ଦ୍ୱିତୀୟ ସୋପାନ

ଶ୍ରୀକୃଷ୍ଣଚନ୍ଦ୍ର ଦାଶ

Share this:

ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ ଆସିଥିଲେ । ସୁପ୍ରିୟା ସେତେବେଳେ କଲେଜରେ ପଢ଼ୁଥାଏ । ସୁପ୍ରିୟ୍ରା ଘରକୁ ସେ ଅନେକ ଥର ଯାଇଥିଲେ । ମଧ୍ୟମ ସ୍ୱାସ୍ଥ୍ୟବତୀ ସୁନ୍ଦରୀ ସୁପ୍ରିୟା ସହ ସେ ଘଣ୍ଟା ଘଣ୍ଟା ଧରି ଆଳାପ କରୁଥିଲେ । ସୁପ୍ରିୟାର ଆକର୍ଷଣରେ ତା’ସହିତ କଥାବାର୍ତ୍ତା କରିବାରେ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲେ । ସୁପ୍ରିୟାର ଦିପ୍ତୀମୟ ଚକ୍ଷୁରେ ସୁବ୍ରତ ଏକ ଅଦମ୍ୟ ସମ୍ମୋହନ ଅନୁଭବ କରୁଥିଲେ । ସେହିପରି ସୁପ୍ରିୟା ମଧ୍ୟ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତା ହୋଇପଡୁଥିଲା । ଉଭୟେ ଉଭୟଙ୍କ ପ୍ରତି ନିବିଡ଼ ଆକର୍ଷଣ ଅନୁଭବ କରି ନିକଟତର ହେବାରେ ଲାଗିଥିଲେ । ସୁବ୍ରତ ସୁପ୍ରିୟାର ହୃଦୟର ଆକର୍ଷଣରେ ଭଲପାଇବାର ଆହ୍ୱାନ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ମନ ଓ ହୃଦୟ ଭାଷା ସୁପ୍ର୍ରିୟାକୁ ପ୍ରକାଶ କରିପାରୁ ନଥିଲେ । ସୁପ୍ରିୟାର ତାଙ୍କୁ ଭଲ ପାଇବାର ତୃଷ୍ଣା ମଧ୍ୟ ଅବ୍ୟକ୍ତ ରହିଯାଇଥିଲା । ଅଚାନକ ସୁବ୍ରତ ଦୂରସ୍ଥାନକୁ ବଦଳି ହୋଇ ଚାଲିଯାଇଥିଲେ ଏବଂ ସୁପ୍ରିୟା ସହ ତାଙ୍କର ସଂପର୍କ ଛିନ୍ନ ହୋଇଯାଇଥିଲା । ସୁପ୍ରିୟା ଯେପରି ଦୂରଦିଗ୍‌ବଳୟରେ ତାଙ୍କ ମାନସପଟରୁ ବିଲୀନ ହୋଇଯାଇଥିଲା । ସୁବ୍ରତ ଓ ସୁପ୍ର୍ରିୟା ଯେପରି ଦୁଇ ବିପରୀତ ଦିଗରେ ହଜିଯାଇଥିଲେ । ସେଦିନ ଶୀତ ଦିନର ସକାଳେ ସୁବ୍ରତ ନିଦ୍ରାଚ୍ଛନ୍ନ ଥିଲେ । ହଠାତ୍ ତାଙ୍କର ଫୋନ୍ ରିଙ୍ଗ ହୋଇଥିଲା । ସୁବ୍ରତ ତାଙ୍କ ମୋବାଇଲ୍ ଫୋନରେ ଅପରପଟରୁ ଏକ ସ୍ତ୍ରୀ ଲୋକର କଣ୍ଠସ୍ୱର ଶୁଣିଥିଲେ । ସେ ପଚାରୁଥିଲା, ‘କହିଲେ, ମୁଁ କିଏ? ମତେ କ’ଣ ଚିହ୍ନିପାରୁନାହାନ୍ତି ?’ ସୁବ୍ରତ ବିସ୍ମିତ ହୋଇପଡୁଥିଲେ, ବହୁତ ମନେ ପକାଇଲେ ମଧ୍ୟ ସେ କଣ୍ଠସ୍ୱରରୁ ତାଙ୍କୁ ଚିହ୍ନିପାରୁନଥିଲେ । ଏକ ଆତ୍ମୀୟତାର ସ୍ୱରରେ ସେ ବାରମ୍ବାର ମତେ ଚିହ୍ନି ପାରୁଛନ୍ତି କି ନାହିଁ ପଚାରୁଥାଏ । ସୁବ୍ରତ ବାଧ୍ୟହୋଇ କହିଲେ ନା ମୁଁ ଜାଣିପାରୁ ନାହିଁ । ସେ କହିଥିଲା ‘ମୁଁ ସୁପ୍ରିୟା କହୁଛି, ଜାଣିପାରିଲେ? ସୁବ୍ରତଙ୍କ ଦେହରେ ଏକ ଶିହରଣ ଖେଳିଯାଇଥିଲା । ସେ ସଂଗେ ସଂଗେ ଶେଯରୁ ଉଠିପଡ଼ି ଆନନ୍ଦରେ କହିଥିଲେ, ‘ତୁମ ସହ ଆଗରୁ କେବେ ଫୋନ୍‌ରେ କଥା ହୋଇନାହିଁ, ତାଛଡ଼ା ତୁମ ସ୍ୱରରେ ଅନେକ ପରିବର୍ତ୍ତନ ହୋଇଯାଇଛି । ଯାହା ହେଉ ବହୁ ବର୍ଷ ପରେ ମତେ ଫୋନ୍ କଲ, ମୋ ନମ୍ବର କିପରି ପାଇଲ ସୁପ୍ରିୟା ? ସୁପ୍ରିୟା କହିଥିଲା, ଆପଣଙ୍କ ସଂପର୍କୀୟ ଘରକୁ ଯାଇଥିଲି । ସୌଭାଗ୍ୟବଶତଃ ଆପଣଙ୍କ ଫୋନ୍ ନମ୍ବର ସେଠାରୁ ପାଇଥିଳି । ତେଣୁ ଆପଣଙ୍କ ସହ ଆଜି କଥା ହୋଇପାରିଲି, ସୁପ୍ରିୟା ବହୁତ ଆନନ୍ଦିତା ହୋଇ କହୁଥିଲା, ମୁଁ ଆପଣଙ୍କୁ ଦେଖିବାକୁ ଭାରି ବ୍ୟଗ୍ର ହୋଇପଡ଼ିଛି, ଏବଂ ଖୁବ୍‌ଶୀଘ୍ର ଆପଣଙ୍କୁ ଦେଖାକରିବି ଏବଂ ଆପଣଙ୍କର ଦର୍ଶନ ପାଇଲେ ମୋର ମନ, ହୃଦୟ ଓ ପ୍ରାଣର ଉତ୍କଣ୍ଠାର କାମନା ପୂରଣ ହେବ । ସୁବ୍ରତ କହିଥିଲେ, ‘ହଉ ଯେଉଁଦିନ ଆସିବ, ଫୋନ୍ କଲେ ମୁଁ ଯାଇ ତୁମକୁ ଦେଖାକରିବି । ଅତୀତରେ ତୁମର ପ୍ରେରିତ ଅନ୍ତରର ଭାଷାମୟ ନୀଳଚିଠି ସବୁ ଏ ପର୍ଯ୍ୟନ୍ତ ମୋ ପାଖରେ ସୁରକ୍ଷିତ ହୋଇରହିଛି । ତୁମର ପୂର୍ବର ସ୍ମୃତି ସବୁ ମୁଁ କେବେ ଭୁଲିପାରିବି ନାହିଁ, ସୁପ୍ରିୟା । ଦୁଇଦିନ ପରେ ସନ୍ଧ୍ୟାରେ ତାଙ୍କୁ ଫୋନ୍ କରି କହିଥିଲା ‘ମୁଁ ଆପଣ ରହୁଥିବା ସହରର ଏକ ହୋଟେଲ ସାମ୍ନାରେ ଅଛି କହି ସେହି ହୋଟେଲର ନାମ ତାଙ୍କୁ ଜଣାଇଥିଲା ଏବଂ କହିଥିଲା ଆପଣ ଶୀଘ୍ର ଏଠାକୁ ଆସନ୍ତୁ । ମୁଁ ଅପେକ୍ଷା କରିଛି । ସୁବ୍ରତ ଆଶ୍ଚର୍ଯ୍ୟ ହୋଇଯାଇ କହିଥିଲେ, ‘ହଁ ମୁଁ ଶୀଘ୍ର ଯାଇ ସେଠାରେ ପହଞ୍ଚୁଛି । ଅପେକ୍ଷା କରିଥିବ । ପ୍ରାୟ ଦଶ ମିନିଟ୍ ବିଳମ୍ବରେ ସୁପ୍ରିୟା ତାଙ୍କୁ ଅପେକ୍ଷା କରିଥିବା ସ୍ଥାନରେ ପହଞ୍ଚିଥିଲେ ଏବଂ ସୁପ୍ରିୟାକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସୁପ୍ରିୟା ମଧ୍ୟ ତାଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତା ହୋଇ ପ୍ରଣାମ ଜଣାଇଥିଲା । ସୁପ୍ରିୟା ତାଙ୍କୁ ଚାହିଁରହି ଅତ୍ୟନ୍ତ ପ୍ରଗଳଭା ହୋଇ ଗପି ଚାଲିଥିଲା, ‘କହୁଥିଲା ଆପଣ ସେହିପରି ଅଛନ୍ତି, ସେହି ହସ, ସେହି ମୁହଁ, ଏତେ ବର୍ଷ ପରେ ବି ଆପଣଙ୍କର ସେପରି କିଛି ପରିବର୍ତ୍ତନ ହୋଇନାହିଁ । ସେ ଆନନ୍ଦରେ ତାଙ୍କ ହାତକୁ ଧରି ଚାପିବାରେ ଲାଗିଥିଲା ଏବଂ ପଚାରିଲା, ‘ କେମିତି ଲାଗୁଛି’? ସୁବ୍ରତ ତାର ହାତସ୍ପର୍ଶରୁ ତାର ପ୍ରେମର ଉନ୍ମାଦନା ଅନୁଭବ କରୁଥିଲେ ଏବଂ କହିଥିଲେ, ଭଲ ଲାଗୁଛି । ତାଙ୍କ ପ୍ରତି ସୁପ୍ରିୟାର ଗଭୀର ପ୍ରେମର ଭାବ ସୁବ୍ରତ ଅନୁଭବ କରୁଥିଲେ । ଭାବୁଥିଲେ ସୁପ୍ରିୟାର ସେହି ଅତୀତର ସ୍ନେହ ଆଜି ଯେପରି ପ୍ରେମରେ ପରିଣତ ହୋଇ ତାଙ୍କ ଆଡକୁ ପ୍ରବଳ ବେଗରେ ମାଡ଼ିଆସୁଛି । ସୁପ୍ରିୟାର ପୂର୍ବଶରୀର ପରିବର୍ତ୍ତନ ଆସିଥିଲେ ମଧ୍ୟ ତାର ହୃଦୟର ଭାଷା, ପ୍ରକାଶ କରିବାକୁ ସେ ଯେପରି ବ୍ୟାକୁଳ ହୋଇପଡୁଛି । କିଛି ସମୟ ପରେ ତାଙ୍କଠାରୁ ବିଦାୟ ନେଇ ଚାଲିଯାଇଥିଲା । ସୁପ୍ରିୟା ସହ ଆକସ୍ମିକ ସାକ୍ଷାତରେ ତା’ସହ ତାଙ୍କ ପୂର୍ବ ମିଳନର ସ୍ମୃତି ତାଙ୍କ ମନ ଓ ଶରୀରକୁ ରୋମାଞ୍ଚିତ କରିପକାଉଥିଲା । ସୁପ୍ରିୟା ତାଙ୍କୁ ତା’ ଘରକୁ ଯିବାକୁ ଅନୁରୋଧ ଜଣାଇ ବିଳମ୍ବ ହେଉଛି କହି ଚାଲି ଯାଇଥିଲା । ସୁବ୍ରତ ସୁପ୍ରିୟା ସହିତ ଏହି ଅପ୍ରତ୍ୟାଶିତ ମିଳନର ଆନନ୍ଦରେ ଅଭିଭୂତ ହୋଇ ଫେରିଆସିଥିଲେ । ତା’ପରଦିନ ସୁପ୍ରିୟା ତାଙ୍କୁ ଫୋନ୍ କରି ସୁପ୍ରଭାତ ଜଣାଇଥିଲା ଏବଂ କହୁଥିଲା ଆପଣଙ୍କୁ ମୁଁ ଜୀବନରେ କିଛି ଦେଇପାରି ନାହିଁ । ଆପଣଙ୍କୁ ଦେଖି ମୁଁ ସନ୍ତୁଷ୍ଟ ହୋଇଯାଇଛି । କିନ୍ତୁ ଆଜି ମୁଁ ଆପଣଙ୍କ ନିକଟତର ହେବାକୁ ଚାହୁଁଛି, ଆପଣ ମତେ ଦୃଢ଼ ଆଲିଙ୍ଗନ କଲେ ମୋର କାମନା ପରିପୂର୍ଣ୍ଣ ହୋଇଯିବ, ‘ଆଇ ଲଭ୍ ୟୁ’ । ଏପରି ସେ ବାରମ୍ବାର ହୃଦୟର ଉନ୍ମାଦନାରେ କହି ଚାଲିଥିଲା । ସୁବ୍ରତ, ସୁପ୍ରିୟାରେ ଏହି ହୃଦୟର ପ୍ରେମର ପରିପ୍ରକାଶରେ ବିସ୍ମୟାଭିୂତ ହୋଇ ସେ ମଧ୍ୟ କହିଥିଲେ, ‘ଆଇ ଲଭ୍ ୟୁ, ସୁପ୍ରିୟା’ ତା’ପର ଦିନ ସୁପ୍ରୟିୟା ତାଙ୍କ ଫୋନ କୁ ମେସେଜ୍ ପଠାଇ ଲେଖିଥିଲା, ‘ମୁଁ ଯେ ପବନର ଗୁଣୁଗୁଣୁ, ତୁମେ ଚାରୁଚନ୍ଦନ ବନ, ମୁଁ ଯେ ମୁଗ୍ଧ ମୋହନ ବେଣୁ, ତୁମେ ମୋ ପ୍ରେମର ବୃନ୍ଦାବନ । ପୁଣି କିଛି ସମୟ ପରେ ଆଉ ଏକ ମେସେଜ୍ ସୁପ୍ରିୟା ପଠାଇଥିଲା । ସେ ଲେଖିଥିଲା, ଜହ୍ନ କୁମୁଦିନୀ, ସୂର୍ଯ୍ୟ ପଦ୍ମିନୀ, କବି କଳ୍ପନା, ଏ ପ୍ରୀତି, ସେ ପ୍ରେମେ ଅଛି କି ଆମ ପ୍ରେମ ପରି କରୁଣା ମଧୁର ସ୍ମୃତି । ସୁବ୍ରତ ଅନୁଭବ କରୁଥିଲେ, ସୁପ୍ରିୟା ତାଙ୍କ ସହ ତାର ପ୍ରେମାନୁଭୂତି ପାଇବାକୁ ଉଦ୍‌ବିଗ୍ନ ହୋଇପଡ଼ିଛି, ବୋଧେ ଜୀବନରେ ସେ ସବୁ ପାଇ ମଧ୍ୟ ଶାନ୍ତି ପାଇପାରି ନାହିଁ । ତାଙ୍କୁ ପ୍ରେମ କରି ସେ ତାର ପ୍ରେମତୃଷ୍ଟା ମେଣ୍ଟାଇବାକୁ ଚାହେଁ । ତାଙ୍କ ସହ ଦୁଇଟି ହୃଦୟର ମିଳନର ଅନୁଭୂତି ସେ ପାଇବାକୁ ଚାହେଁ । ତାଙ୍କୁ ନିବିଡ଼ି ପ୍ରେମ କରି ତାଙ୍କୁ ତାର ପ୍ରେମର ପ୍ରତିଦାନ ଦେଇ ସନ୍ତୁଷ୍ଟ ହେବାକୁ ଚାହେଁ । ତାଙ୍କର ପ୍ରେମଲାଭ କରି ତାର ଜୀବନର ରହିଯାଇଥିବା ଅବଶୋଷ ସେ ବୋଧେ ମେଣ୍ଟାଇବାକୁ ଚାହେଁ । ସୁବ୍ରତଙ୍କର ପ୍ରେମ ପ୍ରାପ୍ତି ବିନା ସୁପ୍ରିୟାର ଜୀବନଟା ଯେପରି ନିରସମୟ ଓ ଛନ୍ଦହୀନ ହୋଇଯାଇଛି, ସେ ତାଙ୍କ ସହ ଶାରିରୀକ ପ୍ରେମର ସ୍ୱାଦ ଅନୁଭବ କରିବା ପାଇଁ ଉତ୍କଣ୍ଠିତା ହୋଇପଡ଼ୁଛି, ଆଜି ସେ ଯେପରି ତାଙ୍କୁ ତାର ହଜିଲା ପଥରୁ ଫେରିଯାଇଛି । ଆଉସେ ତାଙ୍କୁ ପୁନର୍ବାର ହରାଇବାକୁ ଚାହେଁ ନାହିଁ । ସେଦିିନ ସୁପ୍ରିୟା ତାଙ୍କୁ ଫୋନ୍‌ରେ କହିଥିଲା “ମୁଁ ହେଉଛି ଆପଣଙ୍କ ଜୀବନର ପ୍ରଥମ ପ୍ରେମିକା, ହୁଏତ ଆପଣ ଅନ୍ୟ ଝିଅମାନଙ୍କ ସଂସ୍ପର୍ଶରେ ଆସିଥିବେ?” ସୁବ୍ରତ ମନର ଭାବଗୋପନ କରି କହିଥିଲେ, ‘ସୁପ୍ରିୟା, ତୁମେ ହିଁ ମୋ ଜୀବନର ପ୍ରଥମ ନୀରବ ପ୍ରେମିକା’ । ସେ କହିପାରିଥାନ୍ତେ, ‘ହଁ, ତୁମର ଅନୁମାନ ସତ୍ୟ, ରଜନୀଗନ୍ଧା, ମଲ୍ଲୀ, ମାଳତୀ ଓ ଗୋଲାପ ପୁଷ୍ପ ପରି ତରୁଣୀମାନେ ତାଙ୍କୁ ସେମାନଙ୍କ ଗନ୍ତବ୍ୟ ପଥରେ ଫେରିଯାଉଛନ୍ତି । କିନ୍ତୁ ସୁପ୍ରିୟାର ମନରେ ଦୁଃଖ ନଦେବା ପାଇଁ ସେ ଏହା କହିପାରିନଥିଲେ । ସୁବ୍ରତ କହିଥିଲେ, “ସୁପ୍ରିୟା, ତୁମେ ହିଁ, ମତେ ମନେ ରଖିଛ, ମୋର ପ୍ରେମ ପାଇବା ପାଇଁ ପ୍ରତୀକ୍ଷାରତ ରହିଛ, ତୁମର ପ୍ରେମ ହିଁ ନିଃସ୍ୱାର୍ଥପର ପ୍ରେମ, ପ୍ରେମ ହିଁ, ସତ୍ୟ, ଅମର, ଅନନ୍ତ, ଅନାବିଳ ଓ ସ୍ୱର୍ଗୀୟ, ଯେତେ ଦୂରରେ ଥିଲେ ବି ପ୍ରେମ ଅନୁଭବ କରିହୁଏ, ଏହାହିଁ ଚିରନ୍ତନ । ତୁମକୁ ଭଲ ପାଇବାର ମୋର ସ୍ୱପ୍ନ ମୋର ଦୁର୍ଭାଗ୍ୟରୁ ଅଧୁରା ରହିଗଲା…?” ସୁପ୍ରିୟା କହିଥିଲେ, ‘ଆପଣଙ୍କ ସହ ସଂପର୍କର ପ୍ରତିଟି ସ୍ମୃତିକୁ ମୁଁ ଭୁଲିପାରି ନାହିଁ । ଆମର ଅତୀତର ଅନ୍ଧକାରମୟ ରାତ୍ରିର ଅବସାନ ଘଟି ନୂତନ ପ୍ରେମର ଉଷାର ଆଜି ଆବିର୍ଭାବ ଘଟିଛି । ମୁଁ ଆପଣଙ୍କ ପାଖକୁ ଆଜି ଫେରିଆସିଛି । ଆମର ନୂତନ ପ୍ରେମର ସ୍ମୃତିରେ ଆତ୍ମହରା ହେବା ପାଇଁ, ଆପଣଙ୍କୁ ମୁଁ ମୋର ତନ,ମନ ଓ ହୃଦୟର ପ୍ରେମକୁ ସମର୍ପଣ କରି ଶାନ୍ତିର ତୃପ୍ତି ପାଇବାକୁ ଚାହେଁ, ମୋର ପ୍ରେମର ପରିପୂର୍ଣ୍ଣତା ପାଇଁ ମୁଁ କେବଳ ଆପଣଙ୍କ ପ୍ରେମରେ ତୃପ୍ତିଲାଭ କରି ଆତ୍ମବିସ୍ମୃତା ହେବାକୁ ଚାହେଁ, ତେଣୁ ଆପଣ ଆଉ ମନରେ ମୋର ପ୍ରେମ ନପାଇବାର ଅବଶୋଷ ରଖନ୍ତୁ ନାହିଁ?”ଶୀତର ଜଡ଼ତା ପରେ ବସନ୍ତର ଆଗମନରେ ଶୁଷ୍କ ତରୁ ବୃକ୍ଷମାନଙ୍କରେ ନୂତନ ପଲ୍ଲବ ସୃଷ୍ଟି ହେବା ପରି, ସୁବ୍ରତଙ୍କର ମନ, ପ୍ରାଣ ଓ ହୃଦୟରେ ସୁପ୍ରିୟାର ନୂତନ ପ୍ରେମର ସ୍ୱାଦ ଅନୁଭବ କରିବା ପାଇଁ ନୂତନ ଆଶାର ସଂଚାର ହେଉଥିଲା ଓ ଶରୀର ରୋମାଞ୍ଚିତ ହେଉଥିଲା, ସେ ଯେପରି ସୁପ୍ରିୟା ନିବିଡ଼ ଆତ୍ମୀୟତାର ପ୍ରେମର ବନ୍ଧନୀରେ ବାନ୍ଦି ହେବାକୁ ଉତ୍କଣ୍ଠା ଅନୁଭବ କରୁଥିଲେ । ସୁପ୍ରିୟାର ପ୍ରେମ କରିବାକୁ ସୁବ୍ରତ ସେଦିନ ଯେପରି ସୁପ୍ରିୟାସହ ତାଙ୍କ ଜୀବନର ଅଧୁରା ପ୍ରେମର ପୁର୍ନମିଳନ ଆଶାରେ ତାଙ୍କ ଜୀବନର ପ୍ରେମର ଦ୍ୱିତୀୟ ସୋପାନରେ ପାଦଦେବାକୁ ଅଗ୍ରସର ହେଉଥିଲେ… ।

ଶ୍ରୀକୃଷ୍ଣଚନ୍ଦ୍ର ଦାଶ
ରଘୁନାଥ ଭବନ, ୭୦ଏ, ବିଜେବି ନଜର, ଭୁବନେଶ୍ୱର
ମୋ-୯୮୬୧୩୫୧୪୩୬

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ସମ୍ପର୍କ ଏକ ଅତୀତର

    Share this:ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର...
  • ସ୍ମୃତି-ଏକ ବିଚ୍ଛେଦର

    Share this:ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା...
  • ଅନୁଭୂତି – ଏକ ନୂତନ ସ୍ୱାଦର

    Share this:କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା...
  • ସ୍ମୃତି ଏକ ବିଦାୟର

    Share this:ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ...
EDITOR
OFFICE