ବିଦେଶରେ ଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ନିଷ୍ପତି ସ୍ୱାଗତଯୋଗ୍ୟ

Share this:

ନୂଆଦିଲ୍ଲୀ: ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସଠିକ୍ ସମୟରେ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ । ଭାରତ ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଗତକାଲି ସେ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ଓଡିଆ ସମୁଦାୟଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେମାନଙ୍କ ଅନୁରୋଧକ୍ରମେ ବିଦେଶରେ ରହୁଥିବା ଓଡିଆଙ୍କୁ ଫେରାଇ ଆଣାଯିବା ପାଇଁ ସେ ବିଚାର କରିବେ ବୋଲି କହିଥିଲେ । ଅନୁରୂ ଭାବେ ଉପରୋକ୍ତ ନିଷ୍ପତି ଅନୁଯାୟୀ ଉପସାଗରୀୟ ଦେଶ ସହ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଓଡିଶା ଆଣିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE