ଆନ୍ତର୍ଜାତିକ ପ୍ରବାସୀ ଓଡ଼ିଆ ‌ୱେବ୍ ସମ୍ମିଳନୀ ଅନୁଷ୍ଠିତ

ପ୍ରବାସୀ ଭାଇଭଉଣୀମାନଙ୍କ ପ୍ରତି ରାଜ୍ୟବାସୀମାନେ ଶ୍ରଦ୍ଧା କରନ୍ତୁ

Share this:

ଭୁବନେଶ୍ୱର :  ଆମ ରାଜ୍ୟକୁ ଦେଶ ଓ ବିଦେଶରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ଆମର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ହକ୍‌ଦାର ବୋଲି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଆଜି ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ପ୍ରବାସୀ ଓଡ଼ିଆ ‌ୱେବ୍ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ଏହାକୁ ଆୟୋଜନ କରିଥିବା ବନ୍ଦେ ଉତ୍କଳ ଫାଉଣ୍ଡେସନ୍‌ ଓ ଏହାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଏବଂ ଏହି ସମ୍ମିଳନୀ ସହିତ ସାମିଲ ଥିବା ଭାରତ ତଥା ବିଦେଶର ପ୍ରବାସୀ ଓଡ଼ିଆ ସଂଘମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କର ସାଧୁ ଉଦ୍ୟମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ସମଗ୍ର ବିଶ୍ୱ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଥିବା ସମୟରେ ପ୍ରବାସୀ ଭାଇଭଉଣୀମାନଙ୍କ ପ୍ରତି ରାଜ୍ୟବାସୀମାନେ ଶ୍ରଦ୍ଧା, ସହାନୁଭୂତି, ସମବେଦନା,ସଦାଚାର ଜ୍ଞାପନ କରିବାକୁ ଅନୁରୋଧ କରିଥିଲେ । କରୋନା ମହାମାରୀ ଆମକୁ ଏହି ଅଭୂତପୂର୍ବ ବିପର୍ଯ୍ୟୟକୁ ଆର୍ଥିକ ସୁଯୋଗରେ ରୂପାୟିତ କରିବାର ବିରଳ ଅବସର ମଧ୍ୟ ପ୍ରଦାନ କରିଛି । ରାଜ୍ୟକୁ ଫେରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କର କାର୍ଯ୍ୟ କୁଶଳତା, ଦକ୍ଷତା ଓ ଶ୍ରେଷ୍ଠତ୍ୱକୁ ଯଦି ସଠିକ୍‌ ଭାବେ ବିନିଯୋଗ କରାଯାଏ ତେବେ ଓଡ଼ିଶାର ଅର୍ଥନୈତିକ ଉତ୍‌ଥାନ ନଭଶ୍ଚୁମ୍ବି ହୋଇପାରିବ । କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ବାହାରେ ବିଭିନ୍ନ ଦେଶ ଓ ରାଜ୍ୟରେ ବସବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ବିଶେଷ କରି ଯୁବସଂପ୍ରଦାୟ ସେମାନଙ୍କ ନିଜ ରାଜ୍ୟର ସର୍ବାଙ୍ଗୀନ କଲ୍ୟାଣ ପାଇଁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଏବଂ ସଦିଚ୍ଛା ଯୋଗାଇଦେବା ପାଇଁ ଆଗଭର ହେବାକୁ ଆହ୍ୱାନ କରୁଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଭାରତ ସରକାରଙ୍କ ସହିତ ସମନ୍ୱୟ ରକ୍ଷାକରି ପ୍ରବାସୀ ଓଡ଼ିଆଙ୍କୁ ନିଜ ଜନ୍ମସ୍ଥାନ ଓ ପରିବାର ସହିତି ମିଳିତ ହେବାରେ ଯଥାଯଥ ଉଦ୍ୟମ କରିବା ବାସ୍ତବିକ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଏହି ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ‘ବନ୍ଦେ ଉତ୍କଳ ଫାଉଣ୍ଡେସନ୍‌’ର ସଂସ୍ଥାପକ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ କୋଭିଡ-୍‌ ୧୯ ମହାମାରୀ ଓ ତତ୍‌ଜନିତ ଲକ୍‌ ଡାଉନ୍‌ ଆଜିର ମାନବ ସମାଜ ପାଇଁ ଜୀବଦ୍ଦଶାର ସର୍ବବୃହତ୍‌ ବିପତ୍ତି ବୋଲି ବର୍ଣ୍ଣନା କରିଥିଲେ । ସାରା ଦେଶରେ ପ୍ରବାସୀ ଓଡ଼ିଆମାନେ କୋଭିଡ୍‌-୧୯ ଦ୍ୱାରା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ଏହା ଦ୍ୱାରା ସେମାନଙ୍କର ଜୀବନଶୈଳୀ, ଜୀବିକାର ମାଧ୍ୟମ ଓ ଭବିଷ୍ୟତ ଯୋଜନା ସବୁ ଧୂଳିସାତ୍‌ ହୋଇଥିବା ସୂଚାଇଥିଲେ । ତେବେ କରୋନା ପରବର୍ତ୍ତୀ କାଳରେ ପ୍ରବାସୀ ଓଡ଼ିଆମାନେ ନୂତନ ଓଡ଼ିଶାର ଜନ୍ମ ଦିଗରେ ବେଶ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀ ଦ୍ୱିବେଦୀ ଆଶା ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ‌ୱେବ୍ ଜରିଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ୍‌ ଓରାମ୍‌, ଆଇଏନ୍‌ଟିୟୁସିର ଉପସଭାପତି ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ଆମେରିକା ଓଡ଼ିଆ ସମାଜର ସଭାପତି କୁକୁ ଦାସ, ୟୁଏଇ ଓଡ଼ିଆ ସମାଜର ସଭାପତି ଅମୀୟ ମିଶ୍ର, ଓଡ଼ିଆ ସମାଜର ସାଧାରଣ ସଂପାଦକ ପ୍ରୀତୀଶ ରଞ୍ଜନ ଦାଶ, ୟୁକେ ଓଡ଼ିଆ ସମାଜର ସାଧାରଣ ସଂପାଦକ ଶ୍ରୀ ଶିବ ବିଶ୍ୱାଳ, ସିଙ୍ଗାପୁର ଓଡ଼ିଆ ସମାଜର ସାଧାରଣ ସଂପାଦକ  ସମ୍ବିତ ମିଶ୍ର, ଋଷିଆ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ. ନଳିନ ପତି, ଓଡ଼ିଶା ଫୋରମ୍‌ର ସଭାପତି ଗୋକୁଳ ପଟ୍ଟନାୟକ, ଉତ୍କଳ ଶିକ୍ଷା ସଂସଦର ସଂପାଦକ ପୀତାମ୍ବର ବାରିକ, କେରଳ ପୋଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ଲୋକନାଥ ବେହେରା, ଓଡବ୍ଲୁବିର ସଭାପତି କ୍ଷୀରୋଦ ଜେନା, ମୁମ୍ବାଇ ଓଡ଼ିଆ ସମାଜର ସଭାପତି  ବିପିନ ମିଶ୍ର, ବାଙ୍ଗାଲୋର ଓଡ଼ିଆ ସମାଜର ଶ୍ରୀ ମନୋଜ ପାତ୍ର, ସୁରଟ ଓଡ଼ିଆ ସମାଜର  ସୁବାଷ ଗନ୍ତାୟତଙ୍କ ସମେତ ଦେଶବିଦେଶର ବହୁ ପ୍ରବାସୀ ଓଡ଼ିଆ, ନେତୃସ୍ଥାନୀୟ ବ୍ୟକ୍ତି, ଅନ୍ୟ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧିମାନେ କରୋନାର କରାଳ ରୂପ ଯୋଗୁଁ ପ୍ରବାସୀ ଓଡ଼ିଆମାନେ କିଭଳି ଦୁଃଖ ଓ ଯନ୍ତ୍ରଣାର ଶିକାର ହେଉଛନ୍ତି ତା’ର ବିବରଣୀ ପ୍ରଦାନ କରିଥିଲେ । କେନ୍ଦ୍ର, ରାଜ୍ୟ ସରକାର ଓ ନାଗରିକ ସମାଜ ଏହି କ୍ଷତିଗ୍ରସ୍ତମାନଙ୍କ ସମସ୍ୟା ଓ ନ୍ୟାଯ୍ୟ ଦାବି ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ସେମାନେ ମତପ୍ରକାଶ କରିଥିଲେ । ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସମ୍ମିଳନୀକୁ ସଞ୍ଚାଳନ କରିଥିଲେ । ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ପବିତ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିବାବେଳେ ମନୋଜ ନାୟକ, ଅବନୀ ସାହୁ ଓ କାବେରୀ ବେହେରା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY