ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିରୋଧୀ ଦଳ ନେତା

ପ୍ରଦୀପ୍ତ କୁମାର ନାଏକ

Share this:

ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ କାରଣରୁ ସମସ୍ତେ ଆଜି ନିଜ ନିଜ ଘରେ ଆବଦ୍ଧ । ବିଶେଷ ଭାବେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଚାଷୀକୂଳ ଆଜି ଘୋର ସଂକଟ ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ଚାଷୀଙ୍କ ଠାରୁ ଧାନ କିଣା ତଥା ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବିରୋଧୀ ଦଳ ନେତା  ପ୍ରଦୀପ୍ତ କୁମାର ନାଏକ  ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି । ବର୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ ସଂଗ୍ରହ କରିବା ସମୟ ଉପନୀତ ହୋଇଛି । ଆଜିେ ଏଭଳି ସଂକଟ ସମୟରେ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସରକାରୀ ସଂଗ୍ରହକୁ ବିକେନ୍ଦ୍ରୀକରଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ବର୍ଷା ଋତୁ ପୂର୍ବରୁ ଧାନ ସଂଗ୍ରହ କାର୍ଯ୍ୟ ସଂପନ୍ନ କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କରୋନା କଟକଣା କାରଣରୁ ଧାନ ମଣ୍ଡିରେ ଦିନକୁ ମାତ୍ର ୩୦ ଜଣ ଚାଷୀ ଧାନ ବିକିବାକୁ ଆସିପାରିବେ । ମାତ୍ର ଏହି ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ପରିମାଣର ଧାନ ସଂଗ୍ରହ କରିବା ଆଦୌ ସମ୍ଭବ ନୁହେଁ । ତେଣୁ ଯେଉଁଠାରେ ପାଖରେ ମଣ୍ଡି ନାହିଁ, ସେଠାରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତ କର୍ମଚାରୀମାନଙ୍କୁ ନିୟୋଜିତ କରି ଗ୍ରାମ ପଞ୍ଚାୟତର ସ୍କୁଲ ବାରଣ୍ଡା ଓ ଗୋଷ୍ଠୀ କେନ୍ଦ୍ର ଘରେ ଧାନ ସଂଗ୍ରହର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି । ସାମାଜିକ ଦୂରତା ଅବଲମ୍ବନ କରାଯାଇ ପ୍ରତି ଉଠା ଏଲଆଇ ପଏଂଟ ପିଛା ୧ ହେକ୍ଟର ପରିବର୍ତେ ୨ ହେକ୍ଟର ଜମିରେ ଧାନ ସଂଗ୍ରହ କରାଯିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଧାନ ସଂଗ୍ରହ ପାଇଁ ବ୍ୟବହାର ହୋଇପାରିନଥିବା ଟୋକନକୁ ପୁଣି ଥରେ ବ୍ୟବାହାର କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE