ଆଜିର ରାଶିଫଳ:ବୁଧବାର

୧୫ ଜାନୁଆରୀ ୨୦୨୦

ଜୟ ମା ମଙ୍ଗଳା ଜୟ ଶନି ଦେବ

ସୂର୍ଯ୍ୟଉଦୟ- ପ୍ରାଘ୦୬/୨୫/୨୮ ସୂର୍ଯ୍ୟଅସ୍ତ – ସଂଘ ୦୫/୨୬/୧୩

ଅଦ୍ୟ କର୍କଟରାଶିର ଘାତବାର । ରାହୁକାଳ – ଦିବା ଘ ୧୧/୫୬ ରୁ ଦିବା ଘ ୦୧/୧୮ ମଧ୍ଯରେ ।
ପିତାଦ୍ରବ୍ୟ ଖାଇବା ମନା ।
ଅମୃତବେଳା : ଦିଘ ୦୭/୫୪ ଗତେ ଦି ଘ ୦୯/୨୨ ମଧ୍ଯରେ ସଂଧ୍ଯ ଘ ୦୬/୧୮ ଗତେ ରାତ୍ର ଘ ୦୮/୫୪ ମଧ୍ୟରେ।
ସତର୍କତା – ରାତିଘ ୦୪/୧୦ ଗତେ
୨/୪/୭/୯/୧୧/୧୩/୧୬/୧୮/
୨୦/୨୨/୨୫/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭ ପ୍ରଦ ।

ମେଷ: କାର୍ଯ୍ୟରେ ଅଗ୍ରଗତି ଘଟିବ । ପ୍ରତିହିଂସା ପରାୟଣ ହୋଇପାରନ୍ତି । ବଦଖର୍ଚ୍ଚୀ ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ବଳବାନ ଓ ଶତ୍ରୁହନ୍ତା ହେବେ ।

ବୃଷ: ହାତଛଡ଼ା ହୋଇଥିବା କାର୍ଯ୍ୟଟି ପୁଣି ହାତକୁ ଆସିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନପ୍ରାପ୍ତି ହେବାର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ତେଜସ୍ୱୀ ହେବେ ।

ମିଥୁନ: ଘରୋଇ କାର୍ଯ୍ୟରେ ମନୋନିବେଶ କରିବେ । କଳହଠାରୁ ଦୂରେଇ ରହିବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । କୃଷି ଉପରେ ଗୁରୁତ୍ୱ ଦେବେ ।

କର୍କଟ: ମାନସିକ ସ୍ତରରେ ଦୃଢ଼ତା ପ୍ରତିପାଦନ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇବେ ।

ସିଂହ: ମନୋବଳ ଦୃଢ଼ ହେବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିବେ । ମଧୁରଭାଷୀ, ସହନଶୀଳ ଓ ଶାନ୍ତି ପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ଧନ ଆଗମନ ସୂଚନା ମିଳୁଛି ।

କନ୍ୟା: ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ଜିଣିବେ । ଧନଲାଭର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି ।

ତୁଳା: କାର୍ଯ୍ୟରେ ସଫଳତା ମିଳିବା କଷ୍ଟପ୍ରଦ ହେବ । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ରାଜଯୋଗ ସୂଚନା ମିଳୁଛି । ଖର୍ଚ୍ଚାନ୍ତ ହେବେ । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ଧାର୍ମିକ ହେବେ ।

ବିଛା: କାର୍ଯ୍ୟକ୍ଷେତ୍ରରେ ପୁରଣା ପଦ୍ଧତିକୁ ଛାଡ଼ି ନୂତନ ଧରଣର ପଦକ୍ଷେପ ନେଇ ପାରନ୍ତି । ଆୟ ଆଶାନୁରୂପକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକ ପ୍ରିୟତା ଅର୍ଜନ କରିବେ । ସରକାରୀ ଅର୍ଥ ମିଳିବ ।

ଧନୁ: କାର୍ଯ୍ୟ ନିୟନ୍ତ୍ରଣାଧୀନ ହେବ । ବହୁ ଶୁଭଫଳ ଆଶା କରାଯାଏ । କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଯୁକ୍ତ ହେବ ।

ମକର: ହୃଦୟରେ ଭକ୍ତିଭାବ ଜାଗ୍ରତ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିବ ।

କୁମ୍ଭ: ନୂଆ କର୍ମ ପାଇଁ ଆନନ୍ଦ ପାଇବେ । ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଧର୍ମାସକ୍ତ ହେବେ । ବୁଦ୍ଧିମାନ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖ ଭୋଗ କରିବାର ସୂଚନା ମିଳୁଛି ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଭଲମନ୍ଦ ଲାଗିରହିବ । କୌଣସି ଏକ କଥା ଶୁଣି ମନ ଦୁଃଖ ପ୍ରକାଶ କରି ପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ବନ୍ଧୁ ମିଳନରେ ସୁଖ ଅନୁଭବ କରିପାରନ୍ତି ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ :୯୪୩୮୬୪୪୪୭୫