ଗୋଡ଼ ମାଧ୍ୟମରେ ହାତକୁ ସାନିଟାଇଜ କରିହେବ

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ

Share this:

ମାଲକାନଗିରି: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ । ଏହି ଭୂତାଣୁ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅଭିନବ ଧରଣର ହାତ ସଫା ସାନିଟାଇଜର ମେସିନ ତିଆରି କରିଛନ୍ତି । ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାଶ ଲଗାଇବାକୁ ହେଲେ ଉକ୍ତ ମେଶିନକୁ ଗୋଡ଼ ଦ୍ୱାରା ପରିଚାଳିତ କରିହେବ । ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଓ ଏଥିରେ ସଫା କରାଯାଇପାରିବ । ଏହି ଅଭିନବ ମେସିନ ଦ୍ୱାରା ଦୂଷିତ ଜୀବାଣୁଯୁକ୍ତ ହାତରୁ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ । କାରଣ ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ । କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ ୮୦୦ ରୁ ୧ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ରାଜେଶ ତ୍ରିପାଠୀ ପ୍ରକାଶ କହିଛନ୍ତି ।

RELATED BY

  • Pandemic impact on mental health : Dr. A.Singh

    Share this:Bhubaneswar:The Covid-19 pandemic has seriously affected people’s mental health requiring medical and psychological support says Eminent Psychologist Dr. A.Singh engaged in counseling. “The psychological impact of Covid-19 has...
  • ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ଖୋଲିବା ଉଚିତ

    Share this:ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅନେକ ଯୁବକ ଚାକିରି ହରାଇଛନ୍ତି । ବର୍ତମାନ ଦେଶବ୍ୟାପୀ ତାଲା ଖୋଲାଯାଇ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସାରା ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ବନ୍ଦ ହେବା ଠିକ୍...
  • ଅଁଳାର ଉପକାରୀତା

    Share this:ଅଁଳାଗଛ ଓଡ଼ିଶାର ଉଦ୍ୟାନ ଓ ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଗାଁମାନଙ୍କରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି ।...
  • ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    Share this:ନୂଆଦିଲ୍ଲୀ/ଭୁବନେଶ୍ୱର:ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ...