ବିଶ୍ୱର ୧୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

କ୍ରୀଡ଼ା କ୍ଷେତ୍ରରେ

Share this:

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ ଜିମ୍ନାଷ୍ଟିକ୍ କ୍ରୀଡ଼ାବିତ ସିମୋନ ବାଇଲ୍‌ସଙ୍କ
ନାମ ସହିତ ନୀତାଙ୍କ ନାମ ରହିଛି । କ୍ରୀଡ଼ା ବ୍ୟବସାୟ ନେଟୱର୍କ “ଆଇସ୍ପୋର୍ଟସକନେକ୍ଟ’ ପକ୍ଷରୁ ଏହାର “କ୍ରୀଡ଼ାରେ ସବୁଠାରୁ ପ୍ରଭାବଶାଳୀ ମହିଳା’ର ୨୦୨୦ ତାଲିକାକୁ ପ୍ରକାଶ କରାଯାଇଛି ଓ କୁହାଯାଇଛି ଯେ ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ ଶ୍ରେଷ୍ଠ ୧୦ ଜଣ ମହିଳାଙ୍କ ତାଲିକା ପ୍ରକାଶ କରିବାକୁ ନିଷ୍ପତି ହୋଇଥିଲା । କ୍ରୀଡ଼ା କ୍ଷେତ୍ରର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ଗଠନ କରାଯାଇଥିବା କମିଟିରେ ଟେଲ୍‌ଷ୍ଟ୍ରାର ଗ୍ଲୋବାଲ ସେଲସ୍ ହେଡ୍ ଆନ୍ନା ଲକ୍‌ଉଡ୍‌, ୱାଇ ସ୍ପୋର୍ଟସ୍‌ର ମ୍ୟାନେଜିଂ ପାର୍ଟନର୍ ତଥା ଓମେନ ଇନ ସ୍ପୋର୍ଟସ୍‌ର ପୂର୍ବତନ ଅଧ୍ୟକ୍ଷା ସେଲି ହାଙ୍କକ୍‌, ଆଇସିସି ପାଇଁ ଗଣମାଧ୍ୟମ ସତ୍ୱଧିକାରର ପୂର୍ବତନ ମୁଖ୍ୟ ଆରତି ଦେବାସ ଓ ଆଇସ୍ପୋର୍ଟସକନେକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀ ବର୍ମା ସଦସ୍ୟା ରହିଥିଲେ । ଆଇସ୍ପୋର୍ଟସ୍‌କନେକ୍ଟ ପକ୍ଷରୁ ନୀତା ଅମ୍ବାନିଙ୍କ ସଂକ୍ରାନ୍ତରେ କୁହାଯାଇଛି ଯେ, ନୀତାଙ୍କ ନେତୃତ୍ୱରେ ମୁ୍‌ମ୍ବାଇ ଇଣ୍ଡିଆନ ଦଳ ଆଇପିଏଲ ଇତିହାସରେ ସବୁଠୁ ସଫଳ ହୋଇପାରିଛି ଏବଂ ସେ ଦେଶର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ସହିତ ଜଡ଼ିତ ରହିଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ମହିଳାମାନେ ହେଉଛନ୍ତି ଜିମ୍ନାଷ୍ଟିକ୍ ଖେଳାଳୀ ସିମୋନ୍ ବାଇଲ୍‌ସ, ଫୁଟବଲ୍‌ ଖେଳାଳୀ ମେଗାନ ରାପିନୋ, ଟେନିସ ତାରକା ସେରେନା ୱିଲିୟମସ ଓ ନାଓମି ଓସାକା, ଫର୍ମୁଲା ୧ର ବିଣନ ଓ ଯୋଗାଯୋଗ ନିର୍ଦେଶିକା ଏଲି ନୋରମାନ୍‌, ଡବ୍ଲୁଏନବିଏର କମିସନର କ୍ୟାଥି ଏଞ୍ଜେଲବର୍ଟ, ଫିଫାର ସେକ୍ରେଟାରି ଜେନେରାଲ ଫାତମା ସାମୋଉରା, ସ୍ପେସିଆଲ ଅଲିମ୍ପିକ୍ସର ସିଇଓ ମେରି ଡେଭିସ ଓ ଓମେନ୍‌ସ କ୍ରିକେଟ ଇସିବିର ପରିଚାଳନା ନିର୍ଦେଶିକା କ୍ଲେୟାର କନୋର୍ । ନୀତା ଅମ୍ବାନି ୨୦୧୪ ଜୁନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡରେ ସାମିଲ ହୋଇଥିଲେ । ତାଙ୍କ ମାଲିକାନାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚାରି ଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଟାଇଟଲ ଜିତିଛି । ଆଇସ୍ପୋର୍ଟସକନେକ୍ଟ ତରଫରୁ କୁହାଯାଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୟନ କରାଯାଇଥିବା କ୍ରୀଡ଼ା କ୍ଷେତ୍ରର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜା ଓ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ନାମ ଥିଲା ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE