଯରେ, ଦିଘ ୦୩/୫୬ ଗତେ ୦୪/୪୦ ମଧ୍ୟରେ
ସତର୍କତା – ଦିବା ଘ ୧୧/୫୨ ଗତେ
୩/୫/୭/୯/୧୨/୧୪/୧୬/୧୮
୨୧/୨୩/୨୫/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଭଲମନ୍ଦ ଲାଗି ରହିବ । ଆତ୍ମୀୟ ପରିଜନଙ୍କ ଗହଣରେ ଅପମାନିତ ହୋଇପାରନ୍ତି । ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ:ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ବିଭିନ୍ନ ସୂତ୍ରରୁ ଅର୍ଥାଗମନ ହେବ । ମାନସିକ ସ୍ଥିତି ଦୃଢ ରହିବ । ସାମାଜିକ ସ୍ତରରେ ତତ୍ପରତା ପ୍ରକାଶ ପାଇବ ।

ମିଥୁନ: ମାନସିକ ଅସ୍ଥିରତା ଦେଖାଦେବ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ଆୟବ୍ୟୟର ସ୍ଥିତି ସମାନ ରହିବ । ପାରିବାରିକ ଜୀବନ ଅଶାନ୍ତ ରହିବ ।

କର୍କଟ:କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଅଯଥା ବାର୍ତ୍ତାଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ ସମ୍ପୁର୍ଣ୍ଣତା ମିଳିବ । ପାରିବାରିକ ଜୀବନରେ ସୁଖୀ ହେବେ ।

ସିଂହ:କର୍ମକ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ସାମାଜିକ ସ୍ତରରେ ଯଶଖ୍ୟାତି ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ପାରିବାରିକ ଜୀବନରେ ଆଜି ଶାନ୍ତି ମିଳିବ ନାହିଁ ।

କନ୍ୟା: ଆର୍ଥିକ ଅଭାବରେ ପଡି ଚାପଗ୍ରସ୍ଥ ହୋଇପାରନ୍ତି । ପଡ଼ୋଶୀଙ୍କ ସହିତ ସମ୍ପର୍କ ଭଲ ହେବ । ହଠାତ କାହାକୁବିଶ୍ୱାସ କରନ୍ତୁ ନାହିଁ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ତୁଳା:କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳ ହେବେ । ପୁଞ୍ଜି ବିନିଯୋଗ କରିବା ପାଇଁ ଦିନଟି ଶୁଭପ୍ରଦ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ ।ପାରିବାରିକ ଜୀବନରେ ସନ୍ତୋଷଲାଭ କରିବେ ।

ବିଛା: ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତିହେବେ । ଦେବ ଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହୁଛି ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ:ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ କିନ୍ତୁ ଶରୀରରେ କୌଣସି ଅଙ୍ଗରେ ଆଘାତ ହୋଇପାରେ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ମକର: ମାନସିକ ଅସ୍ଥିରତା ଦେଖାଦେବ। ବନ୍ଧୁବର୍ଗମାନେ ଅସହଯୋଗ କରିବେ । ଆୟ ଅପେକ୍ଷା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା କାରଣରୁ ବିବ୍ରତ ହୋଇ ପଡିବେ ।

କୁମ୍ଭ:ଅର୍ଥଚିନ୍ତା ମନକୁ ଭାରାକ୍ରାନ୍ତ କରିବ । କର୍ମକ୍ଷେତ୍ର ରେ ସମାଲୋଚନାର ଶିକାର ହେବେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନ ସମସ୍ୟାବହୁଳ ରହିବ ।

ମୀନ :ଅଯଥା କାର୍ଯ୍ୟ ସଂପୃକ୍ତ ହୋଇ ବ୍ୟସ୍ତ ବିବ୍ରତ ହୋଇ ପଡିବେ । କର୍ମକ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖିନ ହୋଇ ପାରନ୍ତି । ସନ୍ତାନ ବର୍ଗଙ୍କୁ ନେଇ ଚିନ୍ତିତ ରହିବେ । ଗୃହସ୍ଥ ଜୀବନରେ ଶାନ୍ତି ପାଇବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ:୯୪୩୮୬୪୪୪୭୫