୬,୫୯୮ କୋଟି ଟଙ୍କା ନିବେଶ କରିବ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌

ଜିଓ ପ୍ଲାଟଫର୍ମସ୍‌ରେ

Share this:

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଭାରତର ପ୍ରମୁଖ ଡିଜିଟାଲ୍ ସେବା ପ୍ଲାଟ୍‌ଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୬,୫୯୮ କୋଟି ଟଙ୍କା ନିବେଶ କରାଯିବା ନେଇ ଘୋଷଣା କରାଯାଇଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୧.୩୪ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହି ପୁଞ୍ଜିନିବେଶ ସହିତ ଜିଓ ପ୍ଲାଟଫର୍ମସ୍ ଗତ ଚାରି ସପ୍ତାହରୁ କମ୍ ସମୟ ମଧ୍ୟରେ ୬୭,୧୯୪.୭୫ କୋଟି ଟଙ୍କାର ନିବେଶ ହାସଲ କରିପାରିଛି । ଯାହା ମଧ୍ୟରେ ରହିଛି ବୈଷୟିକ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ନିବେଶକ ଫେସ୍‌ବୁକ୍‌, ସିଲଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ।  ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଓ ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ସାରା ଭାରତରେ ଉଚ୍ଚମାନର ଡିଜିଟାଲ୍ ସେବା ପ୍ରଦାନକରିବାରେ ଗୁରୁତ୍ୱ ପ୍ରଦାନ କରୁଛି । ଏହାର ୩୩୮ ନିୟୁତରୁ ଅଧିକ ଉପଭୋକ୍ତା ରହିଥିବା ବେଳେ ଏହା ଡିଜିଟାଲ୍ ବ୍ୟବସ୍ଥା ବା ଇକୋସିଷ୍ଟମ୍‌ରେ ବ୍ୟାପକ ନିବେଶ କରିଛି । ଜିଓ ନିର୍ମାଣ କରିଥିବା ବିଶ୍ୱସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମ ବ୍ରଣ୍ଡ୍‌ବ୍ୟାଣ୍ଡ୍ ଯୋଗାଯୋଗ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଓ ଏଜ୍ କମ୍ପ୍ୟୁଟିଂ, ବିଗ୍ ଡାଟା ଆନାଲିିସିସ୍‌, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଇଟଂରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଓ ବ୍ଲକ୍‌ଚେନ୍ ଆଦି ପ୍ରମୁଖ ବୈଷୟିକ ଶକ୍ତିକୁ ନେଇ ଗଠିତ । ଜିଓର ଲକ୍ଷ୍ୟ ହେଉଛି ସାରା ଭାରତରେ ୧୩୦ କୋଟି ଲୋକ ଏବଂ ବ୍ୟବସାୟ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଏବଂ ଚାଷୀମାନଙ୍କ ପାଇଁ ଏକ ଡିଜିଟାଲ୍ ଭାରତ ନିର୍ମାଣ କରିବା ଯାହାଦ୍ୱାରା ସେମାନେ ମଧ୍ୟ ଏହି ଅଭିବୃଦ୍ଧିରେ ସାମିଲ୍ ହୋଇ ଲାଭ ପାଇପାରିବେ ।  ଜେନେରାଲ୍ ଆଟ୍‌ଲାଣ୍ଟିକ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିବୃଦ୍ଧି ଇକ୍ୱିଟି ନିବେଶକାରୀ ସଂସ୍ଥା ଯାହାର ଟେକ୍ନୋଲୋଜି, ଉପଭୋକ୍ତା, ଆର୍ଥିକ ସେବା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶର ୪୦ ବର୍ଷର ସଫଳ ଇତିହାସ ରହିଛି । ବିଶ୍ୱର ୧୪ଟି ସ୍ଥାନରୁ କାର୍ଯ୍ୟ କରୁଥିବା ଏକ ସମନ୍ୱିତ ଗ୍ଲୋବାଲ୍ ନିବେଶ ପ୍ଲାଟ୍‌ଫର୍ମ ଭାବରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ନୂତନତା ଏବଂ  ଔଦ୍ୟଗିକତା  ଆଧାରରେ ଦୀର୍ଘମିଆଦୀ ଅଭିବୃଦ୍ଧି ସମ୍ଭାବନା ରହିଥିବା କ୍ଷେତ୍ରରେ ନିବେଶ କରିଥାଏ । ସାରା ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆଣିଥିବା ଉଦ୍ୟୋଗୀ ଓ ସଂସ୍ଥାଗୁଡିକୁ ସମର୍ଥନ ଓ ସହଯୋଗ ଯୋଗାଇଦେବାରେ ଜେନୋରାଲ୍ ଆଟ୍‌ଲାଣ୍ଟିକ୍‌ର ଦୀର୍ଘ ଇତିହାସ ରହିଛି । ଏହାନିବେଶ କରିଥିବା ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ କମ୍ପାନୀଗୁଡିକ ମଧ୍ୟରେ ରହିଛି ଏୟାର ବିଏନ୍‌ବି, ଆଲିବାବା, ଆଣ୍ଟ ଫାଇନାନ୍ସିଆଲ୍‌, ବକ୍ସ, ବାଇଟ୍ ଡ୍ୟାନ୍ସ, ଫେସ୍‌ବୁକ୍‌, ସ୍ଲାକ୍‌, ସ୍ନାପ୍‌ଚାଟ୍‌, ଉବର୍ ଇତ୍ୟାଦି ।  ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହିତ ହୋଇଥିବା ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ  ମୁକେଶ ଅମ୍ବାନି କହିଛନ୍ତି ଯେ, “ବିଶ୍ୱର ଏକ ପ୍ରମୁଖ ନିବେଶକ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌କୁ ମୂଲ୍ୟବାନ ସହଯୋଗୀ ଭାବେ ସ୍ୱାଗତ କରୁଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ମୁଁ ବହୁ ଦଶନ୍ଧିରୁ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହ ପରିଚିତ ଏବଂ ଭାରତର ଅପାର ଅଭିବୃଦ୍ଧି ସୁଯୋଗ ଓ ସମ୍ଭାବନାରେ ଏହାର ବିଶ୍ୱାସକୁ ସର୍ବଦା ସମ୍ମାନ ଦେଇଆସିଛି । ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ଆମ ଭଳି ଭାରତ ପାଇଁ ଡିଜିଟାଲ୍ ସମାଜ ଗଠନ କରିବା ଓ ଇକୋସିଷ୍ଟମ୍‌କୁ ଆଗକୁ ବଢାଇବା ତଥା ପୁନର୍ବିନ୍ୟାସ କରିବାର ସମାନ ଲକ୍ଷ୍ୟ ରହିଛି । ସମସ୍ତ ୧୩୦ କୋଟି ଭାରତୀୟଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଡିଜିଟାଇଜେସନ୍‌ର ଅମାପ ଶକ୍ତି ରହିଥିବା ନେଇ ସେମାନେ ମଧ୍ୟ ବିଶ୍ୱାସ ରଖନ୍ତି । ଆମେ ବହୁତ ଉତ୍ସାହିତ ଯେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ବିଶ୍ୱସ୍ତରୀୟ ଅଭିଜ୍ଞତା ଓ ୪୦ ବର୍ଷରୁ ଅଧିକ ସମୟ ଧରି ବୈଷୟିକ କ୍ଷେତ୍ରରେ ସଫଳ ନିବେଶ ଅନୁଭୁତି ଜିଓର ଲାଭ ପାଇଁ ବ୍ୟବହାର ହୋଇପାରିବ ।’’ ଏହି ନିବେଶ ସମ୍ପର୍କରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ସିଇଓ ବିଲ୍ ଫୋର୍ଡ କହିଛନ୍ତି ଯେ, “ବିଶ୍ୱରେ ବୈଷୟିକ କ୍ଷେତ୍ରରେ ଅଗ୍ରଣୀ ତଥା ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀମାନଙ୍କୁ ଦୀର୍ଘମିଆଦୀ ସହଯୋଗ ଯେଗାଇଆସୁଥିବାରୁ ଜିଓରେ ନିବେଶ କରି ଆମେ ବେଶ୍ ଉତ୍ସାହିତ । ଆମେ ମୁକେଶଙ୍କ ଦୃଢବିଶ୍ୱାସ ସହିତ ଏକମତ ଯେ ଡିଜିଟାଲ୍ ସଂଯୋଗୀକରଣ ଭାରତୀୟ ଅର୍ଥନୀତିକୁ ବ୍ୟାପକ ଭାବେ ଆଗେଇ ନେବା ସହ ସାରା ଦେଶରେ ବିକାଶ ଓ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାର ଅପାର ସମ୍ଭାବନା ବହନ କରୁଛି । ଭାରତରେ ଡିଜିଟାଲ୍ ବିପ୍ଳବର ସମ୍ମୁଖ ଭାଗରେ ରହି ଜିଓ ଏହାକୁ ଆଗକୁ ବଢାଉଥିବା ବେଳେ ସାରା ବିଶ୍ୱରେ ଏହିଭଳି ପରିବର୍ତ୍ତନ ଆଣିଥିବା ଉଦ୍ୟୋଗୀ ମାନଙ୍କ ସହ କାର୍ଯ୍ୟକରିବାରେ ଆମର ଦୀର୍ଘ ଅଭିଜ୍ଞତା ରହିଛି ।  ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହିତ ହୋଇଥିବା ସହଭାଗିତା ସମ୍ପର୍କରେ ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ଏକ ପ୍ରମୁଖ ନିବେଶକାରୀ ଭାରତ ଓ ଭାରତୀୟଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବାରେ ଆମର ଯାତ୍ରାରେ ସହଭାଗୀ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ପ୍ରତ୍ୟେକଟି ଭାରତୀୟ, ବିଶେଷକରି ଆମର ଉଚ୍ଚ ପ୍ରତିଭାସମ୍ପନ୍ନ ଯୁବପିଢିକୁ ଅପାର ସୁଯୋଗ ପ୍ରଦାନ କରିବା ପାଇଁ ଡିଜିଟାଲ ମାଧ୍ୟମରେ ଏକ ଅନ୍ତର୍ଭୁକ୍ତୀକୃତ ଭାରତ ଗଠନ କରିବା ପାଇଁ ଜିଓ ପ୍ରତିବଦ୍ଧ । ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହ ସହଭାଗିତା ଓ ସ୍ୱିକୃତୀ ଜିଓର ଯୁବ ଟିମ୍‌କୁ ଆଗାମୀ ଦିନରେ ଆହୁରି ଉଚ୍ଚତର ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିବ ।” ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ଓ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍ ନାୟକ କହିଛନ୍ତି ଯେ “ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ଭାରତରେ ଦୁଇ ଦଶନ୍ଧି ବ୍ୟାପୀ ନିବେଶ କରିବା ଅନୁଭୁତି ରହିଛି । ଏହା ବିଶେଷକରି ସଶକ୍ତ କରିବା, ଅନ୍ତର୍ଭୁକ୍ତିକରଣ ଓ ଅଭିବୃଦ୍ଧି ଆଦର୍ଶ ରହିଥିବା ପ୍ରତିଷ୍ଠାତା ନେତୃତ୍ୱ ବିଶଷ୍ଟ ବ୍ୟବସାୟରେ ନିବେଶ କରିଛି । ମାତ୍ର ସାଢେ ତିନି ବର୍ଷ ମଧ୍ୟରେ ଜିଓ ଡାଟା ଓ ଡିଜିଟାଲ୍ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇପାରିଛି ଏବଂ ଏହାଦ୍ୱାରା ଭାରତ ବିଶ୍ୱର ପ୍ରମୁଖ ଡିଜିଟାଲ୍ ଅର୍ଥନୀତି ହେବା ଦିଗରେ ଅଗ୍ରସର ହୋଇଛି ।” ଏହି ସହଭାଗିତା ପାଇଁ ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଞ୍ଜୁରି ଆବଶ୍ୟକ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ମର୍ଗାନ୍ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ହୋଇଥିବା ବେଳେ ଏଜେଡ୍‌ବି ଏଣ୍ଡ୍ ପାର୍ଟନର୍ସ ଏବଂ ଡେଭିସ୍ ପୋଲ୍କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତାଭାବେ କାର୍ଯ୍ୟ କରିିଛନ୍ତି । ପଲ୍‌, ୱେଇସ୍‌, ରିଫ୍‌କିଣ୍ଡ୍‌, ହ୍ୱାର୍ଟନ୍ ଏଣ୍ଡ ଗାରିସନ୍ ଏବଂ ଶାର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ୍ କୋ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ପାଇଁ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟକରିଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE