ମୋନ।ଲିସା ହସ  

ଇଟାଲୀୟ ଭାଷାରେ ମୋନାଲିସା ର ହସ ର ଅର୍ଥ ନରମ, କଲ୍ପନା ଏବଂ ଅସ୍ପଷ୍ଟ

 ବିଜନବାଳା ପାଟଜୋଷୀ

 ହସ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ନିଜର ଭାବ ପ୍ରକାଶ କରିବାକୁ ଏକ ମଧୁର ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଭାବ। ହୃଦୟ, ମସ୍ତିଷ୍କ ଏବଂ ଶରୀରରେର ତ୍ରୀସ୍ତରୀୟ ପ୍ରକ୍ରିୟା ସଂଗଠିତ କରୁଥିବା ଏକ ପ୍ରକ୍ରିୟା  । ହସ ଦ୍ଵାରା ଚିନ୍ତା, ଉଦ୍ଦୀପନା ଦୂର ହୁଏ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଶ୍ଵାସନଳୀ ଏବଂ ପଞ୍ଜରା ର ସଂପ୍ରସାରଣ ଦ୍ଵାରା ହସର ସୃଷ୍ଟି । ମସ୍ତିଷ୍କ ଅନେକ କ୍ରିୟା ପ୍ରକ୍ରିୟାର କେନ୍ଦ୍ର ଓ ଅନେକ ପ୍ରକ୍ରିୟା ସଂଗଠିତ ହେବାକୁ ନିର୍ଦେଶ କରେ କିନ୍ତୁ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମସ୍ତିଷ୍କରେ ହସ ଉଦ୍ରେକକାରୀ କେନ୍ଦ୍ର ପାଇପାରି ନାହାନ୍ତି ।

ହସ ଅନେକ ପ୍ରକାରର। ଶୈଶବର ନିଛକ ହସ, ଯୌବନ ର ଲାଜୁଆ ହସ, ବାର୍ଦ୍ଧକ୍ୟର ବିଷାଦମୟ ହସ । ଏହା ବ୍ୟତିରେକ ମୁଚୁକୁନ୍ଦୀଆ ହସ, ମଲ୍ଲିଫୁଲିଆ ହସ, ଚୋରା ଚୋରା ହସ, ଚୁପିଚୁପି ହସ, କୁନ୍ଥା ହସ, ଦାନ୍ତ ନିକୁଟା ହସ, ମଲ୍ଲିଫୁଲିଆ ହସ ଓ ସର୍ବୋପରି ଅଟ୍ଟହାସ୍ୟ । କେବଳ ମଣିଷ ପ୍ରଜାତିର ଜୀବଙ୍କୁ ହସର ଭାବଧାରା ପ୍ରାପ୍ତ । ଅନ୍ୟ।ନ୍ୟ ପ୍ରଜାତିରେ ହସ ଯଦିଓ ଦାବି କର। ଯାଏ ଏହାର ପ୍ରତିଫଳନ ହୁଏ ନହିଁ। ଏଣୁ ଭାବ ପ୍ରକାଶ ନିମିତ୍ତ ମଣିଷ ପାଖରେ ହିଁ ଏହି ଅଦ୍ଭୁତ ପ୍ରକ୍ରିୟା ଦେଖାଯାଏ ।

ହସ ଭିତରେ ବି ପ୍ରକାର ଭେଦ  ଅଛି।  ହସ ବିଦ୍ରୂପଭରା ବି । ମନସ୍ତାପ ଜନିତ ବି। କାହାର ବିପର୍ଯ୍ୟୟ ରେ ବି ହସ ବାହାରେ । ହସ ରେ ଇଙ୍ଗିତ ବି ମିଶ୍ରିତ ହୁଏ । ପୌରଣିକ ଆଖ୍ୟାୟାନ ରେ ହସ ଥିଲା ମୋହିନୀ ଭଳି । ଏ ହୁଏତ ପ୍ରଥମ ହସ ଯାହାକୁ ବିଶ୍ଳେଷଣ କର।ଯାଇଥିଲା । ଏହାର ପ୍ରଭାବ ଥିଲା ସୁଦୂର ପ୍ରସାରୀ । ଭଗବାନ ବିଷ୍ଣୁ ଅମୃତ କଳଶ ଧରି ମୋହୋନୀ ରୂପରେ, ମୋହିନୀ ହସ ରେ ମୋହୀ ନେଇଥିଲେ ସମସ୍ତ ଅସୁର ଜାତି କୁ । ଦେବତା ଆମର ହେଇ ଯାଇଥିଲେ ।

ଭାରତୀୟ ମହାକାବ୍ୟ ମାନଙ୍କରେ ହସର ପ୍ରାଧାନ୍ୟ ଦେଖିବାକୁ ମିଳେ। ରାମାୟଣ  କାବ୍ୟରେ ‘ଭାବ’ ବହୁଧା ବର୍ଣିତ । ହସର ବର୍ଣ୍ଣନା କମ। ଯେଉଁ କେତୋଟି ଚରିତ୍ର ହସିଛନ୍ତି ସେମାନଙ୍କର ବିଶ୍ଳେଷଣ କରାଯାଇନାହିଁ । ରାମାୟଣ ରେ କିଛି ରାକ୍ଷସୀ ଙ୍କ ହସ ବର୍ଣ୍ଣିତ ଯେଉଁମାନେ ଦେବୀ ସିତାଙ୍କୁ ଡରାଇବାବାରେ ବ୍ୟସ୍ତ। ରାବଣ ହସ ବି ଏତେ ମାତ୍ରାରେ ବର୍ଣ୍ଣିତ  ନୁହେଁ , କେବଳ ଟେଲିଭିଜନ  ଧାରାବାହିକ ରେ ସ୍ଥାନକାଳପାତ୍ର ବିହୀନ ଅଟ୍ଟହାସ୍ୟ ମନେପକାଯାଇପାରେ ।

ମହାଭାରତ କାବ୍ୟରେ  ହସକୁ ବ୍ୟାପୃତ ଭାରରେ ବର୍ଣ୍ଣନା କରାଯାଇଛି। ଆରମ୍ଭରୁ ଦେଖିବା। ଶକୁନିର ହସ । ରାତିର ନିଃଶବ୍ଦ ପ୍ରହରରେ ହସୁଥିଲା ଶକୁନି। କୁରୁସଭାରେବି ହସୁଥିଲା । ତାର କୁଟିଳତା ଭର।  ହସ ହିଁ ମହାଭାରତ । ଦୁର୍ଯୋଧନ ଯଦି ବୁଝି ପାରିଥାନ୍ତା ସେ ହସର ଗଭୀରତ। କୁ, ତ ଏତେ ରକ୍ତପାତ ହେଇନଥାନ୍ତା ।  ଦ୍ଵିତୀୟରେ ହସିଥିଲେ ଦ୍ରୋପଦୀ । ମୟ ରାକ୍ଷସଦ୍ଵାରା ନିର୍ମାଣ କରାଯାଇଥିବା ଦରବାରରେ ଦୁର୍ଯୋଧନର ଧୋତୀ ଟେକି ଚାଲିବା ଏବଂ ପାଣିରେ ପଡିବା ଦେଖି ହସି ଦେଇଥିଲେ ଦ୍ରୋପଦୀ । ସେ ହସରେ ମର୍ମାହତ ହେଇଥିଲା ମ।ନୀଦୁର୍ଯୋଧନର ପୁରୁଷାକାର । ଦ୍ରୋପଦୀଙ୍କ ହସ ଯେମିତି ଭେଦି ଯାଇଥିଲା ଅହଙ୍କାରୀ ପୁରୁଷକୁ ।ପରିଣାମ ଆସ୍ପର୍ଦ୍ଧିତପୁରୁଷ।କ।ରର ମୃତ୍ୟୁ ।  ସେତେବେଳେ ଦ୍ରୌପଦୀଙ୍କ ହସରେ ଯଦି ମର୍ମାହତ ହେଇନଥାନ୍ତା  ଦୁର୍ଯୋଧନ ତ ମହାଭାରତ ହେଇନଥାନ୍ତା।

ମହାଭାରତରେ ଆଉ ଜଣଙ୍କର ହସ ଯଦି ବର୍ଣ୍ଣନା କର ନ ଯାଏ ତ ପୃଷ୍ଟଭୁମି ଅଧ। ରହି ଯିବ । ଶ୍ରୀକୃଷ୍ଣଙ୍କ ହସ । ଏମିତି ତ ଶ୍ରୀକୃଷ୍ଣଙ୍କ ହସ ମହାଭାରତ କାବ୍ୟ ସହିତ ମୁଳରୁ ଜଡିତ ।    ତାଙ୍କର ବାଲ୍ୟକାଳର ସୁମଧୁର ହସ ର ବର୍ଣ୍ଣନା ଅନେକ କାବ୍ୟ କବିତାରେ ବର୍ଣ୍ଣିତ, ତେବେ କୁଟିଳ ହସ ର ବ୍ୟାଖ୍ୟା ବି ଅନେକ । ଶ୍ରୀକୃଷ୍ଣ ଙ୍କ ଓଠରେ ଧ।ରେ ହସ ସବୁବେଳେ ଲାଗିରହି ଥିବା କଥା ଆମେ ଜାଣୁ । ।  ସେ ରହସ୍ୟମୟ ହସ କେବଳ ବୁଝୁଥିଲେ ଦ୍ରୌପଦୀ । ତଥାପି ଶେଷବେଳକୁ ସେ ହସ ଅବୁଝ। ହେଇ ଯାଇଥିଲା। ରହସ୍ୟମୟ ସେ ହସରେ ଧୋଇଯାଇଥିଲା ଦ୍ଵରକାର ଐଶ୍ୱୋର୍ଯ  ଏବଂ ପାଣ୍ଡବଙ୍କ ରାଜପଣ । କଣ ପାଇଁ ହସିଥିଲେ ଶ୍ରୀକୃଷ୍ଣ ସେସମୟରେ। କଣ ଅର୍ଜୁନ ବୁଝି ବି ନ ବୁଝି  ଦେହର କଳା ହରଣ କରିବାକୁ ସୁଯୋଗ ଦେଲେ ।ସେଇଠି ସାରିଥିଲା ଦ୍ଵାପର ଯୁଗ ।

ପାଞ୍ଚ ଶହ ବର୍ଷ ପୁରୁଣା ଆଉ ଏକ ହସ ର ଅବତାରଣା କର।ନଗଲେ ଅଧ। ଅଧ। ଲାଗିବ ଅଲେଖ୍ୟ । ସେ ହସ ଆଉ ତାର ପରିଭାଷା ଅନେକ ପରୀକ୍ଷା ନିରୀକ୍ଷା ର ପଥ ଦେଇ ଯାଇଛି । ପ୍ରସିଦ୍ଧ ଚିତ୍ରକର ଲିଓନ।ଡୋ ଦା ଭିନ୍ସି ଙ୍କର ଗୋଟେ ଚିତ୍ର , ଯାହାର ଶୀର୍ଷକ ମୋନାଲିସ। । ମୋନାଲିସା ଏବଂ ଏହାର ରହସ୍ୟମୟ ହସ ଉପରେ ଏବେବି ପରୀକ୍ଷା, ନିରୀକ୍ଷା ଚାଲିଛି। କୁହାଯାଏ ଲିଓନ।ଡୋ ଦା ଭିନ୍ସି ନିଜକୁ କାନଭାସରେ ନାରୀ ରୂପରେ ଚିତ୍ରିତ କରିଥିଲେ। ତେବେ କଣ ପାଇଁ ହସିଥିଲେ ?

ଇଟାଲୀୟ ଭାଷାରେ ମୋନାଲିସାର ହସର ଅର୍ଥ ନରମ, କଲ୍ପନା ଏବଂ ଅସ୍ପଷ୍ଟ ।

 

ତେବେ ସେ ଯାହା ହେଉନ। କାହିଁକି ହସ ଏକାନ୍ତ ଭାବରେ ସଂକ୍ରାମକ । ଏହାକୁ ସଂକ୍ରାମକ କରିବା ଉଚିତ ବି । ହସିବ। ଦ୍ଵାରା ଶରୀରରେ ସମୋହନ ପ୍ରକ୍ରିୟା ସୃଷ୍ଟି ହୁଏ ଅତଏବ ସାମ୍ନାରେ ଥିବା ବ୍ୟକ୍ତି ସ୍ଵତଃ ହସେ। ହସିବ ଦ୍ଵାରା ଶରୀର ଉତ୍ଫୁଲ୍ଲିତ ହୁଏ ।ନିରୁତା ହସ ସମ୍ପର୍କ ବଢ।ଏ। କୋମଳ ହସ ମାନସିକ ଶାନ୍ତି ବଜାୟ ରଖେ। ଏଣୁ ହସିବ। ଉଚିତ । ସକାଳୁ ଶଯ୍ୟା ଛାଡିବା ମାତ୍ରେ ହସି, ଇଶ୍ଵରଙ୍କୁ  ଧନ୍ୟବାଦ ଦେବା ଯେ ପୁଣି ଗୋଟେ ଦିନ ସେ ଉପହାର ଦେଲେ ଜୀବନ ଉପଭୋଗ କରିବାକୁ ସମାଜରେ ଖୁସି ବାଣ୍ଟିବାକୁ।

 

 

 

 

 

 

 

 

 

 

 

 

 

 

 

 

Categories
STORY & POEM

RELATED BY

  • କଟକ-ଦି ସିଟି ଅଫ୍‌ ମ୍ୟୁଜିୟମ୍ସ ପୁସ୍ତକ ଉନ୍ମୋଚିତ

    ଭୁବନେଶ୍ୱର: “ହଜାର ବର୍ଷର ପୁରାତନ ସିଲଭର ସିଟି ଭାବେ ପରିଚିତ କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ୱପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ କଟକରେ ଅବସ୍ଥିତ ସଂଗ୍ରହାଳୟଗୁଡ଼ିକୁ ପରିଦର୍ଶନ କଲେ ବିସ୍ତୃତ ଭାବେ ଜାଣିହେବ ।...
  • ଓଡ଼ିଶାର ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର

    ୨୦୧୯ ବର୍ଷ ପାଇଁକେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ...
  • କବି ଅନନ୍ତ ପଟ୍ଟନାୟକ ଥିଲେ ଓଡ଼ିଆ ପ୍ରଗତି ସାହିତ୍ୟର ପ୍ରମୁଖ କର୍ଣ୍ଣଧାର

    ଭୁବନେଶ୍ୱର: ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ସାମ୍ୟବାଦୀ ଚେତନା ଭାରତ ବର୍ଷର ସ୍ୱାଧୀନତା ଓ ଭାରତରେ ସମାଜ-ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠାର ଆହ୍ୱାନ ମଧ୍ୟରେ ସୀମିତ ନରହି ସମଗ୍ର ମଣିଷ ସମାଜ ଲାଗି ତାଙ୍କର ବିଶ୍ୱଦୃଷ୍ଟି ହିଁ ପ୍ରତିପାଦିତ ହୋଇଥିଲା । କବି...
  • ଶେଷହୀନ ସନ୍ତରଣ

    ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଶେଷହୀନ ସନ୍ତରଣ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ । ଫୋଟ-ଡାହଣରୁ ପ୍ରଥମ ରକ୍ଷକ ନାୟକ...