ମିଳନ ଦୁଇଟି ଆତ୍ମାର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ଆତ୍ମାର ମୃତ୍ୟୁ ହୁଏ ନାହିଁ । ଆମ ଶରୀରରେ ଥିବା ଆତ୍ମା ଶରୀର ମୃତ୍ୟୁପରେ ଘଟ ପରିବର୍ତ୍ତନ କରିଥାଏ ଅଥବା ଅନ୍ୟ ଶରୀରରେ ପ୍ରବେଶ କରି ଜନ୍ମଲାଭ କରିଥାଏ । ଆମେ ଆତ୍ମାକୁ ଦେଖିପାରୁନାହୁଁ, ଯେପରି ଆମେ ପବନକୁ ଦେଖିପାରୁନାହୁଁ  କିନ୍ତୁ ପବନର ସ୍ପର୍ଶ ଅନୁଭବ କରୁ । ସୁଖ, ଦୁଃଖ, ରୋଗ, ଶୋକ ଓ ଆନନ୍ଦର ଅନୁଭବ ଆମେ ଆମ ଶରୀରେ ଥିବା ଆତ୍ମା ଦ୍ୱାରା ଜାଣିପାରୁ । ଆତ୍ମା ଶସ୍ତ୍ର ଦ୍ୱାରା ନଷ୍ଟ ହୁଏ ନାହିଁ କିମ୍ବା ଅଗ୍ନି ଦ୍ୱାରା ପୋଡ଼ିଯାଏ ନାହିଁ । ଭଗବାନଙ୍କ ଏ ସୃଷ୍ଟିରେ କାହା ସହିତ କାହା ଆତ୍ମାର ସଂପର୍କ କିପରି ସ୍ଥାପନ ହୁଏ ଏବଂ ଏହା କିପରି ବର୍ଷ ବର୍ଷ ଧରି ବିଚ୍ଛିନ୍ନତା ପରେ ମଧ୍ୟ ପୁନଃସମ୍ପର୍କ ପ୍ରତିଷ୍ଠିତ ହୁଏ ଏହା ଆଶ୍ଚର୍ଯ୍ୟ ଓ ସତ୍ୟ ରୂପେ ପ୍ରମାଣିତ ହେବାର ବହୁ ଘଟଣା ଘଟିଅଛି । ସେଦିନ ଶୀତଦିନର ସନ୍ଧ୍ୟା ଆଗତପ୍ରାୟ । ଏକ ପ୍ରଦର୍ଶନୀ ମଧ୍ୟରେ ସୁନିଲ୍‍ ବିଭିନ୍ନ ଷ୍ଟଲ୍‍ ବୁଲି ଦେଖୁଥାନ୍ତି । ହଠାତ୍‍ ଜଣେ ମହିଳା ତାଙ୍କୁ ପଛରୁ “ଟିକେ ଶୁଣିବେ’ ବୋଲି କହିବାରୁ ସୁନିଲ୍‍ ସେହି ମହିଳାଙ୍କୁ ଦେଖି ଚିହ୍ନା ଚିହ୍ନା ଲାଗୁଥିଲେ ମଧ୍ୟ ସ୍ପଷ୍ଟ ଭାବରେ ମନେ ପକାଇ ପାରୁ ନଥିଲେ । ସେହି ମହିଳାଜଣଙ୍କ କହିଥିଲେ, “ମତେ କ’ଣ ଚିହ୍ନି ପାରୁନାହାନ୍ତି? ମୁଁ ହେଉଛି ଆପଣଙ୍କର ସେହି ପ୍ରଭାତୀ” । ବିସ୍ମୟରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ସୁନିଲ୍‍ । କହିଥିଲେ, “ତୁମେ କ’ଣ ସେଦିନର ସେହି ତରୁଣୀ ପ୍ରଭାତୀ, ତୁମର ଅନେକ ପରିବର୍ତ୍ତନ ହୋଇଯାଇଛି, ଏତେ ବର୍ଷ ବ୍ୟବଧାନ ପରେ ତୁମେ ମତେ କିପରି ଚିହ୍ନି ପାରିଲ…?” ପ୍ରଭାତୀ କହିଥିଲା, ମୁଁ ଆପଣଙ୍କୁ ହରାଇ ବସିଥିଲି, ଆପଣଙ୍କ ସହ ମୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, ଘରେ ମୋର ବିବାହ ହଠାତ୍‍ କରିଦେଲେ । ମୁଁ ବିବାହ କରିଥିଲେ ମଧ୍ୟ ଆପଣଙ୍କୁ ମନେ ମନେ ବହୁତ ଖୋଜିଛି । ଆପଣଙ୍କୁ ମୁଁ ଭଲ ପାଇ ବସିଥିଲି; କିନ୍ତୁ କହିପାରି ନଥିଲି । ଆପଣ ମଧ୍ୟ ମତେ ଆପଣଙ୍କ ଭଲ ପାଇବା କଥା କହିପାରିନଥିଲେ । ଆମର ଭଲ ପାଇବା ସଂପର୍କ ନିବିଡ଼ ହେବା ଆଗରୁ ଆପଣ ମୋ ଜୀବନ ବଳୟରୁ ହଜିଗଲେ.. । ଆପଣ ସେହିପରି ଅଛନ୍ତି, ଅବଶ୍ୟ ବୟସର ଛାପ ଆପଣଙ୍କ ଶରୀରେ ପରିସ୍ପୁଟ ହେଉଥିଲେ ମଧ୍ୟ ଆପଣ ସେହିପରି ସରଳ ଅଛନ୍ତି ଓ ଚାକଚକ୍ୟମୟ ସଭ୍ୟତାକୁ ଆଦରି ନେଇନାହାନ୍ତି? ପ୍ରଭାତୀର ଏପରି ହୃଦୟର ଭାଷାର ସ୍ୱୀକୃତି ଶୁଣି ସୁନିଲ୍‍ ସ୍ତବ୍ଧ ହୋଇଯାଇଥିଲେ । ପ୍ରଭାତୀ କହୁଥିଲା, ଏଠାରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ପଡ଼ିଥିବାରୁ ଏକ ପାଟ କିଣିବାକୁ ଆସିଥିଲି । ଯାହାହେଉ ଭଗବାନଙ୍କର ଆଶୀର୍ବାଦରୁ ଆପଣଙ୍କ ସହ ସାକ୍ଷାତ ହୋଇଗଲା । ସନ୍ଧ୍ୟା ହୋଇଆସିଲାଣି, ଚାଲନ୍ତୁ ଯିବା, ମୁଁ ଏହି ସହରଠାରୁ ୪/୫ କିମି ଦୂରରେ ରହୁଛି କହି ତାର ଠିକଣା ଜଣାଇଥିଲା ଏବଂ ସୁନିଲଙ୍କର ଫୋନ୍‍ ନମ୍ବର ମାଗିନେଇଥିଲା । ଉଭୟେ ବାହାରେ ପିଆଜି ଓ ଲଙ୍କା ଚପ୍‍ ଖାଇଥିଲେ । ସୁନିଲ୍‍ ତାଙ୍କ ବାଇକରେ ପ୍ରଭାତୀକୁ ବସାଇ ତାର ବସ୍‍ଷ୍ଟପ୍‍ ପାଖକୁ ନେଉଥିଲେ । ପ୍ରଭାତୀ କହିଥିଲା, ଆପଣ ଆଗରୁ ମତେ ସାଇକେଲ୍‍ ପଛରେ ବସାଇ ନେଇ କଲେଜରେ ଛାଡୁଥିଲେ ଏବଂ ଆଜି ଆପଣଙ୍କ ବାଇକ୍‍ ପଛରେ ବସିଯିବାର ଆନନ୍ଦ ଅନୁଭବ କରୁଛି, ମୋର ମନୋସ୍କାମନା ସାର୍ଥକ ହୋଇଗଲା । ପ୍ରଭାତୀକୁ ତାର ବସଷ୍ଟପ୍‍ ପାଖରେ ପହଞ୍ଚାଇ ସୁନିଲ୍‍ କହିଥିଲେ, ବହୁତ ବିଳମ୍ବ ହେଲାଣି, ମତେ ଘରକୁ ଯିବାକୁ ହେବ । ପ୍ରଭାତୀ କହିଥିଲା, “ଆସନ୍ତା ରବିବାର ଦିନ ଆପଣ ଆମ ଘରକୁ ନିଶ୍ଚୟ ଆସିବେ, ଆସିବେ ନା?” ସୁନିଲ୍‍ କହିଥିଲେ, ହଁ ମୁଁ ନିଶ୍ଚୟ ତୁମ ଘରକୁ ରବିବାର ଦିନ ଯାଇ ପହଞ୍ଚିବି । ପ୍ରଭାତୀର ଏପରି ଆତ୍ମୀୟତାର ବନ୍ଧନରେ ସୁନିଲ୍‍ ଯେପରି ଏକ ନୂତନ ସଂପର୍କର ନିବିଡ଼ତା ଅନୁଭବ କରୁଥିଲେ । ତା’ ପରଦିନ ସକାଳୁ ପ୍ରଭାତୀ ସୁନିଲଙ୍କ ମୋବାଇଲ୍‍କୁ ଜଗନ୍ନାଥଙ୍କର ଫଟୋ ସହ ଗୁଡମର୍ଣ୍ଣିଂ ମେସେଜ୍‍ ପଠାଇ ତାଙ୍କୁ ଫୋନ କରିଥିଲା, କହୁଥିଲା, “ଆପଣ ଆସନ୍ତା ରବିବାର ଦିନ ଆମ ଘରକୁ ନିଶ୍ଚୟ ଆସିବେ, ଏକାଠି ଖାଇବା, ମତେ ନିରାଶ କରିବେ ନାହିଁ । ଆପଣଙ୍କୁ ମୁଁ ବହୁତ କଥା କହିବାର ଅଛି । ଆପଣଙ୍କୁ ମୁଁ ହଜିଲା ପଥରୁ ଫେରି ପାଇଛି, ଆଉ ଏଣିକି ମୁଁ ଆପଣଙ୍କୁ ହରାଇ ପାରିବି ନାହିଁ । ଆପଣ ହେଉଛନ୍ତି ମୋର ଜନ୍ମ ଜନ୍ମର ସାଥି । ପୂର୍ବ ଜନ୍ମରେ ବୋଧେ ଆମର ଆତ୍ମାର ନିବିଡ଼ ସଂପର୍କ ଥିଲା । ଯାହା ଏ ଜନ୍ମରେ ଘଟିବାକୁ ଯାଉଛି । ମୁଁ ବିବାହ କରିଛି ସତ; କିନ୍ତୁ ହୃଦୟର ସ୍ନେହାନୁଭୂତି ସ୍ୱାମୀଙ୍କଠାରୁ ପାଇନାହିଁ । ଗତାନୁଗତିକ ସମୟ ଅତିବାହତି କରୁଛି । ଖାଇବା, ପିଇବା ଓ ଶୋଇବା ପ୍ରଭୃତି ଚଳମାନ ସାଂସାରିକ ଜୀବନରେ ଆପଣଙ୍କ ସହ ସଂପର୍କର ଅଭାବ ହୃଦୟରେ ଅନୁଭବ କରୁଛି । ମୁଁ ଆପଣଙ୍କ ପ୍ରେମର ସ୍ୱାଦରେ ଆତ୍ମହରା ହେବାକୁ ଚାହେଁ ଏବଂ ମୋର ଏହି କାମନାକୁ ଆପଣ କ’ଣ ପୂରଣ କରିବେନି? ଆମର ପୂର୍ବରୁ ଭଲ ପାଇବାର ଆକର୍ଷଣ ଥିଲା, ଏବେ ସେହି ଆକର୍ଷଣ ପ୍ରେମରେ ପରିଣତ ହୋଇଯାଇଛି । ସେହି ଅପୂର୍ଣ୍ଣ ଅଭିଳାଷ ମୁଁ ଆପଣଙ୍କଠାରୁ ପାଇବାକୁ ଚାହେଁ, ଏଥିରେ ଆଉ କାହାର ପ୍ରତିବନ୍ଧକ ରହିବ ନାହିଁ । ପ୍ରଭାତୀର ଏପରି ଗୋପନ ପ୍ରେମର ସ୍ୱୀକାରୋକ୍ତିରେ ସୁନିଲ୍‍ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ି କହିଥିଲେ, ପ୍ରଭାତୀ, ଆମ ଜୀବନରେ ଏକ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି । ଆମର ପୂର୍ବ ସଂପର୍କର ପରିସମାପ୍ତି ଘଟିନାହିଁ । ଏକ ଅଦିନିଆ ଝଡ଼ ଆମକୁ ଆମର ସଂପର୍କରୁ ବିଚ୍ଛିନ୍ନ କରିଦେଇଥିଲା, ଆମେ ପରସ୍ପରଠାରୁ ବହୁ ଦୂରକୁ ଚାଲିଯାଇଥିଲେ । କିନ୍ତୁ ଆମର ଆତ୍ମା ଆମକୁ ଏକାଠି କରିଦେଇଛି । ମୁଁ ତୁମକୁ ପୁରା ଭୁଲିଯାଇଥିଲି । ତୁମ ସହ ଏପରି ଅଚାନକ ଦେଖାହେବାର କଳ୍ପନା କରିପାରିନଥିଲି? କିନ୍ତୁ ତୁମେ ମୋ ମନର ଏହି ଗୋପନ ପ୍ରେମକୁ ଜାଗ୍ରତ କରିଦେଇଛି, ମୋ ହୃଦୟରେ ଏକ ନୂତନ ପ୍ରେମର ସ୍ୱାଦ ପାଇବା ପାଇଁ ଉତ୍କଣ୍ଠା ସୃଷ୍ଟି କରୁଛି, ଏତେ ବର୍ଷ ବ୍ୟବଧାନ ପରେ ଆଜି ବି ତୁମେ ମୋର ପ୍ରେମ ପାଇଁ ପ୍ରତୀକ୍ଷାରତ ରହିଛ । ଏହା ସୃଷ୍ଟିର ଏକ ବିଡ଼ମ୍ବନା… । ତୁମ ହୃଦୟରେ ମୋ ପ୍ରତି ଏତେ ସ୍ନେହ, କରୁଣା ଗୋପନରେ ଗଚ୍ଛିତ ରହିଛି, ମୋର ପ୍ରେମପ୍ରାପ୍ତି ପାଇଁ ଏବଂ ମତେ ତୁମ ପ୍ରେମର ତୃପ୍ତି ସମର୍ପଣ କରିବା ପାଇଁ, ତୁମର ଯେଉଁ କାମନା ରହିଛି, ଭଗବାନଙ୍କର ଆଶୀର୍ବାଦ ଦ୍ୱାରା ଏହା କବେଳ ସମ୍ଭବ ହୋଇପାରିବ? ଆମ ଦୁହିଁଙ୍କର ଆତ୍ମାର ଅଭିଳାଷ ନିଶ୍ଚୟ ପୂରଣ ହେବ ବୋଲି ମୁଁ ଆଶା କରୁଛି? ମୁଁ ଆସନ୍ତା ରବିବାର ଦିନ ତୁମ ଅନୁରୋଧ ରକ୍ଷା କରି ତୁମ ଘରେ ନିଶ୍ଚୟ ପହଞ୍ଚିବି ।” ପ୍ରଭାତୀ କହିଥିଲା, “ଆସନ୍ତୁ, ମୁଁ ଆପଣଙ୍କ ଆଗମନକୁ ଅପେକ୍ଷା କରି ରହୁଛି’ କହି ଫୋନ କାଟି ଦେଇଥିଲା । ରବିବାର ଦିନ ସକାଳେ ପ୍ରଭାତୀ ଫୋନ୍‍ କରି ପଚାରିଥିଲା, “ଆପଣ ଆଜି ଆସୁଛନ୍ତି ତ? ମୁଁ ରୋଷେଇ କରି ଅପେକ୍ଷା କରିଥିବି, ଶୀଘ୍ର ଚାଲିଆସିବେ, ବହତୁ କଥା ହେବା ।” ସୁନିଲ୍‍ କହିଥିଲେ, ମୋର କେତେକ କାମ ଅଛି, କାମ ସାରି ମୁଁ ନିଶ୍ଚୟ ତୁମ ଘରଠାରେ ପହଞ୍ଚିବି । ମଧ୍ୟାହ୍ନ ହୋଇଯାଇଥିଲା, ସୁନିଲ୍‍ ବାଇକରେ ଯାଇ ପ୍ରଭାତୀର ପ୍ରଦତ୍ତ ଠିକଣାରେ ତାର ଘର ପାଖରେ ପହଞ୍ଚି ପ୍ରଭାତୀକୁ ଫୋନ୍‍ କରିଥିଲେ, ପ୍ରଭାତୀ କହିଥିଲା, “ଅପେକ୍ଷା କରନ୍ତୁ, ମୁଁ ତଳକୁ ଲିପ୍ଟରେ ଯାଇ ପହଞ୍ଚୁଛି । ପ୍ରଭାତୀ ଆସି ସେ ରହୁଥିବା ଆପାର୍ଟମେଣ୍ଟର ଲିଫ୍ଟରେ ତାଙ୍କୁ ତୃତୀୟ ମହଲାକୁ ନେଇଯାଇଥିଲା । ସୁନିଲ୍‍ ଲିଫ୍ଟରେ ନିରୋଳାରେ ପ୍ରଭାତୀର ଉପସ୍ଥିତିରେ ଏକ ନୂତନ ରୋମାଞ୍ଚ ଅନୁଭବ କରୁଥିଲେ ମଧ୍ୟ କିଛି କହିପାରିନଥିଲେ । ପ୍ରଭାତୀ ତାଙ୍କୁ ନେଇ ତା’ଘରର ଡ୍ରଇଂ ରୁମରେ ବସାଇଥିଲା । ଘରେ ଆଉ କେହି ନଥିଲେ । ପ୍ରଭାତୀ ଟିଭିର ସୁଇଚ୍‍ ଅନ୍‍ କରି କହିଥିଲା, “ଟିଭି ଦେଖୁଥାନ୍ତୁ, ମୁଁ ଖାଇବା ପାଇଁ ବଢ଼ାବଢ଼ି କରୁଛି, ଆପଣଙ୍କୁ ଭୋକ ଲାଗିବଣି?” ଟିଭିରେ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାରେ ସୁନିଲ୍‍ ମଗ୍ନ ଥିଲେ । ହଠାତ୍‍ ପ୍ରଭାତୀ ଇତଃସ୍ତତଃ ହୋଇ ଆସି ତାଙ୍କ ପାଖରେ ବସି ପଡ଼ିଥିଲା ଏବଂ ଏକ ଲାଜକୁଳୀ ଲତା ଝାଉଁଳି ପଡ଼ିବା ପରି ତାଙ୍କ କୋଳରେ ଢ଼ଳିପଡ଼ିଥିଲା । ସୁନିଲ୍‍ ଉତ୍ତେଜିତ ହୋଇପଡୁଥିଲେ । କାହା ମୁହଁରେ ଭାଷା ନଥିଲା । ସୁନିଲ୍‍ ପ୍ରଭାତୀର ଏପରି ଆତ୍ମସମର୍ପଣରେ ଉତ୍ତେଜିତ ହୋଇ ତାର ନୀରବ ପ୍ରେମର କାମନା ଅନୁଭବ କରି ତା ଦେହରେ ଧିରେ ଧିରେ ହସ୍ତ ସଞ୍ଚାଳନା କରି ତାକୁ ତାଙ୍କ ଅନ୍ତରର ପ୍ରେମର ଅନୁଭୂତି ପ୍ରଦାନ କରୁଥିଲେ… । ପୋଷା ବିଲେଇ ପରି ପ୍ରଭାତୀ ତାଙ୍କ କୋଳରେ ଶୋଇ ରହି ଯେପରି ତାର ଦୀର୍ଘ ବର୍ଷର ପ୍ରେମର ଶାନ୍ତି ଅନୁଭବ କରୁଥିଲା.. । ଦୁଇଟି ଆତ୍ମାର ମିଳନରେ ଯେପରି ସ୍ପର୍ଶସୁଖର ତୃପ୍ତି ଉଭୟେ ଅନୁଭବ କରିବାରେ ଲିପ୍ତ ହୋଇପଡ଼ିଥିଲେ.. ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ
ଭୁବନେଶ୍ୱର,ମୋ:୯୮୬୧୩୫୧୪୩୬

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ସମ୍ପର୍କ ଏକ ଅତୀତର

    Share this:ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର...
  • ସ୍ମୃତି-ଏକ ବିଚ୍ଛେଦର

    Share this:ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା...
  • ଅନୁଭୂତି – ଏକ ନୂତନ ସ୍ୱାଦର

    Share this:କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା...
  • ଦ୍ୱିତୀୟ ସୋପାନ

    Share this:ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର...
EDITOR
OFFICE