୫ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ସହ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ୧ଲକ୍ଷ କୋଟିରେ ପହଁଚିବା ସମ୍ଭାବନା

Share this:

ଭୁବନେଶ୍ୱର:  କରୋନା ମହାମାରୀ ଜନିତ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ- “ଆତ୍ମ ନିର୍ଭର ଭାରତ’ ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ ମତ୍ସ୍ୟ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ୨୦ ହଜାର କୋଟି ଟଙ୍କା ବିନିଯୋଗ କରିବା ଲାଗି ଘୋଷଣା କରାଯାଇଛି । ଏପରି ଘୋଷଣାକୁ ସ୍ୱାଗତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ମାଛଚାଷୀ ଏବଂ ମତ୍ସ୍ୟଚାଷ ସହଜଡ଼ିତ ଉଦ୍ୟୋଗୀମାନେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଛ ଚାଷ ଜାରି ରହିଛି । ଏହାଦ୍ୱାରା ବହୁସଂଖ୍ୟକ ମାଛଚାଷୀ ଉପକୃତ ହେଉଚନ୍ତି । ଜିଲ୍ଲାର ୫ଟି ବ୍ଲକକୁ କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ କୃଷି ଗବେଷଣା ପରିଷଦ (ଆଇସିଏମଆର) ଅନ୍ତର୍ଗତ କେନ୍ଦ୍ରୀୟ ମଧୁରଜଳ ଜଳଜକୃଷି ସଂସ୍ଥାନ (ସିଫା) ପକ୍ଷରୁ ଉନ୍ନତ କିସମର ମାଛ ଜାଆଁଳ ପ୍ରଦାନ କରାଯାଇଥିଲା । ସଦର ବ୍ଲକ ତାରାଗାଁର ଯୁବ ମାଛ ଚାଷୀ ଇରଫାନ ଖାଁ ମଧ୍ୟ ଏହି ଜାଆଁଳ ପାଇଥିଲେ । ସେ ନିଜର ଗୋଟିଏ ହେକ୍ଟର ବନ୍ଧରେ ମାଛ ଚାଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଦ୍ୱାରା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ମତ୍ସ୍ୟପାଳନ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଇରଫାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ ଦୀର୍ଘବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି । ଏପରି ପ୍ୟାକେଜ ଦ୍ୱାରା ଅନ୍ୟ ରାଜ୍ୟ ଉପରେ ମାଛ ପାଇଁ ନିର୍ଭରଶୀଳ ଓଡ଼ିଶା ଭଳି ରାଜ୍ୟ ବିଶେଷ ସୁବିଧା ପାଇବେ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିରେ ଅଧିକ ସଂଖ୍ୟକ ଲୋକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରୋଜଗାରକ୍ଷମ ହୋଇପାରିବେ ବୋଲି ଇରଫାନ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଜିଲ୍ଲାର ଅନ୍ୟ ମାଛ ଚାଷୀମାନେ ମଧ୍ୟ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ ସାମୁଦ୍ରିକ ଏବଂ ଅନ୍ତର୍ଦେଶୀୟ ମାଛ ଚାଷ କ୍ଷେତ୍ରର ସମନ୍ୱିତ, ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ନିମନ୍ତେ ଗତ ୧୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ)ର ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ସାମୁଦ୍ରିକ, ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ଓ ଜଳଜ କୃଷି ନିମନ୍ତେ ୧୧ ହଜାର କୋଟି ଟଙ୍କା ଏବଂ ଫିସିଂ ହାର୍ବର, କୋଲ୍ଡ ଚେନ, ବଜାର ଭିତିଭୂମି ପାଇଁ ୯ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଯୋଜନା ଅଧୀନରେ ମାଛ ଧରା ବନ୍ଦ ସମୟରେ ଚାଷୀଙ୍କୁ ବ୍ୟକ୍ତିଗତ ଓ ଡଙ୍ଗା ବୀମା ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଛି । ଏହାଦ୍ୱାରା ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ହୋଇପାରିବ ଏବଂ ୫୫ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ । ସେହି ରି ମାଛ ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ପାଖାପାଖି ୧ ଲକ୍ଷ କୋଟି ଟଙ୍କାରେ ପହଁଚିବ ବୋଲି ଆଶା କରାଯାଉଛି । ଏହି ଯୋଜନାରେ ଦ୍ୱୀପାଞ୍ଚଳ, ହିମାଳୟ ପାର୍ବତ୍ୟାଞ୍ଚଳ ରାଜ୍ୟ, ଉତର ପୂର୍ବ ଏବଂ ଅକାଂକ୍ଷୀ ଜିଲ୍ଲା ଉପରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE