17/02/2020
Share this:
ଭୁବନେଶ୍ୱର: ଯୁବ ଆଇନଜିବୀ ସୂର୍ଯ୍ୟ ନାରାୟଣ ପଣ୍ଡା ସାଇକେଲିଂରେ ବଡ଼ ସଫଳତା ହାସଲ କରିଛନ୍ତି । ଶ୍ରୀ ପଣ୍ଡାଙ୍କୁ ଫ୍ରାନ୍ସର “ଅଡାକ୍ସ କ୍ଲବ୍ ପରିସିଆନ’ପକ୍ଷରୁ ସିନିୟର ସୁପର ରାନ୍ଡୋନର ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ସେ ଗୋଟିଏ ସିଜନରେ ସାଇକେଲିଂରେ ୨୦୦କମି,୩୦୦କିମି,୪୦୦କିମି ଓ ୬୦୦କିମି ଦୂରତା ଅତିକ୍ରମ କରିଥିଲେ । ୨୦୦କିମି ଦୂରତା ପାଇଁ ୧୩ଘଣ୍ଟା,୩୦୦କିମି ଦୂରତା ପାଇଁ ୨୦ଘଣ୍ଟା,୪୦୦କିମି ପାଇଁ ୨୭ଘଣ୍ଟା ଓ ୬୦୦କିମି ୪୦ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଥିଲା । ଶ୍ରୀ ପଣ୍ଡା ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ରେସ୍ ଶେଷ କରିଥିଲେ । ଏଥି ପାଇଁ ଶ୍ରୀ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ସହିତ ପ୍ରଶଂସା କରାଯାଇଛି ।