ଅନୁଭୂତି – ଏକ ନୂତନ ସ୍ୱାଦର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ, ଏହା ଜୀବନର ସ୍ୱତନ୍ତ୍ର ଅନୁଭୂତି ରୂପେ ପ୍ରତିପାଦିତ ହୋଇଥାଏ । ସେଦିନ ଦୋଳପୂର୍ଣ୍ଣମୀ । ସରୋଜ ଏକ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଘରକୁ ତାଙ୍କ ଗ୍ରାମରେ ହେଉଥିବା ଯାତ୍ରା ଦେଖିବାକୁ ପହଞ୍ଚିଯାଇଥିଲେ । ସେହି ବନ୍ଧୁଙ୍କ ଘରକୁ କିଛି ବର୍ଷ ପୂର୍ବେ ସେହି ଦୋଳପୂର୍ଣ୍ଣମୀ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ ଫଗୁ ଖେଳ, ଗୋପୀନାଥ ଠାକୁରଙ୍କ ଦୋଳରେ ଶୋଭାଯାତ୍ରା, ଘଣ୍ଟା, ଝାଞ୍ଜ, ଧ୍ୱନି, ହରେକୃଷ୍ଣ ହରେରାମ ପ୍ରଭୃତି ନାମ ସଂକୀର୍ତ୍ତନ ଶବ୍ଦରେ ଲୋକଙ୍କ ଗହଳିରେ ରାସ୍ତା ପୂର୍ଣ୍ଣ ହୋଇଯାଇଥାଏ । ସେହି କୋଳାହଳ ମଧ୍ୟରେ ଦୋଳରେ ଥିବା ଠାକୁରଙ୍କୁ ଘରମାନଙ୍କରେ ଭୋଗ ଓ ପୂଜାର୍ଚ୍ଚନା କରାଯାଉଥାଏ । ଠାକୁରଙ୍କ ପ୍ରତି ଭକ୍ତିଭାବନା ଆପେ ଆପେ ହୃଦୟ ମଧ୍ୟରେ ସଞ୍ଚରିତ ହୋଇଯାଇଥାଏ । ଗାଁ ମୁଣ୍ଡରେ ଥିବା ମା ଭଗବତୀ ଠାକୁରାଣୀଙ୍କ ମନ୍ଦିର ସାମନାରେ ଥିବା ମେଳଣ ପଡ଼ିଆରେ ସନ୍ନିକଟ ବିଭିନ୍ନ ଗ୍ରାମମାନଙ୍କରୁ ଆସୁଥିବା ଦୋଳରେ ଠାକୁରମାନଙ୍କର ମେଳଣ ହୋଇ ଶେଷରେ ବାଣ ମରାଯାଏ । ଶହ ଶହ ଗ୍ରାମବାସୀ ଉତ୍ସବରେ ଏକତ୍ରିତ ହୋଇ ଆନନ୍ଦ ଅନୁଭବ କରୁଥାନ୍ତି । ସେହି ବନ୍ଧୁଙ୍କର ଭଉଣୀ ସୁନନ୍ଦା ସହ ତାଙ୍କର ଆଗରୁ ପରିଚୟ ହୋଇଥିଲା । ଉଭୟେ ଉଭୟଙ୍କୁ ଏକ ଦୁର୍ବଳ ମୁହୂର୍ତ୍ତରେ ଭଲପାଇ ବସିଥିଲେ । ସେମାନଙ୍କର ଭଲ ପାଇବା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା । ସୁନନ୍ଦା ସରୋଜ ଙ୍କୁ କହୁଥିଲା, ଏହି ଦୋଳ ପୂର୍ଣ୍ଣମୀରେ ଆମର ଭଲପାଇବା ସୃଷ୍ଟି ହୋଇଛି । ରାଧାକୃଷ୍ଣଙ୍କର ପ୍ରେମ ପରି ଆମର ଭଲ ପାଇବା କେବେ ବିଚ୍ଛିନ୍ନ ହେବ ନାହିଁ । ମୁଁ ଆପଣଙ୍କୁ ବିବାହ କରିପାରେ ବା ନକରିପାରେ; କିନ୍ତୁ ଆପଣଙ୍କ ପ୍ରତି ମୋର ପ୍ରେମ ସର୍ବଦା ବଜାୟ ରହିଥିବ । କାରଣ ଆପଣଙ୍କୁ ବିବାହ କରିବାକୁ ଆମ ଘରେ ସ୍ୱୀକୃତି ଦେଇନପାରନ୍ତି । ଆମର ଏହି ଗୋପନ ପ୍ରେମ ଆପଣ କେବେ କାହା ଆଗରେ ପ୍ରକାଶ କରିବେ ନାହିଁ । ମୋର ଭାଇ ବହୁତ ରାଗୀ, ଏକଥା ଜାଣିଲେ ସେ ଆପଣଙ୍କୁ ଏଠାକୁ ଆସିବାକୁ ଆଉ ଅନୁମତି ଦେବ ନାହିଁ । ସରୋଜ ମଧ୍ୟ ସୁନ୍ଦରୀ, ସ୍ୱାସ୍ଥ୍ୟବତୀ ଓ ଛୋଟଛୋଟ ଆଖିର ଚାହାଣୀରେ ସୁନନ୍ଦା ପ୍ରତି ଅତ୍ୟନ୍ତ ପ୍ରେମାଶକ୍ତ ହୋଇପଡୁଥିଲେ । ସୁନନ୍ଦା ସମୟ ପାଇଲେ ନିରୋଳାରେ ତାଙ୍କ ପାଖରେ ବସି କଥାବାର୍ତ୍ତା କରୁଥିଲା । ସରୋଜ ଦୋଳ ପୂର୍ଣ୍ଣମୀ ପରଦିନ ତାଙ୍କ ଘରୁ ଫେରି ଆସିଥିଲେ । ପ୍ରାୟ ବର୍ଷକ ପରେ ସୁନନ୍ଦାର ବିବାହ ଠିକ୍ ହୋଇ ତାର ବିବାହ ନିମନ୍ତ୍ରଣ ପାଇ ସରୋଜ ସୁନ୍ଦାର ବିବାହ ପୂର୍ବଦିନ ତାର ଘରଠାରେ ପହଞ୍ଚି ଯାଇଥିଲେ । ସୁନନ୍ଦାର ମୁହଁ ଶୁଖି ଯାଇଥାଏ । ସେ ସରୋଜଙ୍କୁ ଆସି ପ୍ରଣାମ କରି କହିଥିଲା, “ବାପା ହଠାତ୍ ମୋର ବିବାହ ଠିକ୍ କରିଦେଇଛନ୍ତି, ମୋର ରାଜି ହେବା ଛଡ଼ା ଆଉ କିଛି ଉପାୟ ନଥିଲା । ଆପଣଙ୍କୁ ଭଲ ପାଇ କିପରି ଆଉ ଜଣଙ୍କୁ ବିବାହ କରିବି? ସରୋଜ କହିଲେ, ‘ସୁନନ୍ଦା, ଭଲ ପାଇବା ଅର୍ଥ ବିବାହ ନୁହେଁ? ବିବାହ ନକରିପାରିଲେ ମଧ୍ୟ ଆମର ଭଲ ପାଇବା କେବେ ମଳିନ ପଡ଼ିବ ନାହିଁ, ଶରୀର ଅନ୍ୟର ସଂସ୍ପର୍ଶରେ ଆସିଲେ ମଧ୍ୟ କେବେ ଅପବିତ୍ର ହେବ ନାହିଁ, ଆମର ପ୍ରେମ ହେଉଛି ସତ୍ ଓ ପବିତ୍ର । ବିବାହ ପରେ ଯେତେବେଳେ ତୁମେ ଘରକୁ ଆସିବ ମୋତେ ଜଣେଇବ, ସେତେବେଳେ ଆମର ପ୍ରେମର ମିଳନ ନିଶ୍ଚୟ ହେବ । ସୁନନ୍ଦା ସରୋଜଙ୍କ କଥା ହୃଦୟଙ୍ଗମ କରିପାରୁନଥିଲା । ସେ ଯେପରି ଚାହୁଁଥିଲା, ସରୋଜଙ୍କ ସଙ୍ଗରେ ବିବାହ ପୂର୍ବରୁ ଘରୁ ଚାଲିଯିବା ପାଇଁ । ସୁନନ୍ଦା କହୁଥିଲା, ସରୋଜ ବାବୁ, ମତେ ଏଠାରୁ ନେଇ ଚାଲିଯାଆନ୍ତୁ, ଆମର ପ୍ରେମ ସାର୍ଥକ ହେବ । ସରୋଜ କହିଥିଲେ, ସୁନନ୍ଦା ଧୈର୍ଯ୍ୟ ଧର, ଏହା କଦାପି ସମ୍ଭବ ନୁହେଁ । ତୁମର ପିତାମାତା ଭାଇଙ୍କର ସୁନାମରେ ଆଞ୍ଚ ଆସିବ । ତା’ଛଡ଼ା ମୁଁ ମଧ୍ୟ ତୁମକୁ ନେଇ ଆମ ଘରକୁ ଯାଇପାରିବି ନାହିଁ । ଆମ ପରିବାରରେ ଅଶ।।ନ୍ତି ସୃଷ୍ଟି ହେବ, ବରଂ ତୁମେ ବିବାହ କରିଲେ ମଧ୍ୟ ଆମର ମିଳନ ପଥରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆମର ସଂପର୍କ ଅତୁଟ ରହିବ ।’ ସୁନନ୍ଦାର ଦୁଇ ଆଖିରୁ ଅଶ୍ରୁ ଝରି ଆସୁଥିଲା, ସେ ଚାଲିଯାଇଥିଲା, ରାତିରେ ସରୋଜ ଖାଇସାରି ବିଶ୍ରାମ ନେଉଥିଲେ, ହଠାତ୍ ସୁନନ୍ଦା ଆସି ତାଙ୍କୁ ନିଦରୁ ଉଠାଇ ଦେଇଥିଲା । ସରୋଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନନ୍ଦା କହିଥିଲା, “ଘରେ ସମସ୍ତେ ଶୋଇପଡ଼ିଲେଣି, ମୁଁ ଆପଣଙ୍କ ନିକଟରେ ନିଜକୁ ସମର୍ପଣ କରିବା ପାଇଁ ଚାଲିଆସିଛି, ମତେ ନିରାଶ କରନ୍ତୁ ନାହିଁ ? । ସରୋଜଙ୍କୁ ସୁନନ୍ଦା ଆଲିଙ୍ଗନ କରିପକାଇଥିଲା । ତାର ଶରୀର ଉତ୍ତପ୍ତ ହୋଇ ଆସୁଥିଲା । ସରୋଜ ମଧ୍ୟ ସୁନନ୍ଦାକୁ ଦୃଢ଼ ଆଲିଙ୍ଗନ କରି ତାର ବୁକୁର ଉଷ୍ମତା ଅନୁଭବ କରୁଥିଲେ । ସରୋଜ କହିଥିଲେ, “ସୁନନ୍ଦା, ତୁମେ ଚାଲିଯାଅ, କାଳେ କିଏ ଘର ଭିତରକୁ ପଶିଆସିବ ? ଆମକୁ ଦେଖିଦେବେ । ପରିସ୍ଥିତି ବହୁତ ଖରାପ ହେବ । ରାତି ପାହିଲେ ତୁମର ବାହାଘର, ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ । ତୁମର ବିବାହର ଷୋଳମଙ୍ଗଳା ପରେ ତୁମେ ଘରକୁ ଆସିଲେ ଆମର ମିଳନ ନିଶ୍ଚୟ ହେବ । ସୁନନ୍ଦା ଦ୍ରୁତ ପଦରେ ସେଠାରେ ଫେରିଯାଇଥିଲା । ତାର ବିବାହ ସୁରୁଖୁରୁରେ ହୋଇ ସେ ଅଶ୍ରୁପ୍ଲୁତ ନୟନରେ ତାଙ୍କଠାରୁ ବିଦାୟ ନେଇ ଚାଲିଯାଇଥିଲା । କିଛି ବର୍ଷ ବିତିଯାଇଥିଲା । ସୁନନ୍ଦା ସହ ସରୋଜଙ୍କର ଆଉ ସାକ୍ଷାତ ସମ୍ଭବ ହୋଇପାରିନଥିଲା । ସେଦିନ ଦୋଳ ପୂର୍ଣ୍ଣମୀ । ସୁନନ୍ଦା ଘରକୁ ଆସିଥାଏ । ସରୋଜ ତାଙ୍କ ବନ୍ଧୁଙ୍କ ଠାରୁ ତାଙ୍କ ଘରକୁ ଯିବାକୁ ଖବର ପାଇ ସେଠାରେ ଅପରାହ୍ନରେ ପହଞ୍ଚି ଯାଇଥିଲେ । ସୁନନ୍ଦା ତାଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ତାଙ୍କୁ ପ୍ରଣାମ ଜଣାଇଥିଲା । କହୁଥିଲା, “ଆପଣ ଏତେ ଠକ, ଆପଣ ମତେ ପୁରା ଭୁଲିଗଲେ? ‘ସରୋଜ କହିଥିଲେ, “ଦେଖ ସୁନନ୍ଦା, ମୋର ଦୂରସ୍ଥାନକୁ ବଦଳି ହୋଇଗଲା, ତେଣୁ ମୁଁ ତୁମର ଖବର କିଛି ପାଇପାରିଲି ନାହିଁ । ତୁମର ଶ୍ୱଶୁର ଘରକୁ ମୋର ଯିବାଟା ବି ସମ୍ଭବପର ନଥିଲା । ତୁମ ବିବାହ ପୂର୍ବ ଦିନର ସ୍ମୃତିକୁ ମୁଁ ଭୁଲିପାରି ନାହିଁ । ଆଜି ତୁମ ସହ ହଠାତ୍ ଏଠାରେ ଦେଖାହେବ ବୋଲି ମୁଁ କେବେ କଳ୍ପନା କରିପାରିନଥିଲି ? ସୁନନ୍ଦା ତାଙ୍କ ପାଇଁ ଖାଇବା ବଢ଼ାବଢ଼ି କରି, ‘ଆସନ୍ତୁ ଖାଇବେ’ ବୋଲି ସରୋଜଙ୍କୁ ହାତଧରି ଡାଇନିଙ୍ଗ୍ ଟେବୁଲ୍ ପାଖକୁ ଡାକିନେଇଥିଲା । ତାର ପରିବାରର ସମସ୍ତେ ଦାଣ୍ଡକୁ ଦୋଳରେ ଠାକୁର ଆସୁଥିବାରୁ ଦେଖିବାକୁ ଚାଲିଯାଇଥିଲେ । ସରୋଜ ଖାଇବାକୁ ବସିପଡ଼ିଥିଲେ । ସୁନନ୍ଦା ତାଙ୍କୁ ଦେଖି ବହୁତ ଖୁସି ଜଣାପଡୁଥିଲା । ହଠାତ୍ ସେ ତାଙ୍କ ଖାଇବା ଥାଲିରେ ଭାତ, ଡାଲି ଓ ତରକାରୀ ପ୍ରଭୃତି ଗୋଳାଇ ଗୁଣ୍ଡା କରି ତାଙ୍କ ପାଟିରେ ଖୁଆଇ ଦେଉଥିଲା । ସତେ ଯେପରି ବାତ୍ସଲ୍ୟମୟୀ ମାତା ଯଶୋଦା ବାଳୁତ ପୁତ୍ର କୃଷ୍ଣଙ୍କୁ ଖୁଆଇଦେବା ପରି । ସୁନନ୍ଦା ସେହିପରି ସ୍ନେହ ଓ ମମତାରେ ସରୋଜଙ୍କୁ ଖୁଆଇ ଦେବାରେ ଲାଗିଥିଲା । ସରୋଜ ସୁନନ୍ଦାର ଏପରି ଆକସ୍ମିକ ମମତାରେ ନିରୁପାୟ ହୋଇପଡ଼ି ତାର ହାତରୁ ଖାଦ୍ୟ ଖାଇ ଅତ୍ୟନ୍ତ ତୃପ୍ତି ଅନୁଭବ କରୁଥିଲେ । ଭାବୁଥିଲେ, ସୁନନ୍ଦାର ତାଙ୍କ ପ୍ରତି ଥିବା ପ୍ରେମ ଆଜି ଏପରି ନିବିଡ଼ ବାତ୍ସଲ୍ୟ ପ୍ରେମରେ ପରିଣତ ହୋଇ ମାତା ଶିଶୁକୁ ବୁକୁର କ୍ଷୀର ପାନ କରାଇବା ପରି ସେ ଆତ୍ମତୃପ୍ତି ଅନୁଭବ କରୁଛି । ତାଙ୍କ ପାଟିରୁ ବଳକା ଖାଦ୍ୟ ମଧ୍ୟ ସେ ନିଜେ ଖାଇ ଦେଉଥିଲା । ସେ କହୁଥିଲା, “ସରୋଜ ବାବୁ, ଆପଣ ହେଉଛନ୍ତି, ମୋର ପ୍ରେମର କୃଷ୍ଣ, ଆପଣଙ୍କ ଅନାବିଳ, ଅନାସକ୍ତ ଓ ନିଃସ୍ୱାର୍ଥପର ପ୍ରେମରେ ମୁଁ ନିଜକୁ ସମର୍ପଣ କରିସାରିଛି । ଶରୀରର ମିଳନ ଯେ ପ୍ରକୃତ ପ୍ରେମ ନୁହେଁ, ଆଜି ମୁଁ ତାହା ବୁଝିପାରିଛି । ମନ ଓ ହୃଦୟର ମିଳନ ହେଉଛି ପ୍ରକୃତ ପ୍ରେମ । ମୁଁ ବିବାହ କରି ମଧ୍ୟ ଆପଣଙ୍କ ପ୍ରେମକୁ କେବେ ଭୁଲିପାରି ନାହିଁ । ଆପଣଙ୍କ ଉପଦେଶ ପାଳନ କରି ମୁଁ ବିବାହିତ ଜୀବନ ଅତିବାହିତ କରୁଛି । ଆପଣ ହେଉଛନ୍ତି ମୋର ଜୀବନର ଆଦର୍ଶ ଓ ଚିରନମସ୍ୟ । ସ୍ୱାମୀଙ୍କ ସହ ମୋର ଶରୀରର ମିଳନ ହେଲେ ମଧ୍ୟ ମୋର ମନ ଓ ଆତ୍ମା ଆପଣଙ୍କୁ ଅନୁଭବ କରୁଥାଏ । ଏତେ ବର୍ଷ ପରେ ମୁଁ ଆପଣଙ୍କୁ ଫେରିପାଇଛି । ଆଶାକରେ ଆପଣ ଆପଣଙ୍କ ପ୍ରତିଶ୍ରୁତି ଆଜି ରକ୍ଷା କରିବେ । ଆମର ଦୁଇଟି ଆତ୍ମା ଓ ଶରୀର ଆଜି ଏକାକାର ହୋଇଯିବ । ଆମର ପ୍ରେମ ଆଜି ପୂର୍ଣ୍ଣାଙ୍ଗ ପ୍ରେମରେ ପରିଣତ ହେବ । ସରୋଜ ସୁନନ୍ଦାର ପ୍ରେମର ସ୍ପଷ୍ଟୋକ୍ତିରେ ତାର ପ୍ରେମର ଏକ ନୂତନ ସ୍ୱାଦର ଅନୁଭୂତି ଅନୁଭବ କରୁଥିଲେ… ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,ବିଜେବି ନଗର, ଭୁବନେଶ୍ୱର

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ସମ୍ପର୍କ ଏକ ଅତୀତର

    Share this:ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର...
  • ସ୍ମୃତି-ଏକ ବିଚ୍ଛେଦର

    Share this:ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା...
  • ଦ୍ୱିତୀୟ ସୋପାନ

    Share this:ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର...
  • ସ୍ମୃତି ଏକ ବିଦାୟର

    Share this:ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ...
EDITOR
OFFICE