ଜିଓର ନୂତନ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ,ଦିନକୁ ୩ ଜିବି ଡାଟା

ପ୍ଲାନ୍ ର ମୂଲ୍ୟ ୯୯୯

Share this:

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି । ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନ୍‌ରେ ପ୍ରତିଦିନ ମିଳୁଥିବା ୩ଜିବି ଡାଟା ଡାଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍ ଡାଟା ଉପଲବ୍ଧ କରାଉଛି ।  ଏହି ନୂଆ ତୈମାସିକ ପ୍ଲାନ୍‌ରେ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ଉପଲବ୍ଧ ରହିଛି । ଏହା ସହିତ ଜିଓ ରୁ ଅନ୍ୟ ମୋବାଇଲ୍‌କୁ ୩୦୦୦ ମିନିଟ୍‌ର ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେଉଛି । ଏହି ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଅସୀମିତ ହାଇସ୍ପିଡ୍ ଡାଟା ମିଳୁଥିବା ବେଳେ, ଦୈନିକ ହାଇସ୍ପିଡ୍ ଡାଟା ଲିମିଟ୍ ସମାପ୍ତ ହେବାପରେ ମଧ୍ୟ ୬୪ କେବିପିଏସ୍‌ରେ ଡାଟା ଚାଲୁ ରହିବ । ଏଥିସହ ଏହି ପ୍ଲାନ୍ ସହିତ ମାଗଣାରେ ଜିଓ ସିନେମା, ଜିଓ ସାୱନ୍‌, ଜିଓ ଟିଭି ସମେତ ସମସ୍ତ ଜିଓ ଆପ୍ସ ବ୍ୟବହାର ସୁବିଧା ମିଳୁଛି ।  ଲକଡାଉନ୍ ପରଠାରୁ ହାଇସ୍ପିଡ୍ ଡାଟାର ଆବଶ୍ୟକତା ଓ ବ୍ୟବହାର ବୃଦ୍ଧି ପାଇଛି । ଅଧିକାଂଶ ଲୋକ ଘରୁ କାମ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ସାହିତ ରହିଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଏହି ନୂତନ ତ୍ରୈମାସିକ ‘ୱାର୍କ-ଫ୍ରମ୍‌-ହୋମ୍‌’ ଯୋଜନା ଆଣିଦେଇଛି । ଏହାପୂର୍ବରୁ ଜିଓ ଆରମ୍ଭ କରିଥିବା ‘ୱାର୍କ-ଫ୍ରମ୍‌-ହୋମ୍‌’ ବାର୍ଷିକ ପ୍ଲାନ୍‌ରେ ୨୩୯୯ ଟଙ୍କାରେ ୩୬୫ ଦିନ ପାଇଁ ଦୈନିକ ୨ଜିବି ଡାଟା ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ଠାରୁ ୩୩ ପ୍ରତିଶତ ଅଧିିକ ଲାଭ ପ୍ରଦାନ କରୁଛି । ଏଥିସହିତ ଜିଓ ୨,୧୨୧ ଟଙ୍କାରେ ଏହାର ଦୀର୍ଘ ଅବଧି ପ୍ଲାନ୍‌ରେ ୩୩୬ ଦିନର ବୈଧତା ସହ ଦିନକୁ ୧.୫ଜିବି ଡାଟା ପ୍ରଦାନ କରୁଛିି । ସୂଚନାଯୋଗ୍ୟ ଯେ, ଗାହକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ଗତ ସପ୍ତାହରେ ୧୫୧, ୨୦୧ ଏବଂ ୨୫୧ ଟଙ୍କାର ସୁଲଭ ୱାର୍କ ଫ୍ରମ୍ ହୋମ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଥିଲା ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE